/odishatv-khabar/media/post_attachments/uploadimage/library/16_9/16_9_0/corona-6_1626178111.jpg)
corona
ନୂଆଦିଲ୍ଲୀ : ଦେଶରେ କରୋନାର ଭୟାବହତା ମଧ୍ୟରେ ସରକାରୀ ପ୍ୟାନେଲର ଖୁଲାସା । ଜୁଲାଇରେ ଶେଷ ହେବ କରୋନାର ଦ୍ୱିତୀୟ ଲହରୀ । ଛଅ ମାସ ପରେ ପୁଣି କରୋନାର କାୟା ମେଲିବ, ଆସିବ ତୃତୀୟ ଲହରୀ । ଦେଶରେ ଦ୍ୱିତୀୟ ଲହରୀ ଶେଷ ହୋଇନଥିବା ବେଳେ ତୃତୀୟ ଲହରୀ ନେଇ ଚେତାବନୀ ଦେଲେ ବୈଜ୍ଞାନିକ । ଭାରତ ସରକାରଙ୍କ ବିଜ୍ଞାନ ମନ୍ତ୍ରଣାଳୟ ଅଧୀନରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ୱାରା ସ୍ଥାପିତ ତିନିଜଣିଆ ବୈଜ୍ଞାନିକ ପ୍ୟାନେଲ ଦ୍ୱିତୀୟ ଲହରୀର ଶେଷ ଏବଂ ତୃତୀୟ ଲହରୀର ଆରମ୍ଭ ନେଇ କଳ୍ପନାଜଳ୍ପନା କରିଛନ୍ତି ।
ଇଣ୍ଡିଆ ଟୁଡେ ରିପୋର୍ଟ ଅନୁସାରେ ଜୁଲାଇ ମାସ ପର୍ଯ୍ୟନ୍ତ କରୋନାର ଦ୍ୱିତୀୟ ଲହରୀ ଦୁର୍ବଳ ହୋଇପାରେ ବୋଲି ଆଶା କରାଯାଉଛି । ସେହିପରି ପାଖାପାଖି ୬ରୁ ଆଠ ମାସ ମଧ୍ୟରେ ତୃତୀୟ ଲହରୀ ଆସିବାର ଆଶଙ୍କା ରହିଛି । ବୈଜ୍ଞାନିକଙ୍କ ଆକଳନ ଅନୁସାରେ , ମେ ମାସ ଶେଷ ସୁଦ୍ଧା ପ୍ରତିଦିନ ପାଖାପାଖି ୧.୫ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହେବେ । ସେହିପରି ଜୁନ ମାସ ଶେଷ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ଖସି ଖସି ୨୦ହଜାରରେ ପହଞ୍ଚିପାରେ ।ମହାରାଷ୍ଟ୍ର, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଝାଡଖଣ୍ଡ, ରାଜସ୍ଥାନ, କେରଳ, ସିକ୍କିମ, ଉତ୍ତରପ୍ରଦେଶ, ଗୁଜୁରାଟ, ହରିୟାଣା, ଦିଲ୍ଲୀ ଓ ଗୋଆରେ କରୋନା କରୋନା ଶୀର୍ଷ ଛୁଇଁସାରିଛି ବୋଲି କହିଛନ୍ତି ସରକାରୀ ପ୍ୟାନେଲର ଜଣେ ସଦସ୍ୟ ତଥା ଆଇଆଇଟି କାନପୁରର ପ୍ରଫେସର ମଣିନ୍ଦ୍ର ଅଗ୍ରୱାଲ ।
ଆଗାମୀ ଦିନରେ କେଉଁ ରାଜ୍ୟ କରୋନା ଶିଖରରେ ରହିବ ଜାଣନ୍ତୁ?
ମଡେଲ୍ ଅନୁସାରେ ତାମିଲନାଡୁ ମେ ୨୯ ରୁ ୩୧ ମେ ମଧ୍ୟରେ ଶିଖର ଛୁଇଁବ ମହାମାରୀ । ସେହିପରି ପୁଡୁଚେରୀରେ ମେ୧୯-୨୦ ମେରେ ଶିଖରରେ ରହିବ କରୋନା । ପୂର୍ବ ଏବଂ ଉତ୍ତର ପୂର୍ବ ଭାରତର ରାଜ୍ୟଗୁଡିକରେ ଏପର୍ଯ୍ୟନ୍ତ କରୋନାର ଶୀର୍ଷ ସଂକ୍ରମଣ ହୋଇନି । ଆସାମରେ ମେ ୨୦-୨୧ ମେ ସୁଦ୍ଧା, ମେଘାଳୟରେ ମେ ୩୦. ତ୍ରିପୁରାରେ ମେ ୨୬-୨୭ ସୁଦ୍ଧା ସଂକ୍ରମଣ ଶିଖରରେ ପହଞ୍ଚିବାର ସମ୍ଭାବନା ରହିଛି । ସେପଟେ ଉତ୍ତରରେ ପ୍ରଦେଶରେ ହିମାଚଳ ପ୍ରଦେଶ ଏବଂ ପଞ୍ଜାବରେ ଏବେ ସଂକ୍ରମଣ ବୃଦ୍ଧି ହେଉଥିବା ଦେଖିବାକୁ ମିଳୁଛି । ହିମାଚଳ ପ୍ରଦେଶରେ ମେ ୨୪ ଏବଂ ପଞ୍ଜାବରେ ମେ ୨୨ ସୁଦ୍ଧା ସଂକ୍ରମଣ ଶିଖର ଛୁଇଁପାରେ ବୋଲି ଆକଳନ କରାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)