/odishatv-khabar/media/post_attachments/uploadimage/library/16_9/16_9_0/rasan_1626698141.jpg)
rasan
ନୂଆଦିଲ୍ଲୀ: ଦେଶରେ କିଲର କରୋନା ଭାଇରସ ହୁ ହୁ ହୋଇ ବଢ଼ିଚାଲିଛି। ଏନେଇ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜନସାଧାରଣଙ୍କୁ ମାଗଣାରେ ରାସନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୫ମାସ ପର୍ଯ୍ୟନ୍ତ ଅର୍ଥାତ୍ ଜୁଲାଇରୁ ନଭେମ୍ୱର ପର୍ଯ୍ୟନ୍ତ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ(NFS) ହିତାଧିକାରୀଙ୍କୁ ମାଗଣା ରାସନ ପ୍ରଦାନ କରାଯିବ।
ଦିଲ୍ଲୀରେ ୧୭.୫୪ ଲକ୍ଷରୁ ଅଧିକ ପରିବାରରେ ରହୁଥିବା ୭୧୪୦୯୩୮ ଲୋକଙ୍କୁ ସରକାର PDS ଦ୍ୱାରା ରିହାତି ମୂଲ୍ୟରେ ରାସନ ଯୋଗାଇ ଦିଆଯାଉଛି। ସେଥିମଧ୍ୟରୁ ୬୮୪୬୫ ପରିବାର ଅନ୍ତୋଦୟ ଯୋଜନାରେ ଅନ୍ତର୍ଭୁକ୍ତ।
ସୂଚନାଥାଉକି, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍(NFS)ରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ପ୍ରତି ମାସରେ ୫କିଲୋ ରାସନ ସହ ୪କିଲୋ ଗହମ ଓ ଏକ କିଲୋ ଚାଉଳ ଦିଆଯାଉଛି। ଅନ୍ତୋଦୟ ଯୋଜନାରେ ପ୍ରତ୍ୟେକ ପରିବାରକୁ ୨୫କିଲୋ ଗହମ ସହ ୧୦କିଲୋ ଚାଉଳ ଓ ୧କିଲୋ ଚିନି ଯୋଗାଇ ଦିଆଯାଉଛି।
ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଅନୁଯାୟୀ ସବସିଡି ହାରରେ କିଲୋଗ୍ରାମ ଗହମ ପିଛା ୨ଟଙ୍କା ଓ ପ୍ରତି କିଲୋଗ୍ରାମ ଚାଉଳ ପିଛା ୩ଟଙ୍କାରେ ଦିଆଯାଉଛି। କରୋନା ଭାଇରସ ସମୟରେ ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ହିତାଧିକାରୀଙ୍କୁ ନଭେମ୍ୱର ପର୍ଯ୍ୟନ୍ତ ମାଗଣାରେ ରାସନ ବଣ୍ଟନ କରିବେ। ଖାଦ୍ୟମନ୍ତ୍ରୀ ଇମ୍ରାନ୍ ହୁସେନ୍ ଏନେଇ ସୂଚନା ଦେବା ସହିତ ରାସନ ବଣ୍ଟନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)