car
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ହିଟ୍ ଆଣ୍ଡ୍ ରନ୍ କେସ୍ ଘଟାଇଛି ଜଣେ ନାବାଳକ। ସୋମବାର ରାତିରେ ଏଭଳି ଘଟଣା ଘଟିଛି। ୧୭ ବର୍ଷୀୟ ଏହି ନାବାଳକର କାର୍ ଧକ୍କାରେ ଦୁଇ ନାବାଳିକାଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କର ୬ ବର୍ଷର ଭାଇ ଗୁରୁତର ହୋଇଛନ୍ତି। ତାକୁ ଦିଲ୍ଲୀ ଏମ୍ସର ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି।
ମୃତ ନାବାଳିକାଙ୍କର ବୟସ ଯଥାକ୍ରମେ ୫ ଓ ୮ ବର୍ଷ। ନିଜ ଅଙ୍କଲଙ୍କ ସହ ତିନି ଜଣ ପିଲା ରାସ୍ତା ପାର୍ ହେଉଥିବା ବେଳେ କାର୍ଟି ଦ୍ରୁତ ବେଗରେ ଆସି ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ନାବାଳକ ଗୁରୁତର ହୋଇଥିଲେ।
ଦିଲ୍ଲୀ ପୋଲିସ ଏ ନେଇ ହିଟ୍ ଆଣ୍ଡ ରନ୍ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଚଳାଇଛି। ନାବାଳକକୁ କଠୋର ଦଣ୍ଡ ଦେବା ପାଇଁ ମୃତକଙ୍କ ବାପା ଦାବି କରିଛନ୍ତି।
ଘଟଣା ସମ୍ପର୍କରେ ସୂଚନା ଦେଇ ଉତ୍ତରପଶ୍ଚିମ ଦିଲ୍ଲୀର ଡିସିପି ବିଜୟ ଗୋୟଲ ଆର୍ଯ୍ୟା କହିଛନ୍ତି ଯେ ଘଟଣା ସ୍ଥଳରେ ଭାଙ୍ଗି ପଡ଼ିଥିବା କାର୍ରେ ନମ୍ବର ପ୍ଲେଟ୍ ଜବତ ହୋଇଛି। ଏହା ହରିଆଣା ନମ୍ବର ପ୍ଲେଟ୍ର ଏକ ହଣ୍ଡା ସିଟି କାର୍ ବୋଲି ଜଣାପଡ଼ିଛି। ଘଟଣା ସମ୍ପର୍କରେ ତଦନ୍ତ ଜାରି ରଖିଛୁ ବୋଲି ଡିସିପି କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/car-1_1625230787.jpg)