Advertisment

ତାଣ୍ଡବ ରଚିଲା ବାତ୍ୟା ‘ତାଉତେ’: ଉପୁଡ଼ିଲା ବଡ଼ ବଡ଼ ଗଛ, ବିଦ୍ୟୁତ୍‌ ଖୁଣ୍ଟ; ୧୪ ମୃତ

ନୂଆଦିଲ୍ଲୀ: ଗୁଜରାଟରେ ଲ୍ୟାଣ୍ଡ୍‌ଫଲ୍‌ ପରେ କ୍ରମଶ ଦୁର୍ବଳ ହୋଇଛି ବାତ୍ୟା ‘ତାଉତେ’। ଏକ୍ସିଟ୍ରିମଲି ସିଭିୟର ସାଇକ୍ଲୋନରୁ ଦୁର୍ବଳ ହୋଇ ଭେରି ସିଭିୟର ସାଇକ୍ଲୋନରେ ପରିଣତ ହୋଇଛି ତାଉତେ। ଗତକାଲି ରାତି ୮ଟା ୩୦ରେ ତାଉତେ ଲ୍ୟାଣ୍ଡଫଲ୍ କଲାବେଳେ ପବନର ବେଗ ୧୫୫ରୁ…

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ତାଣ୍ଡବ ରଚିଲା ବାତ୍ୟା ‘ତାଉତେ’: ଉପୁଡ଼ିଲା ବଡ଼ ବଡ଼ ଗଛ, ବିଦ୍ୟୁତ୍‌ ଖୁଣ୍ଟ; ୧୪ ମୃତ

cyclone tauktae

ନୂଆଦିଲ୍ଲୀ: ଗୁଜରାଟରେ ଲ୍ୟାଣ୍ଡ୍‌ଫଲ୍‌ ପରେ କ୍ରମଶ ଦୁର୍ବଳ ହୋଇଛି ବାତ୍ୟା ‘ତାଉତେ’। ଏକ୍ସିଟ୍ରିମଲି ସିଭିୟର ସାଇକ୍ଲୋନରୁ ଦୁର୍ବଳ ହୋଇ ଭେରି ସିଭିୟର ସାଇକ୍ଲୋନରେ ପରିଣତ ହୋଇଛି ତାଉତେ। ଗତକାଲି ରାତି ୮ଟା ୩୦ରେ ତାଉତେ ଲ୍ୟାଣ୍ଡଫଲ୍ କଲାବେଳେ ପବନର ବେଗ ୧୫୫ରୁ ୧୬୫ କିଲୋମିଟର ଥିଲା। ଏପରିକି କିଛି କ୍ଷଣ ପାଇଁ ପବନର ବେଗ ୧୯୦ କିଲୋମିଟର ମଧ୍ୟ ଛୁଇଁଥିଲା ବୋଲି IMD କହିଛି। ୨୦ ବର୍ଷରେ ଆରବ ସାଗର ଉପକୂଳରେ ଏହା ସବୁଠାରୁ ବଡ଼ ବାତ୍ୟା ବୋଲି କୁହାଯାଇଛି।

Advertisment

publive-image

ତାଉତେ ପ୍ରଭାବରେ ଗୁଜୁରାଟରେ ପ୍ରବଳ କ୍ଷୟକ୍ଷତି ହୋଇଛି। ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିବା ସହ ବିଦ୍ୟୁତ୍‌ ଖୁଣ୍ଟ ମଧ୍ୟ ଉପୁଡ଼ି ପଡ଼ିଛି। ବାତ୍ୟା ପ୍ରଭାବରେ ଉପକୂଳରେ ପ୍ରବଳ ବର୍ଷା ଲାଗି ରହିଛି। ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ି ପଡ଼ିବା ଯୋଗୁ ବିଦ୍ୟୁତ୍‌ ସରବରାହ ବାଧାପ୍ରାପ୍ତ ହୋଇଛି। ଜୁନାଗଡ଼, ଆମ୍‌ରେଲି ଏବଂ ଭବନଗର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ସେନା ଯବାନ ଓ ଏନ୍ଡିଆର୍‌ଏଫ୍‌ ଟିମ୍ ପହଞ୍ଚି ତତ୍‌କ୍ଷଣାତ ଗଛ ଓ ଇଲେକ୍ଟ୍ରିକ୍‌ ଖୁଣ୍ଟ ସଫା କରି ରାସ୍ତା ସଜାଡ଼ିଛନ୍ତି। ବାତ୍ୟା ପୂର୍ବରୁ ପ୍ରାୟ ଲକ୍ଷେ ଲୋକଙ୍କୁ ସରକାରଙ୍କ ପକ୍ଷରୁ ଥଇଥାନ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା।

" frameborder="0" allow="accelerometer; autoplay; clipboard-write; encrypted-media; gyroscope; picture-in-picture" allowfullscreen>

Advertisment

publive-image

ସେହିପରି କେରଳ, କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ର, ଦାମନ ଓ ଦିଉ ମଧ୍ୟ ‘ତାଉତେ’ ଯୋଗୁ  ପ୍ରଭାବିତ ହୋଇଛି। ବାତ୍ୟା ପାଇଁ ଗୁଜୁରାଟରେ ବନ୍ଦର ଓ ବିମାନବନ୍ଦରକୁ ବନ୍ଦ କରି ଦିଆଯାଇଥିଲା। ବାତ୍ୟା ଯୋଗୁ ମହାରାଷ୍ଟ୍ରରେ ୬ ଜଣ ଓ କର୍ଣ୍ଣାଟକରେ ୮ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି। ସେହିପରି ମୁମ୍ବାଇର ତଳିଆ ଅଞ୍ଚଳରେ ପାଣି ଜମା ରହି ବନ୍ୟା ପରିସ୍ଥିତି ସୃଷ୍ଟି କରିଛି।

Advertisment
Advertisment