Advertisment

ଆଜି ସନ୍ଧ୍ୟା ସୁଦ୍ଧା ତୀବ୍ର ସାମୁଦ୍ରିକ ଝଡ଼ର ରୂପ ନେଇପାରେ ବାତ୍ୟା ‘ତାଉତେ’

ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟ ସାଇକ୍ଲୋନିକ୍‌ ଷ୍ଟର୍ମ ‘ତାଉତେ’ କ୍ରମଶଃ ଘନୀଭୂତ ହେବାରେ ଲାଗିଛି। ଆଜି ସନ୍ଧ୍ୟା ୫ଟା ୩୦ ସୁଦ୍ଧା ଏହା ତୀବ୍ର ସାମୁଦ୍ରିକ ଝଡ଼ ଏବଂ ଆସନ୍ତାକାଲି ସକାଳ ୧୧ଟା ୩୦ ସୁଦ୍ଧା ଅତି ତୀବ୍ର ସାମୁଦ୍ରିକ ଝଡ଼ର…

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ଆଜି ସନ୍ଧ୍ୟା ସୁଦ୍ଧା ତୀବ୍ର ସାମୁଦ୍ରିକ ଝଡ଼ର ରୂପ ନେଇପାରେ ବାତ୍ୟା ‘ତାଉତେ’

sea

ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟ ସାଇକ୍ଲୋନିକ୍‌ ଷ୍ଟର୍ମ ‘ତାଉତେ’ କ୍ରମଶଃ ଘନୀଭୂତ ହେବାରେ ଲାଗିଛି। ଆଜି ସନ୍ଧ୍ୟା ୫ଟା ୩୦ ସୁଦ୍ଧା ଏହା ତୀବ୍ର ସାମୁଦ୍ରିକ ଝଡ଼ ଏବଂ ଆସନ୍ତାକାଲି ସକାଳ ୧୧ଟା ୩୦ ସୁଦ୍ଧା ଅତି ତୀବ୍ର ସାମୁଦ୍ରିକ ଝଡ଼ର ରୂପ ନେବା ସମ୍ଭାବନା ରହିଛି। ଏହା ୧୮ ତାରିଖ ଅର୍ଥାତ୍‌ ମଙ୍ଗଳବାର ଦିନ ସକାଳ ବେଳକୁ ଗୁଜୁରାଟ ଉପକୂଳ ପାଖାପାଖି ପହଞ୍ଚିବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Advertisment

publive-image

ପାଣିପାଗ ବିଭାଗର ସୂଚନା ପରେ ଗୁଜରାଟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଆସୁଥିବା ବାତ୍ୟା ତାଉତେ ଗୁଜୁରାଟର ସୌରାଷ୍ଟ୍ର ଓ ଦକ୍ଷିଣ ଗୁଜୁରାଟ ଅଞ୍ଚଳରେ ପ୍ରଭାବ ପକାଇପାରେ। ପାଖାପାଖି ୧୫୦ କିଲୋମିଟର ବେଗରେ ପବନ ବହିବା ନେଇ ଆକଳନ କରାଯାଇଛି। ବାତ୍ୟାକୁ ଦୃଷ୍ଟିରେ ଗୁଜରାଟ ସରକାରଙ୍କ ପକ୍ଷରୁ ଜରୁରୀ ବୈଠକ ଡକାଯାଇ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯାଇଛି। ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ ଫେରି ଆସିବା ଲାଗି କୁହାଯାଇଛି। ସେମାନଙ୍କ ଉପରେ ନଜର ରଖିବାକୁ ଜଣେ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି।

ବାତ୍ୟା ‘ତାଉତେ’ ଦ୍ୱାରା ଯେଉଁସବୁ ଅଞ୍ଚଳ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି ଏହାକୁ ମୁବାବିଲା କରିବା ଲାଗି ଗୁଜରାଟ, ଓଡ଼ିଶା ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ ଓ ତାମିଲନାଡୁରୁ ୫୦ରୁ ଅଧିକ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ମୁତୟନ କରାଯାଇଛି। ଓଡ଼ିଶାରୁ ଗୁଜରାଟର ରାଜକୋଟକୁ ଯାଇଛି ଏନ୍‌ଡିଆର୍‌ଏଫ୍‌ ଟିମ୍‌। ୫ଟି ଟିମ୍‌ରେ ୧୨୫ ଜଣ ଯବାନ ରାଜକୋଟ୍ ଯାଇଛନ୍ତିି। ବାତ୍ୟା ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟରେ ଏହି ଯବାନ ମାନେ ସାମିଲ ହେବେ।

Advertisment

ବାତ୍ୟା ‘ତାଉତେ’ ପ୍ରଭାବରେ ରବିବାର ଯାଏ କେରଳ, କର୍ଣ୍ଣାଟକ ଓ ଗୋଆରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ଲାଗି ରହିପାରେ। ଫଳରେ ବନ୍ୟା ପରିସ୍ଥିତି ଓ ଭୂସ୍ଖଳନ ସୃଷ୍ଟି ହୋଇପାରେ। ମଙ୍ଗଳବାର ଓ ବୁଧବାର ଦିନ ଗୁଜରାଟର ସୌରାଷ୍ଟ୍ର, କଚ୍ଛରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାର ପ୍ରଭାବରେ ତାମିଲନାଡୁ ଓ ରାଜସ୍ଥାନରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ।

Weather Alert
Advertisment
Advertisment