hayat
ଇସଲାମାବାଦ: ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମଙ୍କ ଗର୍ଲଫ୍ରେଣ୍ଡ ମହବିଶ ହାୟାତ୍ ଆଉ କାହା ପ୍ରେମରେ ପଡ଼ି ଯାଇଛନ୍ତି। ଯଦିଓ ସେ ନିଜର ନୂତନ ପ୍ରେମକୁ ସର୍ବସାଧାରଣରେ ପ୍ରକାଶ କରନ୍ତି ନାହିଁ, କିନ୍ତୁ ତାଙ୍କ ଭାଷାରୁ ଏହା ସ୍ପଷ୍ଟ ହୋଇଛି ଯେ, ଦାଉଦ୍ଙ୍କ ବ୍ୟତୀତ ତାଙ୍କ ହୃଦୟରେ ଅନ୍ୟ କେହି ସ୍ଥାନ ପାଇଛନ୍ତି । ସମ୍ପ୍ରତି ଏକ ସାକ୍ଷାତକାରରେ, ହାୟାତ୍ ଦାଉଦ୍ଙ୍କ ବ୍ୟତୀତ ଆଉ କାହାକୁ ଯେ ପସନ୍ଦ କରନ୍ତି ଏହାର ଇଶାରା ଦେଇଛନ୍ତି।
ତାଙ୍କର ଏହି ସାକ୍ଷାତକାର ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ହାୟତଙ୍କୁ ତାଙ୍କ ଜୀବନସରଥୀ ବିଷୟରେ ପଚରାଯାଇଥିଲା । ଏହାର ଉତ୍ତରରେ ହାୟାତ ଜଣେ ରାଜନେତାଙ୍କ ନାଁ ନେଇଥିଲେ। ଆଉ ଏଥିପାଇଁ ସେ ସୋଶାଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।
ସାକ୍ଷାତକାରରେ ମେହୱିଶ ହାୟାତ୍ କହିଥିଲେ ଯେ, ସେ ଅଧିକ ଉଚ୍ଚତା ବିଶିଷ୍ଟ ବ୍ୟକ୍ତିଙ୍କୁ ପସନ୍ଦ କରନ୍ତି | ସେ ଏହା ମଧ୍ୟ କହିଛନ୍ତି, ପୁଅମାନଙ୍କ ରଙ୍ଗ ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ। ସାମ୍ବାଦିକ ହାୟାତଙ୍କୁ ପଚାରିଥିଲେ ଯେ, ସେ ସେଇ ବ୍ୟକ୍ତିଙ୍କ ବିଷୟରେ କହୁଛନ୍ତି କି, ଯିଏ ପାକିସ୍ତାନୀ ଜାତୀୟ ସଭାର ସଦସ୍ୟ ହୋଇଛନ୍ତି ?
ଏହି ପ୍ରଶ୍ନ ଶୁଣି ମହାବିଶ ଚଟାପଟ ପଚାରିଥିଲେ,ଆପଣ ବିଲାୱାଲ ବିଷୟରେ କହୁଛ କି ?
ଏପରି ଉତ୍ତର ଶୁଣି ସମସ୍ତଙ୍କ ମନରେ ମହାବିଶଙ୍କ ନୂତନ ପ୍ରେମକୁ ନେଇ ସନ୍ଦେହ ଉଙ୍କି ମାରୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/hayat-1_1625061798.jpg)