Advertisment

ଅନ୍ତିମ ସଂସ୍କାରର ୧୦ ଦିନ ପରେ ଜୀବିତ ଅବସ୍ଥାରେ ଘରକୁ ଫେରିଲେ ଏହି ବ୍ୟକ୍ତି, କାରଣ ଜାଣି ସମସ୍ତେ ଆଶ୍ଚର୍ଯ୍ୟ

ଜୟପୁର: କାନ୍ଦ ବୋବାଳିରେ ଫାଟି ପଡ଼ୁଥିଲା ପୁରା ପରିବେଶ। ହଠାତ୍‌ ଭାଇର ମୃତ୍ୟୁ ଖବର କଥା ବିଶ୍ୱାସ କରିପାରିନଥିଲେ ନାନାଲାଲ୍‌। ହେଲେ ବିଧିର ବିଧାନ କିଛି ଅଲଗା ଥିଲା ଭାବି ଭାଇର ମୃତ୍ୟୁ ଖବରକୁ ସତ ବୋଲି ଭାବି ନେଇଥିଲେ ଓ…

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ଅନ୍ତିମ ସଂସ୍କାରର ୧୦ ଦିନ ପରେ ଜୀବିତ ଅବସ୍ଥାରେ ଘରକୁ ଫେରିଲେ ଏହି ବ୍ୟକ୍ତି, କାରଣ ଜାଣି ସମସ୍ତେ ଆଶ୍ଚର୍ଯ୍ୟ

man died 1

ଜୟପୁର: କାନ୍ଦ ବୋବାଳିରେ ଫାଟି ପଡ଼ୁଥିଲା ପୁରା ପରିବେଶ। ହଠାତ୍‌ ଭାଇର ମୃତ୍ୟୁ ଖବର କଥା ବିଶ୍ୱାସ କରିପାରିନଥିଲେ ନାନାଲାଲ୍‌। ହେଲେ ବିଧିର ବିଧାନ କିଛି ଅଲଗା ଥିଲା ଭାବି ଭାଇର ମୃତ୍ୟୁ ଖବରକୁ ସତ ବୋଲି ଭାବି ନେଇଥିଲେ ଓ ଶବର ଅନ୍ତିମ ସଂସ୍କାର କରିଥିଲେ। ଏପରିକି ନାନାଲାଲ୍‌ ଭାଇର ଶୁଦ୍ଧିକ୍ରିୟା କରିବା ସହ ଲଣ୍ଡା ମଧ୍ୟ ହୋଇଯାଇଥିଲେ। ହେଲେ ଅନ୍ତିମ ସଂସ୍କାରର ୧୦ ଦିନ ପରେ ଜୀବିତ ଅବସ୍ଥାରେ ଘରକୁ ଫେରିଲେ ଭାଇ। ଯାହା ଦେଖି ନାନାଲାଲ୍‌ ପୁରା ଚକିତ ହୋଇଯାଇଥିଲେ। ଯାହାକୁ ପରିବାର ଲୋକ ମୃତ ବୋଲି ଭାବି ଅନ୍ତିମ ସଂସ୍କାର କରି ଦେଇଥିଲେ, ସେହି ବ୍ୟକ୍ତି ଅନ୍ତିମ ସଂସ୍କାରର ୧୦ ଦିନ ପରେ ଜୀବିତ ଅବସ୍ଥାରେ ଘରକୁ ଫେରିଥିଲେ। କଥାଟା ଯେକେହିବି ଶୁଣିବେ, ସମସ୍ତଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗିବ। ସମସ୍ତେ ଭାବୁଥିବେ କିପରି ଜଣେ ମୃତ ବ୍ୟକ୍ତି ଜୀବିତ ଅବସ୍ଥାରେ ଘରକୁ ଫେରିଲେ।

Advertisment

ଜାଣନ୍ତୁ ପୂରା ଘଟଣା…

ରାଜସ୍ଥାନର ରାଜସମନ୍ଦ ଜିଲ୍ଲା କାଙ୍କରୋଳିରେ ରହୁଥିବା ୪୦ ବର୍ଷୀୟ ଓମ୍‌କାର ଲାଲ୍‌ ସବୁବେଳେ ମଦ୍ୟପାନ କରିଥାନ୍ତି। ମେ’ ୧୧ରେ କାହାକୁ କିଛି ନକହି ସେ ଘରୁ ଚାଲି ଆସିଥିଲେ। ଏହାପରେ ତାଙ୍କ ଲିଭର୍‌ରେ କିଛି ସମସ୍ୟା ହେବାରୁ ସେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ସେଇଦିନ ମୋହି ଅଞ୍ଚଳର ଜଣେ ଅଜଣା ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ୍‌ ଅଣାଯାଇଥିଲା ଓ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ମୃତଦେହକୁ ଶବଗୃହରେ ରଖାଯାଇଥିଲା। ଘଟଣାକୁ ନେଇ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ସମ୍ପୃକ୍ତ ଅଜଣା ବ୍ୟକ୍ତିଙ୍କ ସମ୍ପର୍କରେ ପୋଲିସ୍‌କୁ ସୂଚନା ଦେଇଥିଲେ।

ଶବକୁ ଚିହ୍ନଟ କଲେ ପରିଜନ

କାଙ୍କରୋଳି ଥାନା ଇନ୍‌ଚାର୍ଜଙ୍କ କହିବା ଅନୁସାରେ, ଆମକୁ ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏକ ଚିଠି ମିଳିଥିଲା ଯେ, ମୃତଦେହ ୩ ଦିନ ହେବ ଶବଗୃହରେ ପଡ଼ି ରହିଛି ଓ ମୃତକଙ୍କ ପରିଚୟ ମିଳିପାରି ନାହିଁ। ଶବକୁ ଚିହ୍ନଟ ପାଇଁ ଫଟୋ ଜାରି କରାଯାଇଥିଲା। ଏହାପରେ ମେ’ ୧୫ରେ ୧୦ରୁ ଅଧିକ ଲୋକ ଶବକୁ ଚିହ୍ନଟ ପାଇଁ ହସ୍ପିଟାଲ୍‌ ଆସିଥିଲେ। ଏମାନଙ୍କ ମଧ୍ୟରେ ଓମ୍‌କାରଙ୍କ ଭାଇ ନାନାଲାଲ୍‌ ମଧ୍ୟ ଥିଲେ। ଶବର ଶରୀରର ଆକୃତି ଦେଖି ନାନାଲାଲ୍‌ ଏହା ଓମ୍‌କାରଙ୍କ ବୋଲି କହିଥିଲେ। ପୋଷ୍ଟପର୍ଟମ ନକରି ଶବକୁ ହସ୍ତାନ୍ତର କରିବା ପାଇଁ ପରିଜନ କହିଥିଲେ।

Advertisment

ଶରୀରରେ ଥିବା ଦାଗ କଥାକୁ ଏଡ଼ାଇ ଦେଲେ ହସ୍ପିଟାଲ୍‌ କର୍ତ୍ତୃପକ୍ଷ

ଓମ୍‌କାରଙ୍କ ଡାହାଣ ହାତର ମଣିବନ୍ଧରୁ କହୁଣି ପର୍ଯ୍ୟନ୍ତ ଏକ ଦାଗ ଥିବା କଥା ନାନାଲାଲ୍‌ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ଓ ପୋଲିସ୍‌କୁ କହିଥିଲେ। ଶବ ୩ ଦିନ ଧରି ରହିଥିବାରୁ ଓ ଡି ଫ୍ରିଜ୍‌ରେ ରଖା ଯାଇଥିବାରୁ ଦାଗ ହଟି ଯାଇଥିବା କହି ହସ୍ପିଟାଲ୍‌ କର୍ତ୍ତୃପକ୍ଷ ଓ ପୋଲିସ୍‌ ଶବକୁ ପରିଜନଙ୍କୁ ହସ୍ତାନ୍ତର କରି ଦେଇଥିଲେ। ମେ’୧୫ରେ ଶବର ଅନ୍ତିମ ସଂସ୍କାର କରାଯାଇଥିଲା। 

ଅନ୍ତିମ ସଂସ୍କାରର ୧୦ ଦିନ ପରେ ଜୀବିତ ଅବସ୍ଥାରେ ଘରକୁ ଫେରିଲେ

ନାନାଲାଲ୍‌ଙ୍କ ପରିବାର ଲୋକ ସେତେବେଳେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ, ଯେତେବେଳେ ମେ’ ୨୩ରେ ଓମ୍‌କାର ଲାଲ୍‌ ଘରକୁ ଫେରିଥିଲେ। ଯାହାକୁ ପରିବାର ଲୋକ ମୃତ ବୋଲି ଭାବି ନେଇଥିଲେ, ତାଙ୍କୁ ହଠାତ୍‌ ଜୀବିତ ଅବସ୍ଥାରେ ଦେଖି ସମସ୍ତେ ଚକିତ ହୋଇଯାଇଥିଲେ। ପରିବାର ଲୋକ ତାଙ୍କୁ ମୃତ ବୋଲି ଭାବି ତାଙ୍କର ଅନ୍ତିମ ସଂସ୍କାର କରି ଦେଇଥିବା କଥା ଜାଣି ଓମ୍‌କାର ମଧ୍ୟ ଜାଣି ପୁରାପୂରି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପ୍ରକୃତ ଘଟଣାକୁ ନେଇ ପୋଲିସ୍‌ ଯାଞ୍ଚ ପରେ ଜଣାପଡ଼ିଥିଲା, ଯାହାକୁ ଓମ୍‌କାର ଭାବି ଅନ୍ତିମ ସଂସ୍କାର କରାଯାଇଥିଲା, ପ୍ରକୃତରେ ସେ ଓମ୍‌କାର ନଥିଲେ ବରଂ ତାଙ୍କ ନାଁ ଗୋବର୍ଦ୍ଧନ ପ୍ରଜାପତ ଥିଲା। ପୋଲିସ୍ର ସୂଚନା ଅନୁସାରେ, ତାଙ୍କର ୩ ଜଣ ସନ୍ତାନ ଅଛି। ଗୋବର୍ଦ୍ଧନ ଅସୁସ୍ଥ ହେବାରୁ ସେ ନିଜ ସନ୍ତାନମାନଙ୍କୁ ଶିଶୁ କଲ୍ୟାଣ ଗୃହରେ ଛାଡ଼ି ଦେଇଥିଲେ। ତାଙ୍କ ସ୍ତ୍ରୀ ତାଙ୍କୁ ଛାଡ଼ି ଦେଇଥିଲେ।

Advertisment
Advertisment