Advertisment

ଗିରଫ ହେଲେ ଅଭିନେତା ଦୀପ୍‌ ସିଦ୍ଧୁ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଜାନୁଆରୀ ୨୬ ଗଣତନ୍ତ୍ର ଦିବସ ଅବସରରେ କୃଷକଙ୍କ ଟ୍ରାକ୍ଟର ରାଲି ଅବସରରେ ଲାଲ୍‌ କିଲାରେ ହୋଇଥିବା ହିଂସା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଅଭିନେତା ଦୀପ୍‌ ସିଦ୍ଧୁଙ୍କୁ ପୋଲିସ ଗିରଫ କରିଛି। ଦିଲ୍ଲୀ ପୋଲିସର  ସ୍ପେଶାଲ ସେଲ ମଙ୍ଗଳବାର ଦୀପ୍ ସିଦ୍ଧୁଙ୍କୁ ଗିରଫ କରିଛି। । ଦୀପ୍‌ ସିଦ୍ଧୁଙ୍କୁ ଧରିବା ପାଇଁ ପୋଲିସ ତାଙ୍କ ନାଁରେ ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା। ତେବେ ତାଙ୍କୁ କେଉଁଠୁ ଗିରଫ କରାଯାଇଛି ତାହା ସ୍ପଷ୍ଟ […]

ଗିରଫ ହେଲେ ଅଭିନେତା ଦୀପ୍‌ ସିଦ୍ଧୁ

Deep Sidhu Arrested

Advertisment

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଜାନୁଆରୀ ୨୬ ଗଣତନ୍ତ୍ର ଦିବସ ଅବସରରେ କୃଷକଙ୍କ ଟ୍ରାକ୍ଟର ରାଲି ଅବସରରେ ଲାଲ୍‌ କିଲାରେ ହୋଇଥିବା ହିଂସା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଅଭିନେତା ଦୀପ୍‌ ସିଦ୍ଧୁଙ୍କୁ ପୋଲିସ ଗିରଫ କରିଛି। ଦିଲ୍ଲୀ ପୋଲିସର  ସ୍ପେଶାଲ ସେଲ ମଙ୍ଗଳବାର ଦୀପ୍ ସିଦ୍ଧୁଙ୍କୁ ଗିରଫ କରିଛି। । ଦୀପ୍‌ ସିଦ୍ଧୁଙ୍କୁ ଧରିବା ପାଇଁ ପୋଲିସ ତାଙ୍କ ନାଁରେ ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା। ତେବେ ତାଙ୍କୁ କେଉଁଠୁ ଗିରଫ କରାଯାଇଛି ତାହା ସ୍ପଷ୍ଟ କରାଯାଇ ନାହିଁ।

Advertisment

ଜାନୁଆରୀ ୨୬ ହିଂସା ପରେ ଦୀପ ସିଦ୍ଧୁ ଭିନ୍ନ ଭିନ୍ନ ସ୍ଥାନରୁ ଫେସବୁକ୍‌ରେ ଲାଇଭ କରୁଥିଲେ। ସେ କୃଷକ ନେତାଙ୍କ ବିରୋଧରେ ମଧ୍ୟ ସାଂଘାତିକ ଅଭିଯୋଗ ଆଣିଥିଲେ। ଜାତୀୟ ଗଣମାଧ୍ୟମରୁ ମିଳିଥିବା ତଥ୍ୟ ଅନୁସାରେ, ସିଦ୍ଧୁଙ୍କର ଏହି ଫେସବୁକ୍‌ ଲାଇଭ କାମରେ ତାଙ୍କର ବିଦେଶରେ ରହୁଥିବା ଜଣେ ବାନ୍ଧବୀ ସହାୟତା କରିଥିଲେ। ତଦନ୍ତକାରୀ ଏଜେନ୍ସ ସିଦ୍ଧୁଙ୍କ ବାନ୍ଧବୀଙ୍କ ଭୂମିକାକୁ ନେଇ ମଧ୍ୟ ତଦନ୍ତ କରିବ।

ସୂଚନାଥାଉ କି, କେନ୍ଦ୍ର ସରକାର ଲାଗୁ କରିଥିବା ନୂଆ କୃଷିନୀତିକୁ ଚାଷୀ ବିରୋଧ କରୁଛନ୍ତି। ସରକାର ଏହି ବିଲ୍‌କୁ ପ୍ରତ୍ୟାହାର କରିବା ଦାବି ନେଇ ଚାଷୀ ଅଡ଼ି ବସିଛନ୍ତି। ଏ ନେଇ ଦୀର୍ଘଦିନ ଧରି ଚାଷୀ ଦିଲ୍ଲୀ ସୀମାରେ ଆନ୍ଦୋଳନ ଚଲାଇଛନ୍ତି। ଜାନୁଆରୀ ୨୬ ତାରିଖ କୃଷକମାନଙ୍କର ଏକ ଟ୍ରାକ୍ଟର ରାଲି ବାହାରିଥିଲା। ଏହାକୁ ନେଇ ପୋଲିସ-ଚାଷୀ ମୁହାଁମୁହିଁ ହୋଇଥିଲେ। ହିଂସାକାଣ୍ଡରେ ୮ଟି ବସ୍‌ ଓ ୧୭ଟି ପ୍ରାଇଭେଟ୍‌ ଗାଡ଼ିକୁ ଭଙ୍ଗାରୁଜା କରାଯିବା ସହ ଏହି ଘଟଣାରେ ୮୬ ଜଣ ପୋଲିସ୍‌ କର୍ମୀ ଆହତ ହୋଇଥିବା ଦିଲ୍ଲୀ ପୋଲିସ୍‌ କହିଥିଲା।

Advertisment

ଏହା ଭିତରେ ଅନେକ ଆନ୍ଦୋଳନକାରୀ ଟ୍ରାକ୍ଟର ସହ ଲାଲ୍‌ କିଲ୍ଲାରେ ପହଞ୍ଚି ଯାଇଥିଲେ ଏବଂ ଲାଲ୍ କିଲ୍ଲାର ଗମ୍ବୁଜ ଉପରେ ଧର୍ମୀୟ ପତାକା ଲଗାଇ ଦେଇଥିଲେ। ଏହାକୁ ନେଇ ସାରା ଦେଶରେ ଅସନ୍ତୋଷ ପ୍ରକାଶ ପାଇଥିଲା। କିଛି ଚାଷୀ ନେତା ଏହି ହିଂସାକାଣ୍ଡ ପଛରେ ଅଭିନେତା ଦୀପ୍‌ ସିଦ୍ଧୁଙ୍କ ହାତ ଥିବା ଅଭିଯୋଗ କରିଛନ୍ତି। ଦୀପ୍‌ ସିଦ୍ଧୁଙ୍କ ବିରୋଧରେ ଚାଷୀମାନଙ୍କୁ ଉସ୍‌କାଇବା ଓ ହିଂସା ସୃଷ୍ଟି କରିବା ଭଳି ଅଭିଯୋଗ ଆସିଥିଲା।

ଏହା ପରଠାରୁ ସିଦ୍ଧୁଙ୍କୁ ପୋଲିସ ଖୋଜୁଥିଲା। ସବୁଠାରୁ ଆଶ୍ଚର୍ଯ୍ୟ କଥା, କିଛି ଦିନ ତଳେ ଫେସବୁକ୍‌ ଲାଇଭ କରି ସିଦ୍ଧୁ ଚାଷୀ ନେତାଙ୍କୁ ଧମକ ଦେଇଥିଲେ। ସେ ଧମକ ଦେଇ କହିଥିଲେ, ‘ଯଦି ସେମାନେ ମୁହଁ ଖୋଲନ୍ତି ଏବଂ କୃଷକ ଆନ୍ଦୋଳନର ଭିତିରି କଥା ପଦାକୁ ଆଣନ୍ତି ତେବେ ଏହି ନେତାଙ୍କୁ ଖସିବାର ରାସ୍ତା ମିଳିବ ନାହିଁ।’ ସେ ଆହୁରି କହିଥିଲେ, ‘ ମୋ କଥାକୁ ଖାଲି ଡାଇଲଗ୍‌ ବୋଲି ଭାବନି। ମନେରଖ, ମୋ ପାଖରେ ସବୁ କଥା ପ୍ରମାଣ ରହିଛି। ମାନସିକତା ବଦଳାଅ।’

Advertisment

Farmer Protest In Republic Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ