Advertisment

ଏଣିକି CoWIN ପୋର୍ଟାଲରେ ସାବଧାନର ସହ କରନ୍ତୁ ସର୍ଚ୍ଚ, ନହେଲେ...

ନୂଆଦିଲ୍ଲୀ: ମହାମାରୀ କରୋନାରୁ ରକ୍ଷା ପାଇବା ପାଇଁ ସରକାର ଟିକାକରଣ ଉପରେ ଗୁରୁତ୍ୱ ଦେଉଛନ୍ତି। ଟିକାକରଣ ପାଇଁ ଲୋକମାନେ ସ୍ଲଟ୍ ବୁକିଂ କରିବା ପାଇଁ CoWIN ପୋର୍ଟାଲରେ ରେଜିଷ୍ଟ୍ରେସନ୍‌ କରୁଛନ୍ତି। ଯଦି ଆପଣ CoWIN ପ୍ଲାଟ୍‌ଫର୍ମରେ କିଛି ସର୍ଚ୍ଚ କରୁଛନ୍ତି, ତା’ହେଲେ ସାବଧାନର…

author-image
Rajalaxmi Sahoo
ଏଣିକି CoWIN ପୋର୍ଟାଲରେ ସାବଧାନର ସହ କରନ୍ତୁ ସର୍ଚ୍ଚ, ନହେଲେ...

Capture

ନୂଆଦିଲ୍ଲୀ: ମହାମାରୀ କରୋନାରୁ ରକ୍ଷା ପାଇବା ପାଇଁ ସରକାର ଟିକାକରଣ ଉପରେ ଗୁରୁତ୍ୱ ଦେଉଛନ୍ତି। ଟିକାକରଣ ପାଇଁ ଲୋକମାନେ ସ୍ଲଟ୍ ବୁକିଂ କରିବା ପାଇଁ CoWIN ପୋର୍ଟାଲରେ ରେଜିଷ୍ଟ୍ରେସନ୍‌ କରୁଛନ୍ତି। ଯଦି ଆପଣ CoWIN ପ୍ଲାଟ୍‌ଫର୍ମରେ କିଛି ସର୍ଚ୍ଚ କରୁଛନ୍ତି, ତା’ହେଲେ ସାବଧାନର ସହ ସର୍ଚ୍ଚ କରନ୍ତୁ। ନହେଲେ ୨୪ ଘଣ୍ଟା ପାଇଁ ଆପଣଙ୍କ ଆକାଉଣ୍ଟ୍‌ ବ୍ଲକ୍‌ ହୋଇପାରେ।

Advertisment

ଯଦି କୌଣସି ବ୍ୟକ୍ତି ଏହି ପ୍ଲାଟ୍‌ଫର୍ମରେ ୧୫-୧୫ ମିନିଟ୍‌ର ବ୍ୟବଧାନରେ ୫୦ ଥର ଲଗ୍‌ ଇନ୍‌ କରୁଛନ୍ତି ଓ ୧୦୦୦ଥର ସର୍ଚ୍ଚ କରୁଛନ୍ତି, ତା’ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ଆକାଉଣ୍ଟ ୨୪ ଘଣ୍ଟା ପାଇଁ ବ୍ଲକ୍‌ ହୋଇଯିବ। ଟିକାକରଣର ନୂଆ ଗାଇଡ୍‌ଲାଇନ୍‌ ଅନୁସାରେ, CoWIN ପୋର୍ଟାଲରେ ମଧ୍ୟ କିଛି ପରିବର୍ତ୍ତନ କରାଯିବ ବୋଲି ଜଣାପଡ଼ିଛି। ଏହାସହ ସହର ଓ ଗ୍ରାମୀଣ ଅଞ୍ଚଳରେ କୋଭିଡ୍‌ ଟିକାକରଣ କେନ୍ଦ୍ର ସମ୍ପର୍କରେ ତଥ୍ୟ ଦିଆଯିବ ବୋଲି ସୂଚନା ମିଳିଛି।

ଯଦି ଆପଣ, କରୋନା ଟିକା ନେଇଛନ୍ତି, ତା’ହେଲେ ଆପଣଙ୍କୁ ଏହାର ସାର୍ଟିଫିକେଟ୍‌ ମଧ୍ୟ ମିଳିଥିବ। ଯଦି ଏହି ସାର୍ଟିଫିକେଟ୍‌ରେ କିଛି ଭୁଲ୍‌ ତଥ୍ୟ ରହି ଯାଇଛି ଓ ଆପଣ ଏହାକୁ ସଂଶୋଧନ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ଏହାକୁ ଅନ୍‌ଲାଇନ୍‌ରେ ସଂଶୋଧନ କରିପାରିବେ। ଏଥିପାଇଁ CoWIN ପୋର୍ଟାଲରେ ଏକ ନୂଆ ଫିଚର ‘Raise an issue’ କୁ ଯୋଡ଼ା ଯାଇଛି। ଏଥିପାଇଁ ଆପଣଙ୍କୁ ପ୍ରଥମେ CoWIN ପୋର୍ଟାଲକୁ ଯାଇ ଆପଣଙ୍କ ଆକାଉଣ୍ଟ୍‌କୁ ଲଗ୍‌ ଇନ୍‌ କରିବାକୁ ପଡ଼ିବ। ଆକାଉଣ୍ଟ୍‌ ଲଗ୍‌ ଇନ୍‌ ହେବାପରେ ଆପଣ ‘Raise an issue’ ଏକ ଅପ୍‌ସନ୍‌ ପାଇପାରିବେ। ଏହି ଅପସନ୍‌କୁ ଯାଇ ଆପଣ ଚାହୁଁଥିବା ଆପଣଙ୍କର ତଥ୍ୟ ସଂଶୋଧନ କରିପାରିବେ।

Advertisment

CoWIN ପୋର୍ଟାଲ ଏବଂ ଆପରେ ପଞ୍ଜୀକରଣ କରିବା ସମୟରେ ଏଣିକି କ୍ୟାପଚା ଦେବାକୁ ପଡିବ ନାହିଁ। ଫଳରେ ପୋର୍ଟାଲରେ ପଞ୍ଜୀକରଣ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି ।

Advertisment
Advertisment