healthminister
ନୂଆଦିଲ୍ଲୀ: କରୋନା ଭାଇରସ ସହ ସଂଘର୍ଷ କରୁଥିବା ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରେ ଲାଗିଛି। ଆଜି ସକାଳୁ ତାଙ୍କର ଶ୍ୱାସକ୍ରିୟା ନେବାରେ ସମସ୍ୟା ସୃଷ୍ଟି ହୋଇଥିଲା। କିନ୍ତୁ ଜ୍ୱର ସ୍ଥିର ଥିଲା। ଡାକ୍ତରଙ୍କ କହିବା ଅନୁଯାୟୀ ତାଙ୍କର ନିମୋନିଆ ବଢିଛି। ଯାହାଫଳରେ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପଡ଼ିପାରେ।
ସୂଚନାଥାଉକି, ଗତ ସୋମବାର ରାତିରେ ସତ୍ୟେନ୍ଦ୍ର ଜୈନଙ୍କ ସ୍ୱାସ୍ଥ୍ୟବସ୍ଥା ହଠାତ୍ ଖରାପ ହୋଇଥିଲା। ପରେ ତାଙ୍କୁ ଉତ୍ତର ପୂର୍ବ ଦିଲ୍ଲୀର ରାଜୀବ ଗାନ୍ଧୀ ସୁପର ସ୍ପେସିଆଲଟି ହସ୍ପିଟାଲରେ ଭର୍ତ୍ତ କରାଯାଇଥିଲା। ତା’ ପରଦିନ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ପ୍ରଥମେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା। ସେହିଦିନ ରାତିରେ ପୁଣି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଯାହାଫଳରେ ପରଦିନ ତାଙ୍କର ପୁଣିଥରେ କରୋନା ପରୀକ୍ଷା କରାଯାଇଥିଲା। ଯେଉଁଥିରେ ସେ କୋଭିଡ -୧୯ରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିନଥିବା ଜଣାପଡିଛି।
ତାଙ୍କ ଅନୁପସ୍ଥିତିରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ତାଙ୍କ ମନ୍ତ୍ରଣାଳୟ ପରିଚାଳନା କରୁଛନ୍ତି। ସିସୋଦିଆକୁ ତାଙ୍କର ସମସ୍ତ ବିଭାଗର ଦାୟିତ୍ୱ ଦିଆଯାଇଛି। ସତ୍ୟେନ୍ଦ୍ର ଜୈନ କାର୍ଯ୍ୟକୁ ନ ଫେରିବା ପର୍ଯ୍ୟନ୍ତ ସିସୋଦିଆ ଦାୟିତ୍ୱରେ ରହିବେ। ସୂଚନା ଥାଉକି, ଆପ୍ ବିଧାୟକ ଆତିଶୀ ମଧ୍ୟ କୋଭିଡ୍ ୧୯ ପଜିଟିବ୍ ଚିହ୍ନଟ ହୋଇଛନ୍ତି।
ସେହିଭଳି ଦେଶର ରାଜଧାନୀ ଦିଲ୍ଲୀରେ ବି କରୋନା ସଂକ୍ରମଣରେ ଲଗାମ ଲାଗିପାରୁନି। ଏଠାରେ ମୃତ୍ୟୁ ସଂଖ୍ୟା ୧୯୬୯, ଗୁଜରାଟ- ୧୫୯୧, ତାମିଲନାଡୁରେ ୬୨୫ ମୃତପଶ୍ଚିମବଙ୍ଗ- ୫୧୮, ମଧ୍ୟପ୍ରଦେଶ- ୪୮୬, ଉତ୍ତରପ୍ରଦେଶରେ ୪୬୫ ମୃତ୍ୟୁ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/healthminister_1626697074.jpg)