Advertisment

କରୋନାରୁ ସୁସ୍ଥ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କରୋନାରୁ  ସୁସ୍ଥ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ସେ ଏକାଥରେ ଦୁଇଟି ରୋଗ- ଡେଙ୍ଗୁ ଓ କୋଭିଡ୍‌-୧୯ ସହିତ ଯୁଝୁଥିଲେ। ଆଜି ଦୁଇଟିଯାକ ରୋଗକୁ ପରାସ୍ତ କରି ସୁସ୍ଥ ହୋଇ ହସ୍‌ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଛନ୍ତି ମନୀଷ। ଆଜି ତାଙ୍କର କରୋନା ରିପୋର୍ଟ ନେଗେଟିଭ୍ ଆସିଛି। ମନୀଷ ସେପ୍ଟେମ୍ବର ୧୪ ତାରିଖରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ହୋମ୍‌ ଆଇସୋଲେସନ୍‌ରେ ରହିଥିଲେ। ପରେ ସେପ୍ଟେମ୍ବର ୨୩ ତାରିଖରେ ଲୋକ ନାୟକ ଜୟ ପ୍ରକାଶ ନାରାୟଣ(ଏଲ୍‌ଏନ୍‌ଜେପି) […]

undefined

manish-sisodia

Advertisment

ନୂଆଦିଲ୍ଲୀ: କରୋନାରୁ  ସୁସ୍ଥ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ସେ ଏକାଥରେ ଦୁଇଟି ରୋଗ- ଡେଙ୍ଗୁ ଓ କୋଭିଡ୍‌-୧୯ ସହିତ ଯୁଝୁଥିଲେ। ଆଜି ଦୁଇଟିଯାକ ରୋଗକୁ ପରାସ୍ତ କରି ସୁସ୍ଥ ହୋଇ ହସ୍‌ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଛନ୍ତି ମନୀଷ। ଆଜି ତାଙ୍କର କରୋନା ରିପୋର୍ଟ ନେଗେଟିଭ୍ ଆସିଛି।

Advertisment

ମନୀଷ ସେପ୍ଟେମ୍ବର ୧୪ ତାରିଖରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ହୋମ୍‌ ଆଇସୋଲେସନ୍‌ରେ ରହିଥିଲେ। ପରେ ସେପ୍ଟେମ୍ବର ୨୩ ତାରିଖରେ ଲୋକ ନାୟକ ଜୟ ପ୍ରକାଶ ନାରାୟଣ(ଏଲ୍‌ଏନ୍‌ଜେପି) ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ଏହାପରେ ସେ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଫଳରେ ତାଙ୍କ ଶରୀର ଅଧିକ ଅସୁସ୍ଥ ହୋଇପଡ଼ିଥିଲା।

ରକ୍ତ କଣିକା ହ୍ରାସ ସହିତ ଅମ୍ଳଜାନ ମାତ୍ରା କମିଯିବାରୁ ତାଙ୍କୁ ସେପ୍ଟେମ୍ବର ୨୪ ତାରିଖରେ ଦିଲ୍ଲୀର ମାସ୍କ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ଏହାପରେ ପ୍ଲାଜ୍‌ମା ଥେରାପୀ କରାଯିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା। କିଛିଦିନ ତଳେ ସେ ସୁସ୍ଥ ଅନୁଭବ କରୁଥିବା ନେଇ ଗଣମାଧ୍ୟମକୁ ଜଣାଇଥିଲେ। ଆଉ ଆଜି ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ