/odishatv-khabar/media/post_attachments/uploadimage/library/16_9/16_9_0/oxygen_1620288611.jpg)
oxygen
ନୂଆଦିଲ୍ଲୀ : କରେନା ସଂକ୍ରମିତଙ୍କ ଘରେ ପହଞ୍ଚିବ ଅକ୍ସିଜେନ୍, ସରକାର ପହଞ୍ଚାଇବେ ସିଲିଣ୍ଡର । ଦେଶର ଜାତୀୟ ରାଜଧାନୀ ଦିଲ୍ଲୀରେ ହୋମ ଆଇସୋଲେସନରେ ରହୁଥିବା ଭାଇରସ୍ ସଂକ୍ରମିତ ଲୋକଙ୍କ ପାଇଁ ସରକାର ଜରୁରୀକାଳୀନ ଅମ୍ଳଜାନ ବିତରଣ କରିବା ପାଇଁ ଏକ ଅମ୍ଳଜାନ ପୁଲ ସୃଷ୍ଟି କରିବାକୁ ଯୋଜନା କରିଛନ୍ତି । ଡିଏମଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟ କରିବ ଏହି ପୁଲ୍ ।
କିପରି ମିିଳିବ ସିଲିଣ୍ଡର ?
କୋଭିଡ ରୋଗୀଙ୍କ ଗମ୍ଭୀରତାକୁ ଦୃଷ୍ଟିରେ ରଖି ଅକ୍ସିଜେନ ପହଞ୍ଚାଇବ ପଶାସନ । କାହାକୁ ଅକ୍ସିଜେନ ସିଲିଣ୍ଡର ଦିଆଯିବ ଏବଂ କାହାକୁ ଦିଆଯିବନି ତାହା ସ୍ଥିର କରିବେ ନିଜେ ଜିଲ୍ଲା ମାଜିଷ୍ଟ୍ରେଟ। ବର୍ତ୍ତମାନ ୫୦ ହଜାରରୁ ଅଧିକ ରୋଗୀ ଦିଲ୍ଲୀରେ ଘରେ ସଂଗରୋଧରେ ଅଛନ୍ତି । ଅକ୍ସିଜେନ ଅଭାବ ଯୋଗୁଁ ହସ୍ପିଟାଲ ଦଉଡ଼ୁଛନ୍ତି କରୋନା ରୋଗୀ । ଫଳରେ ଅଯଥାରେ ଭିଡ଼ ବଢ଼ୁଛି ଓ ସଂକ୍ରମଣ ମଧ୍ୟ ବଢ଼ୁଛି । ଏହି ସବୁ ଦିଗକୁ ଦୃଷ୍ଟିରେ ରଖି ଘରେ ଅକ୍ସିଜେନ ପହଞ୍ଚାଇ ହସ୍ପିଟାଲରେ ଭିଡ଼ କମ୍ କରିବାକୁ ପ୍ରୟାସ କରୁଛନ୍ତି ଦିଲ୍ଲୀସରକାର ।
ଅକ୍ସିଜେନ ସିଲିଣ୍ଡର ଯୋଗାଣରେ ସାହାଯ୍ୟ କରିବା ପାଇଁ ଖାଲି ଅମ୍ଳଜାନ ସିଲିଣ୍ଡର ଦାନ କରିବାକୁ ଦିଲ୍ଲୀ ସରକାର ନିବେଦନ କରିଛନ୍ତି । ରାଜଘାଟ ଡିଟିସି ବସ୍ ଡିପୋରେ ଏକ ସେଣ୍ଟର କରାଯାଇଛି, ଯେଉଁଠାରେ ଅମ୍ଳଜାନ ସିଲିଣ୍ଡର ଦାନ କରାଯାଇପାରିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଆଶିଷ କୁନ୍ଦ୍ରା । ତେବେ ଅଧିକ ସୂଚନା ପାଇଁ ଲୋକମାନେ ୦୧୧-୨୩୨୭୦୭୧୮ କୁ ମଧ୍ୟ କଲ କରିପାରିବେ ।
କେମିତି କରିବେ ପଞ୍ଜୀକରଣ :
ହୋମ ଆଇସୋଲେସନରେ ରହୁଥିବା କରୋନା ରୋଗୀ, ଦିଲ୍ଲୀ ସରକାରଙ୍କ ପୋର୍ଟାଲ www.delhi.gov.in ରେ ପଞ୍ଜୀକୃତ କରିବେ । ପଞ୍ଜୀକରଣର ପରେ ଘରେ ବସି ଅକ୍ସିଜେନ୍ ସିଲିଣ୍ଡର ପାଇପାରିବେ କରୋନା ରୋଗୀ । ପଞ୍ଜୀକରଣ ପାଇଁ ଫଟୋ, ଆଧାର କାର୍ଡ, ପରିଚୟ ପତ୍ର ଏବଂ କରୋନା ପରୀକ୍ଷା ରିପୋର୍ଟ ଆବଶ୍ୟକ । ସିଟି ସ୍କାନ୍ ରିପୋର୍ଟ ଥିଲେ ମଧ୍ୟ ସରକାରୀ ପୋର୍ଟାଲରେ ଅପଲୋଡ୍ କରିବେ । ପୋର୍ଟାଲରେ ପଞ୍ଜୀକରଣ ପରେ ଡିଏମଙ୍କ ନିର୍ଦ୍ଦେଶ ଆଧାରରେ କୋଭିଡ ରୋଗୀଙ୍କୁ ଅମ୍ଳଜାନ ସିଲିଣ୍ଡର ଯୋଗାଇ ଦିଆଯିବ। ପରେ ଆବଶ୍ୟକ ହେଲେ ରିଫିଲିଂ ପ୍ଲାଣ୍ଟରୁ ସିଲିଣ୍ଡର ରିଫିଲ୍ କରିବା ପାଇଁ ଏକ ପାସ୍ ମଧ୍ୟ ଦିଆଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)