/odishatv-khabar/media/post_attachments/uploadimage/library/16_9/16_9_0/vlcsnap-error682_1621216908.jpg)
cyclone
ଗାନ୍ଧୀନଗର: ସମୁଦ୍ରରେ ବଳ ଜୁଟାଉଛି ବାତ୍ୟା ତାଉତେ। ଆରବ ସାଗରରେ ସୃଷ୍ଟ ଏହି ସାମୁଦ୍ରିକ ଝଡ଼ ଭେରି ସିଭିୟର ଷ୍ଟୋମରେ ପରିଣତ ହୋଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି। ଏହା ଏବେ ଘଣ୍ଟା ପ୍ରତି ୧୮ କିଲୋମିଟର ବେଗରେ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ଏହା ଏବେ ଗୋଆ ପାଞ୍ଜିମାରୁ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ୩୬୦ କିଲୋମିଟର ଦୂରରେ ଥିବା ବେଳେ ମୁମ୍ବାଇଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ୧୭୦ କିଲୋମିଟର ଦୂରରେ ରହିଛି। ସେହିପରି ଗୁଜରାଟ ଭେରାଭାଲ୍ ଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୩୫୦ କିଲୋମିଟର ଦୂରରେ ଥିବା ବେଳେ ଡିଉ ଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୨୬୦ କିଲୋମିଟର ଦୂରରେ ରହିିଛି ବାତ୍ୟା।
ଆଜି ସୁଦ୍ଧା ଏହା ସୌରାଷ୍ଟ୍ର ଦେଇ ଗତି କରି ଆସନ୍ତାକାଲି ସକାଳେ ପୋରବନ୍ଦରରୁ ମହୁଆ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଏହି ସମୟରେ ଉତ୍ତର ମହାରାଷ୍ଟ୍ରରୁ ଗୁଜରାଟ ଉପକୂଳରେ ୧୫୫ରୁ ୧୬୫ କିଲୋମିଟର ବେଗରେ ପବନ ବହିପାରେ। ଏହାର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହେବା ନେଇ ପୂର୍ବନୁମାନ କରିଛି ପାଣିପାଗ ବିଭାଗ। ବାତ୍ୟା ପ୍ରଭାବରେ ଗୁଜଟାର ସୁରତରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି।
ସେପଟେ, ବାତ୍ୟା ତାଉତେ ମୁକାବିଲା ପାଇଁ ତତ୍ପର ହୋଇଛନ୍ତି ଗୁଜରାଟ ସରକାର କ୍ଷୟକ୍ଷତି ଆଶଙ୍କାରେ ଉପକୂଳବର୍ତ୍ତୀ ଅଞ୍ଚଳରୁ ଲୋକଙ୍କୁ କରାଯାଉଛି। ସ୍ଥାନାନ୍ତର ଗୁଜରାଟ ଉପକୂଳବର୍ତ୍ତୀ ଅଞ୍ଚଳରୁ ପ୍ରାୟ ଦେଢ଼ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବା ସହ ପ୍ରଶାସନ ପକ୍ଷରୁ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଛି। ଅନ୍ୟପଟେ ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଆଜି ଓ ଆସନ୍ତାକାଲି ଘରୁ ନବାହାରିବା ପାଇଁ ଲୋକଙ୍କୁ ନିବେଦନ କରିଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ। ବାତ୍ୟାକୁ ଦୃଷ୍ଟିରେ ରଖି ଆଜି ଓ ଆସନ୍ତାକାଲି ଦୁଇ ଦିନ ପାଇଁ ଟିକାକରଣ ପ୍ରକ୍ରିୟା ମଧ୍ୟ ବନ୍ଦ କରିଛନ୍ତି ଗୁଜରାଟ ସରକାର।
ରାଜ୍ୟରେ ୪୪ NDRF ଟିମ୍ ଓ ୧୦ SDRF ଟିମ୍ ମୁତୟନ ହେବା ସହ ଆର୍ମି, ଏୟାରଫୋର୍ସ ଏବଂ ନାଭିକୁ ସଜାଗ ରଖାଯାଇଛି। ଅନ୍ୟପଟେ ତାଉତେ ପ୍ରଭାବରେ ଗୋଆରେ ପ୍ରବଳ ବର୍ଷା ହୋଇଛି। ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ି ରହିବା ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ସମୁଦ୍ର ଅଶାନ୍ତ ରହିବା ସହ ଉଚ୍ଚ ଉଚ୍ଚ ଜୁଆର ଆସିଛି। ଗୋଆ ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ୨ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି। ପ୍ରାୟ ଶହେଟି ବଡ ଘର ଏବଂ ଶହେଟି ଛୋଟ ଛୋଟ ଘର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ବିଦ୍ୟୁତ୍ ସରାବରାହ ମଧ୍ୟ ଅନେକ ସ୍ଥାନରେ ବନ୍ଦ ରହିଛି। ଏହା ପୂର୍ବରୁ କର୍ଣ୍ଣାଟକ ଓ କେରଳରେ ମଧ୍ୟ ତାଣ୍ଡବ ରଚିଥିଲା ଏହି ସାମୁଦ୍ରିକ ଝଡ।
ତେବେ ସ୍ଥଳଭାଗ ଛୁଇଁବାର ଢେର୍ ପୂର୍ବରୁ ବିପର୍ଯ୍ୟୟ ଘଟାଇଛି ସାମୁଦ୍ରିକ ଝ଼ଡ଼ ତାଉତେ । କେରଳର ଥିରୁଅନନ୍ତପୁରମରେ ସମୁଦ୍ରର ଉଚ୍ଚ ଜୁଆରରେ ଭାଙ୍ଗିରୁଜି ଚୁରମାର ହୋଇଯାଇଛି ତଟବର୍ତ୍ତୀ ଅଞ୍ଚଳର ଲୋକଙ୍କ ଘର ଦ୍ୱାର । ଭାଲିଆଥୁରା ଅଞ୍ଚଳର ସମୁଦ୍ର ଜୁଆରରୁ ଘରକୁ ସୁରକ୍ଷିତ ରଖିବା ପାଇଁ ପଥର ବନ୍ଧ କରାଯାଇଥିଲେ ମଧ୍ୟ ଏହାକୁ ମାଡ଼ି ଯାଇ ବିପର୍ଯ୍ୟୟ ଘଟାଇଛି ।
ଭେରି ସିଭିଅର ସାଇକ୍ଲୋନିକ ଷ୍ଟର୍ମରେ ରୂପାନ୍ତରିତ ହୋଇସାରିଲାଣି ସାମୁଦ୍ରିକ ଝଡ଼ ତାଉତେ । ଏହାର ପ୍ରଭାବରେ ଗୋଆରେ ମଧ୍ୟ ପ୍ରବଳ ବର୍ଷା ଲାଗି ରହିଛି । ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ି ରହିଥିବା ବେଳେ ଯାତାୟତ ମଧ୍ୟ ବନ୍ଦ ହୋଇଯାଇଛି । ରେସକ୍ୟୁ ଟିମ୍ ପକ୍ଷରୁ ରାସ୍ତାରେ ପଡ଼ି ରହିଥିବା ଗଛଗୁ଼ଡ଼ିକୁ କାଟି ସଫା କରାଯାଉଛି । ବାତ୍ୟା ତାଉତେ ପ୍ରଭାବରେ ଲାକ୍ଷାଦୀପ ଦୀପପୁଂଜ ଅଂଚଳରେ ମଧ୍ୟ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ ସ୍ଥଳଭାବ ଛୁଇଁବା ପରେ ଏହା ଅନେକ କ୍ଷତି ଘଟାଇବ ବୋଲି ବିଭିନ୍ନ ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି। ହେଲେ ବାତ୍ୟା ଆସିବା ପୂର୍ବରୁ ପ୍ରବଳ ବର୍ଷା ଓ ତୋଫାନ ଲାଗିରହିଛି। ବିଶେଷ କରି ସମୁଦ୍ର କୂଳିଆ ଲୋକ ଏବେ ଚିନ୍ତାରେ ଅଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)