Advertisment

ଭାରତ-ଚୀନ ସାମ୍ମାସାମ୍ନି; ପ୍ରତିରକ୍ଷାମନ୍ତ୍ରୀଙ୍କ ନେତୃତ୍ୱରେ ଚାଲିଛି ବୈଠକ

ନୂଆଦିଲ୍ଲୀ: ଚୀନ ସୀମାରେ ଚରମ ସୀମାରେ ପହଞ୍ଚିଛି ଉତ୍ତେଜନା ଲଦାଖରେ ଥିବା ପ୍ରକୃତ ନିୟନ୍ତ୍ରଣ ରେଖାର ଗଲଓ୍ୱାନ୍ ଉପତ୍ୟକାରେ ଦୁଇ ଦେଶର ସେନାଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ଭାରତର କର୍ଣ୍ଣେଲ ରାଙ୍କର ଜଣେ ଅଫିସରଙ୍କ ସହ ୨ ଜଣ ଯବାନ ସହିଦ୍ ହୋଇଛନ୍ତି। ସେହିପରି ଚୀନ୍‌ର ୩ରୁ ୪ ଜଣ ଯବାନ ମଧ୍ୟ ପ୍ରାଣ ହରାଇଥିବା ସେନା କହିଛି। ସେପଟେ ଏହି ଘଟଣା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଚାଲିଛି। […]

ଭାରତ-ଚୀନ ସାମ୍ମାସାମ୍ନି; ପ୍ରତିରକ୍ଷାମନ୍ତ୍ରୀଙ୍କ ନେତୃତ୍ୱରେ ଚାଲିଛି ବୈଠକ

rajnath

Advertisment

ନୂଆଦିଲ୍ଲୀ: ଚୀନ ସୀମାରେ ଚରମ ସୀମାରେ ପହଞ୍ଚିଛି ଉତ୍ତେଜନା ଲଦାଖରେ ଥିବା ପ୍ରକୃତ ନିୟନ୍ତ୍ରଣ ରେଖାର ଗଲଓ୍ୱାନ୍ ଉପତ୍ୟକାରେ ଦୁଇ ଦେଶର ସେନାଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ଭାରତର କର୍ଣ୍ଣେଲ ରାଙ୍କର ଜଣେ ଅଫିସରଙ୍କ ସହ ୨ ଜଣ ଯବାନ ସହିଦ୍ ହୋଇଛନ୍ତି।

Advertisment

ସେହିପରି ଚୀନ୍‌ର ୩ରୁ ୪ ଜଣ ଯବାନ ମଧ୍ୟ ପ୍ରାଣ ହରାଇଥିବା ସେନା କହିଛି। ସେପଟେ ଏହି ଘଟଣା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଚାଲିଛି। ଏଥିରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବିପିନ ରାଓ୍ୱତ, ତିନି ସେନା ମୁଖ୍ୟ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଉପସ୍ଥିତ ଅଛନ୍ତି।

ତେବେ ଏହି ସଂଘର୍ଷ ଲାଗି ଚୀନ୍ ଓଲଟା ଭାରତକୁ ଦୋଷ ଦେଇଛି। ଭାରତୀୟ ସୈନ୍ୟ ଚୀନ୍ ଅଞ୍ଚଳରେ ଅନୁପ୍ରବେଶ କରିଥିବା ଏହାର ସେନା ପକ୍ଷରୁ କୁହାଯାଇଛି। ଏପଟେ କୌଣସି ଏକଚାଟିଆ ପଦକ୍ଷେପ ନନେବାକୁ ଚୀନ ବୈଦେଶିକ ମନ୍ତ୍ରାଳୟ ଭାରତକୁ ପରାମର୍ଶ ଦେଇଛି।

Advertisment

ଗଲା ମେ ୫ରୁ ଏଲଏସିରେ ଉତ୍ତେଜନା ଲାଗି ରହିଛି। ଉଭୟ ଦେଶ ମଧ୍ୟରେ ମିଲିଟାରୀ ଓ କୂଟନୀତିସ୍ତରୀ ଆଲୋଚନା ଜାରି ରହିଥିଲେ ମଧ୍ୟ ଗତକାଲି ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା।

India And China Defence Minister
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ