/odishatv-khabar/media/post_attachments/uploadimage/library/16_9/16_9_0/fire_1622705943.jpg)
fire
ମାଦିପୁର : ଦିଲ୍ଲୀର ମାଦିପୁରରରେ ଥିବା ଏକ ଜୋତା କାରଖାନାରେ ଗୁରୁବାର ଦିନ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି ଚପଲ ତିଆରି ପାଇଁ ଥିବା କଞ୍ଚାମାଲ ପୋଡ଼ି ଯାଇଛି । ତେବେ ନିଆଁ କିପରି ଲାଗିଛି ତା’ର କିଛି ସ୍ପଷ୍ଟ ସୂଚନା ମିଳିପାରିନି । ଦମକଳ ବିଭାଗର ୨୪ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।
ଚାରି ମହଲା ବିଶିଷ୍ଟ ବିଶିଷ୍ଟ ଆବାସିକ ଏବଂ ବ୍ୟବସାୟିକ କୋଠାର ପ୍ରଥମ ମହଲାରେ ଥିବା ଜୋତା କାରଖାନାରେ ପ୍ରଥମେ ନିଆଁ ଲାଗିଥିଲା । ଧୀରେ ଧୀରେ ନିଆଁ ବଢ଼ିବା ସହ ଭୟଙ୍କର ରୂପ ନେଇଗଲା । ନିଆଁ ଲାଗିବା ପରେ ତୁରନ୍ତ ଅଗ୍ନିଶମ ବାହିନୀ ଏବଂ ପୋଲିସକୁ ସୂଚନା ଦିଆଯାଇଥିଲା । ସୂଚନା ପାଇବା ମାତ୍ରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା । କିନ୍ତୁ ନିଆଁର କରାଳ ରୂପ ଦେଖି ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇପଡ଼ିଲା । ପରେ ନିଆଁ ଲିଭାଇବା ପାଇଁ ଆଉ ୨୪ ଟି ଅଗ୍ନିଶମ ଗାଡି ଡକାଇବାକୁ ପଡ଼ିଲା।
A fire breaks out at a shoe manufacturing factory (ground floor) and godown (first floor) of a four-storey residential-cum-commercial building in Delhi’s Madipur. A total of 24 fire tenders were rushed to the site. No injuries have been reported in the incident so far. pic.twitter.com/fZVADtZMva
— ANI (@ANI) June 3, 2021
ଜୋତା କାରଖାନାରେ ନିଆଁ କିପରି ଲାଗିଲା, ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ତେବେ ଭୀଷଣ ଅଗ୍ନିକାଣ୍ଡରେ ମୃତାହତଙ୍କ ସମ୍ପର୍କରେ କୌଣସି ସୂଚନା ନାହିଁ । ଏବେ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ଅଗ୍ନିଶମ ବାହିନୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)