Advertisment

କରୋନା ବିରୋଧରେ ୯୦.୪ ପ୍ରତିଶତ ପ୍ରଭାବଶାଳୀ ନୋଭାଭାକ୍ସ !

ନୂଆଦିଲ୍ଲୀ : କରୋନା ବିରୋଧରେ ୯୦.୪ ପ୍ରତିଶତ ପ୍ରଭାବଶାଳୀ ନୋଭାଭାକ୍ସ । ଆମେରିକାର କମ୍ପାନୀ ନୋଭାଭ୍ୟାକ୍ସ ଦ୍ୱାରା ପ୍ରସ୍ତୁତ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ଫଳାଫଳ ଆସିଛି । ଏହି ଟିକା ସାମାନ୍ୟ, ମଧ୍ୟମ ଏବଂ ଗୁରୁତର ଲକ୍ଷଣରେ ୯୦.୪% ପ୍ରଭାବଶାଳୀ…

author-image
Prangyan Parimita
ଅଦ୍ୟତନ ହୋଇଛି
କରୋନା ବିରୋଧରେ ୯୦.୪ ପ୍ରତିଶତ ପ୍ରଭାବଶାଳୀ ନୋଭାଭାକ୍ସ !

novavax

ନୂଆଦିଲ୍ଲୀ : କରୋନା ବିରୋଧରେ ୯୦.୪ ପ୍ରତିଶତ ପ୍ରଭାବଶାଳୀ ନୋଭାଭାକ୍ସ । ଆମେରିକାର କମ୍ପାନୀ ନୋଭାଭ୍ୟାକ୍ସ ଦ୍ୱାରା ପ୍ରସ୍ତୁତ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ଫଳାଫଳ ଆସିଛି । ଏହି ଟିକା ସାମାନ୍ୟ, ମଧ୍ୟମ ଏବଂ ଗୁରୁତର ଲକ୍ଷଣରେ ୯୦.୪% ପ୍ରଭାବଶାଳୀ ବୋଲି ଜଣାପଡିଛି। ଏପରି ପରିସ୍ଥିତିରେ ବର୍ତ୍ତମାନ ଭାରତ ସରକାର ଖୁବ ଶୀଘ୍ର ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ନୋଭାଭକ୍ସର ଅନ୍ତରୀଣ ତଥ୍ୟ ଆଧାରରେ ମାନୁଫାକଚରିଂ ପାଟନର୍ ହିସାବରେ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେବେ ବୋଲି ସୂଚନା ମିଳିଛି ।

Advertisment

ନୋଭାଭକ୍ସ ଏବଂ ସେରମ୍ ଗୋଟିଏ ବର୍ଷରେ ୨୦୦ କୋଟି ଡୋଜ (ମାସରେ ୫ କୋଟି) କରୋନା ଟିକା ଉତ୍ପାଦନ ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି । ଅଗଷ୍ଟରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ସେପ୍ଟେମ୍ବର-ଡିସେମ୍ବର ସୁଦ୍ଧା ଏହାର ଟିକା ଉପଲବ୍ଧ ହେବ ବୋଲି ଆଶା କରାଯାଉଛି । ତେବେ ଆଗାମୀ ସମୟରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଡୋଜ ସଂଖ୍ୟା ବୃଦ୍ଧି କରାଯାଇପାରେ।

କରୋନାର ଭିନ୍ନ ଭିନ୍ନ ଭାରିଏଣ୍ଟରୁ ରକ୍ଷା କରିବା ପାଇଁ ନୋଭାଭାକ୍ସ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି । ଉତ୍ତମ ଫଳାଫଳ ହେତୁ ଏହି ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଶୀଘ୍ର ମଞ୍ଜୁରୀ ମିଳିବ ବୋଲି ଆଶା କରାଯାଉଛି । ଚୁକ୍ତିନାମା ଅନୁଯାୟୀ ସ୍ୱଳ୍ପ ଏବଂ ମଧ୍ୟମ ଆୟ ଦେଶ ତଥା ଭାରତ ପାଇଁ ଅତି କମରେ ୧୦୦ କୋଟି ଡୋଜ୍ ଟିକା ଉତ୍ପାଦନ କରାଯିବ।

Advertisment

ଭାରତରେ ନୋଭାଭାକ୍ସର ଟିକାର ନାମ ରହିବ ‘କୋଭାଭାକ୍ସ’ ବ। ବର୍ତ୍ତମାନ, SII  ଏହି ଟିକାକୁ ୧୮ ବର୍ଷରୁ ଅଧିକ ୧୬୦୦ ଲୋକଙ୍କ ଉପରେ ପରୀକ୍ଷା କରୁଛି । SII  ପିଲାମାନଙ୍କ ଉପରେ ପରୀକ୍ଷା ମଧ୍ୟ କରିବାକୁ ଚାହୁଁଛି । ସମ୍ଭାବନା ସୃଷ୍ଟି ହେଉଥିବାରୁ ନୋଭାଭାକ୍ସ ଟିକାକୁ ଭାରତରେ ସର୍ବପ୍ରଥମେ ଜରୁରୀକାଳୀନ ମଞ୍ଜୁରୀ ପ୍ରଦାନ କରାଯାଇପାରେ ।

Advertisment
Advertisment