Advertisment

ଶକ୍ତି ଗୋଟାଉଛି ନିଭାର, ୧୨୦ କିଲୋମିଟର ବେଗରେ ବହିବ ପବନ

ପୁଡ଼ୁଚେରୀ: ତାମିଲନାଡୁ ଓ ପୁଡ଼ୁଚେରୀ ମୁହାଁ ସାମୁଦ୍ରିକ ଝଡ଼ ନିଭାର୍। ଆସନ୍ତାକାଲି ମଧ୍ୟାହ୍ନରୁ ଅପରାହ୍ଣ ମଧ୍ୟରେ ପୁଡୁଚେରିର କରାଇକେଲ୍‌ରୁ ତାମିଲନାଡ଼ୁର ମାମଲାପୁରମ୍‌ରେ ସ୍ଥଳ ଭାଗ ଛୁଇଁବ। ଲ୍ୟାଣ୍ଡଫଲ ବେଳେ ଘଣ୍ଟାପ୍ରତି ଶହେରୁ ୧୨୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ବାତ୍ୟାକୁ ନଜରରେ ରଖି ତାମିଲନାଡ଼ୁ ଓ ପୁଡ଼ୁଚେରିରେ ହାଇ ଆଲର୍ଟ ଜାରି କରାଯାଇଛି। ଆସନ୍ତା ୨୪ ଘଣ୍ଟାରେ ଏହା ସିଭିୟର୍ ସାଇକ୍ଲୋନିକ୍ ଷ୍ଟ୍ରମ ପରିଣତ ହୋଇ ଆସନ୍ତାକାଲି ମଧ୍ୟାହ୍ନରୁ […]

ଶକ୍ତି ଗୋଟାଉଛି ନିଭାର, ୧୨୦ କିଲୋମିଟର ବେଗରେ ବହିବ ପବନ

cyclone

Advertisment

ପୁଡ଼ୁଚେରୀ: ତାମିଲନାଡୁ ଓ ପୁଡ଼ୁଚେରୀ ମୁହାଁ ସାମୁଦ୍ରିକ ଝଡ଼ ନିଭାର୍। ଆସନ୍ତାକାଲି ମଧ୍ୟାହ୍ନରୁ ଅପରାହ୍ଣ ମଧ୍ୟରେ ପୁଡୁଚେରିର କରାଇକେଲ୍‌ରୁ ତାମିଲନାଡ଼ୁର ମାମଲାପୁରମ୍‌ରେ ସ୍ଥଳ ଭାଗ ଛୁଇଁବ। ଲ୍ୟାଣ୍ଡଫଲ ବେଳେ ଘଣ୍ଟାପ୍ରତି ଶହେରୁ ୧୨୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ବାତ୍ୟାକୁ ନଜରରେ ରଖି ତାମିଲନାଡ଼ୁ ଓ ପୁଡ଼ୁଚେରିରେ ହାଇ ଆଲର୍ଟ ଜାରି କରାଯାଇଛି।

Advertisment

ଆସନ୍ତା ୨୪ ଘଣ୍ଟାରେ ଏହା ସିଭିୟର୍ ସାଇକ୍ଲୋନିକ୍ ଷ୍ଟ୍ରମ ପରିଣତ ହୋଇ ଆସନ୍ତାକାଲି ମଧ୍ୟାହ୍ନରୁ ଅପରାହ୍ଣ ମଧ୍ୟରେ ପୁଡୁଚେରିର କରାଇକେଲ୍‌ରୁ ତାମିଲନାଡ଼ୁର ମାମଲାପୁରମ୍‌ରେ ସ୍ଥଳ ଭାଗ ଛୁଇଁବ। ଏହାରି ପ୍ରଭାବରେ ଆନ୍ଧ୍ର ପ୍ରଦେଶରେ କେତେକ ସ୍ଥାନରେ ପ୍ରବଳ ବର୍ଷାର ଆକଳନ କରିଛି ଆନ୍ଧ୍ର ପ୍ରଦେଶର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ସାମୁଦ୍ରିକ ଝଡ଼ ନିଭାର ମୁକାବିଲା ପାଇଁ NDRFର ୩୦ଟି ଟିମ୍ ମୁତୟନ ହୋଇଛନ୍ତି। ୩୦ଟି ଟିମ୍ ରୁ ୧୮ଟି ଷ୍ଟାଣ୍ଡବାଏ ରହିଥିବା ବେଳେ ବିଭିନ୍ନ ସ୍ଥାନରେ ଅପରେସନରେ ସାମିଲ ହୋଇଛନ୍ତି ୧୨ଟି ଏନଡିଆରଏଫ।  ଲଘୁଚାର ପ୍ରଭାବରେ ତାମିଲନାଡୁ ଏବଂ ପୁଡୁଚେରୀରେ ବର୍ଷା ଆରମ୍ଭ ହୋଇଯାଇଥିବାରୁ ଟିମ୍ ଆଲର୍ଟରେ ରହିଥିବା ସୂଚନା ଦେଇଛନ୍ତି ଏନଡିଆରଏଫ ଡିଜି ଏସଏନ ପ୍ରଧାନ।

Advertisment

ବାତ୍ୟା ନିଭାର ସିଭିଏର ସାଇକ୍ଲୋନ୍ ଶ୍ରେଣୀର ଅଟେ। ତେଣୁ କ୍ଷୟକ୍ଷତି ପୂର୍ବରୁ ସତର୍କ ହୋଇ ସୁରକ୍ଷିତ ସ୍ଥାନକୁ ଆସିବାକୁ ଏନଡିଆରଏଫ ଏବଂ ସରକାରଙ୍କ ପକ୍ଷରୁ କୁହାଯାଇଛି। ଜନତାଙ୍କ ସହ ସମନ୍ୱୟ ରକ୍ଷା କରି ସେମାନଙ୍କୁ ଆଗୁଆ ବିପଦ ପ୍ରତି ସତର୍କ କରାଇ କାର୍ଯ୍ୟ କରାଯାଉଛି। ପ୍ରଶାସନ ସହ ସାଧାରଣ ଜନତା ମଧ୍ୟ ସଚେତନ ହେବା ଜରୁରୀ ବୋଲି କହିଛନ୍ତି ଏନଡିଆରଏଫ ଡିଜି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ