/odishatv-khabar/media/post_attachments/uploadimage/library/16_9/16_9_0/song-dcp_1626687794.jpg)
song dcp
ବେଙ୍ଗାଲୁରୁ: ସାରା ଦେଶରେ ହୁହୁ ହୋଇ ଜଳୁଛି ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧୀ ଆନ୍ଦୋଳନର ନିଆଁ। ଏହାକୁ ପ୍ରଶମିତ କରିବା ପାଇଁ କେଉଁଠି ଲାଠି ମାଡ଼ ତ କେଉଁଠି ପାଣି ମାଡ଼ ଏବଂ ଗୁଳି ଯାଏ କଥା ଯାଉଛି। କିନ୍ତୁ ବେଙ୍ଗାଲୁରୁର ଜଣେ ଡିସିପି ଚେତନ ସିଂହ ଠାକୁର ଅଭିନବ ଉପାୟରେ ଆନ୍ଦୋଳନକାରୀଙ୍କୁ ବୁଝାଇବାରେ ସମର୍ଥ ହୋଇଛନ୍ତି। ସେ ଲାଠି ନୁହେଁ ବରଂ ଜାତୀୟ ସଙ୍ଗୀତକୁ ଅସ୍ତ୍ର କରିଛନ୍ତି।
#WATCH Karnataka: DCP of Bengaluru(Central),Chetan Singh Rathore sings national anthem along with protesters present at the Town Hall in Bengaluru, when they were refusing to vacate the place. Protesters left peacefully after the national anthem was sung. #CitizenshipAmendmentActpic.twitter.com/DLYsOw3UTP
— ANI (@ANI) December 19, 2019
ସେ ପ୍ରଥମେ ଆନ୍ଦୋଳନରେ ହିଂସା ବାବଦରେ ସଚେତନ କରିବା ସହ ସମସ୍ତଙ୍କୁ ହଟିବାକୁ କହିଥିଲେ। କିନ୍ତୁ ସେମାନେ ଜାଗା ଖାଲି ନ କରିବାରୁ ସେ ପୁଣି ବୁଝାଇବା ସହ ଜାତୀୟ ସଙ୍ଗୀତ ଗାଇବାକୁ କହିଥିଲେ। ସେ ଏହି ଗୀତ ଗାଇବା ନେଇ କହିଥିଲେ, ମୁଁ ଏବେ ଏକ ଗୀତ ଗାଇବି ମୋ ସହ ସମସ୍ତେ ସ୍ୱର ମିଶାଇବେ। ଏହାପରେ ଉପସ୍ଥିତ ଆନ୍ଦୋଳନକାରୀ ବଡ଼ ପାଟିରେ ହଁ ଭରିବା ସହ ଡିସିପିଙ୍କ ସହ ଜାତୀୟ ସଙ୍ଗୀତ ଗାଇବା ଆରମ୍ଭ କରିଥିଲେ। ଏପରିକି ସେମାନେ ସମସ୍ତେ ଏକ ସ୍ୱରରେ ଜୟ ହିନ୍ଦ ନାରା ମଧ୍ୟ ଦେଇଥିଲେ। ଜାତୀୟ ସଙ୍ଗୀତ ଗାଇବା ପରେ ସେମାନେ ସେହି ସ୍ଥାନ ଛାଡ଼ି ଚାଲିଯାଇଥିବା ଏଏନ୍ଆଇ ପକ୍ଷରୁ କୁହାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)