Advertisment

କାଳ ହେଲା ଯାଦୁ ଖେଳ, ନଦୀରେ ବୁଡ଼ି ଜୀବନ ହାରିଲେ ଯାଦୁଗର

ଭୁବନେଶ୍ୱର: କାଳ ହେଲା ବିପଜ୍ଜନକ ଯାଦୁ ଖେଳ। ପୋଲିସର ବିନା ଅନୁମତିରେ ହୁଗୁଳି ନଦୀରେ ଯାଦୁ ଦେଖାଉଥିବା ବେଳେ ଯାଦୁକର ଚଞ୍ଚଲ ଲହରୀଙ୍କ ମୃତ୍ୟୁ ହୋଇଛି । ଯାଦୁ ପ୍ରଦର୍ଶନ ପୂର୍ବରୁ ହାତଗୋଡ ବନ୍ଧା ହୋଇଥିବା ଅବସ୍ଥାରେ ସେ ନଦୀ ଭିତରକୁ ପଶିଥିଲେ ।  ନଦୀ ଭିତରୁ ସୁରକ୍ଷିତ ଭାବେ ବାହାରି ଆସିବେ ବୋଲି ଉପସ୍ଥିତ ଲୋକଙ୍କୁ ସେ ଜଣାଇଥିଲେ । ହେଲେ ଶେଷରେ ମ୍ୟାଜିକରେ ବିଫଳ ହେଲେ ଆଉ ଟ୍ରାଜେଡିର ସାମ୍ନା କରି ଜୀବନ ହାରିଲେ […]

author-image
Mihir Pattnayak
କାଳ ହେଲା ଯାଦୁ ଖେଳ, ନଦୀରେ ବୁଡ଼ି ଜୀବନ ହାରିଲେ ଯାଦୁଗର

6m

ଭୁବନେଶ୍ୱର: କାଳ ହେଲା ବିପଜ୍ଜନକ ଯାଦୁ ଖେଳ। ପୋଲିସର ବିନା ଅନୁମତିରେ ହୁଗୁଳି ନଦୀରେ ଯାଦୁ ଦେଖାଉଥିବା ବେଳେ ଯାଦୁକର ଚଞ୍ଚଲ ଲହରୀଙ୍କ ମୃତ୍ୟୁ ହୋଇଛି । ଯାଦୁ ପ୍ରଦର୍ଶନ ପୂର୍ବରୁ ହାତଗୋଡ ବନ୍ଧା ହୋଇଥିବା ଅବସ୍ଥାରେ ସେ ନଦୀ ଭିତରକୁ ପଶିଥିଲେ ।  ନଦୀ ଭିତରୁ ସୁରକ୍ଷିତ ଭାବେ ବାହାରି ଆସିବେ ବୋଲି ଉପସ୍ଥିତ ଲୋକଙ୍କୁ ସେ ଜଣାଇଥିଲେ ।

Advertisment

ହେଲେ ଶେଷରେ ମ୍ୟାଜିକରେ ବିଫଳ ହେଲେ ଆଉ ଟ୍ରାଜେଡିର ସାମ୍ନା କରି ଜୀବନ ହାରିଲେ । ମୃତ୍ୟୁର ଗୋଟିଏ ଦିନ ପରେ ହୁଗଳି ନଦୀରୁ ଗତ ରାତିରେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ଏଥିପାଇଁ ରେସ୍‌କ୍ୟୁ ଟିମ୍‌କୁ ନାକେଦମ ହେବାକୁ ପଡ଼ିଥିଲା।

୧୬ ଜୁନ୍‌ରେ କୋଲକାତାର ହୁଗୁଳି ନଦୀରେ ମୃତ୍ୟୁର ଖେଳ ଦେଖାଇବା ପାଇଁ ପ୍ରସ୍ତୁତ ହୋଇଥିଲେ ଯାଦୁଗର। ପ୍ରସିଦ୍ଧ ଜାଦୁଗର ହୁଦୁନୀଙ୍କଠାରୁ ପ୍ରେରଣା ପାଇଥିଲେ ଚଞ୍ଚଲ। ପ୍ରଥମେ ଯାଦକୁର ଚଞ୍ଚଲଙ୍କୁ ଲୁହା ଶିଙ୍କୁଳିରେ ହାତ ଗୋଡ଼କୁ ବନ୍ଧାଯାଇଥିଲା । ପରେ ତାଙ୍କୁ ଗଭୀର ନଦୀ ଭିତରକୁ ଫୋପଡ଼ା ଯାଇଥିଲା ।  ସେ କେମିତି ପାଣିରୁ ନିଜକୁ ମୁକାଳାଇବେ ସେ କୌଶଳ କିନ୍ତୁ ନିଜ୍ ଟିମ୍‌ ସଦସ୍ୟଙ୍କୁ ଜଣାଇ ନ ଥିଲେ ।  କୁହାଯାଉଛି ଏଥିପାଇଁ ପୂର୍ବାଭ୍ୟାସ କରି ନ ଥିଲେ ଯାଦୁଗର । ଯାହା ତାଙ୍କ ମୃତ୍ୟୁର କାରଣ ପାଲଟିଲା ।  ତଥ୍ୟ କହୁଛି ୨୦୧୩ ମସିହାରେ ମଧ୍ୟ ଯାଦୁଗର ଲାହିରୀ ମୃତ୍ୟୁର ଖେଳ ପ୍ରଦର୍ଶନ କରିଥିଲେ ।  ସାଧାରଣ ଲୋକେ କିନ୍ତୁ ତାଙ୍କର ଯାଦୁ ବିଷୟରେ ଜାଣିନେଇଥିଲେ ଯାହା ତାଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଥିଲା । ଏପରିକି ସେ ଦର୍ଶକଙ୍କଠାରୁ ଗାଳି ଖାଇଥିଲେ ।  ହୁଗୁଳି ନଦୀରେ ମୃତ୍ୟୁର ଖେଳ ଦେଖାଇବା ପାଇଁ ପୋଲିସ ଅନୁମତି ନେଇଥିଲେ କିନ୍ତୁ ପାଣି ଭିତରେ ନୁହେଁ ବରଂ ନୌକାରେ ହିଁ ଷ୍ଟଣ୍ଟ ଦେଖାଇବାକୁ ନେଇଥିଲେ।

Advertisment
Left Top
Advertisment
Advertisment