/odishatv-khabar/media/post_attachments/uploadimage/library/16_9/16_9_0/chief_1626696017.jpg)
chief
ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା କାୟା ବିସ୍ତାର କରି ଚାଲିଛି। ଏହାକୁ ଦେଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ସପ୍ତାହ ପାଇଁ ଦିଲ୍ଲୀ ସୀମାକୁ ସିଲ କରିଛନ୍ତି। ଏ ନେଇ ଏକ ସାମ୍ୱାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ଦିଲ୍ଲୀର ସୀମାକୁ ଏକ ସପ୍ତାହ ପର୍ଯ୍ୟନ୍ତ ସିଲ୍ କରାଯିବ। କିନ୍ତୁ ଏହି ସମୟରେ ପାସ୍ ଦ୍ୱାରା କେବଳ ଅତ୍ୟାବଶ୍ୟକ ସେବା ସହ ଜଡିତ ଲୋକମାନେ ଯିବା ଆସିବା କରିପାରିବେ। ରାଜ୍ୟବାସୀଙ୍କଠାରୁ ପରାମର୍ଶ ନେବାପରେ ଆମେ ଏକ ସପ୍ତାହ ମଧ୍ୟରେ ଦିଲ୍ଲୀର ସୀମାକୁ ଖୋଲିବ କି ନାହିଁ ସେ ବିଷୟରେ ନିଷ୍ପତ୍ତି ନିଆଯିବ।
ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି , ତେବେ ଏହି ସମୟ ମଧ୍ୟରେ ଦିଲ୍ଲୀରେ ସେଲୁନ୍ ଖୋଲାରହିବ କିନ୍ତୁ ସ୍ପାଗୁଡିକ ବନ୍ଦ ରହିବ। ପ୍ରଥମରୁ ଯାହା ଖୋଲା ରହିଛି ତାହା ଖୋଲା ରହିବ। କର୍ଫ୍ୟୁ ସମୟରେ ସମସ୍ତେ ଘରେ ରାତି ୯ ରୁ ୫ ପର୍ଯ୍ୟନ୍ତ ରହିବେ। ଦୁଇ ଚକିଆ ଯାନରେ ପଛରେ ଜଣେ ବସି ପାରିବେ।
ରାଜ୍ୟରେ ଅଡ-ଇଭେନ ସିଷ୍ଟମ ବନ୍ଦ କରାଯିବ ଏବଂ ସବୁ ଦୋକାନ ଏକା ସାଙ୍ଗରେ ଖୋଲି ପାରିବ । ଇଣ୍ଡଷ୍ଟ୍ରିଗୁଡିକ ମଧ୍ୟ ଏକ ସମୟରେ ଖୋଲାଯିବ।
କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ, ଜନସାଧାରଣ ବିନା ଅନୁମତିରେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଇପାରିବେ। ତେଣୁ ବର୍ଡର ସିଲ କରିବା ପୂର୍ବରୁ ନିଷ୍ପତ୍ତି ବିଷୟରେ ଘୋଷଣା କରିବା ଉଚିତ୍। ତେଣୁ ଏକ ଲିଖିତ ଆଦେଶ ଜାରି କରିବା ପରେ ଦିଲ୍ଲୀର ସୀମାକୁ ସିଲ କରାଯିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)