Advertisment

ହସ୍ପିଟାଲ୍‌ରେ ଦୁଷ୍କର୍ମର ଶିକାର ହେଲେ କରୋନା ଆକ୍ରାନ୍ତ ମହିଳା, ୨୪ ଘଣ୍ଟାରେ ଆଖି ବୁଜିଲେ

ଭୋପାଳ: ସରକାରୀ ହସ୍ପିଟାଲ୍‌ରେ ଦୁଷ୍କର୍ମର ଶିକାର ହୋଇ ଶେଷରେ ଆଖି ବୁଜିଲେ କରୋନା ଆକ୍ରାନ୍ତ ମହିଳା। ଦୁଷ୍କର୍ମ ଶିକାର ହେବାର ୨୪ ଘଣ୍ଟା ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଛି। ମଧ୍ୟପ୍ରଦେଶ ଭୋପାଳର ଏକ ସରକାରୀ ହସ୍ପିଟାଲ୍‌ରେ ଏହି ଘଟଣା ଘଟିଥିବା ଗୁରୁବାର ପୋଲିସ୍‌…

author-image
Rajalaxmi Sahoo
ହସ୍ପିଟାଲ୍‌ରେ ଦୁଷ୍କର୍ମର ଶିକାର ହେଲେ କରୋନା ଆକ୍ରାନ୍ତ ମହିଳା, ୨୪ ଘଣ୍ଟାରେ ଆଖି ବୁଜିଲେ

died

ଭୋପାଳ: ସରକାରୀ ହସ୍ପିଟାଲ୍‌ରେ ଦୁଷ୍କର୍ମର ଶିକାର ହୋଇ ଶେଷରେ ଆଖି ବୁଜିଲେ କରୋନା ଆକ୍ରାନ୍ତ ମହିଳା। ଦୁଷ୍କର୍ମ ଶିକାର ହେବାର ୨୪ ଘଣ୍ଟା ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଛି। ମଧ୍ୟପ୍ରଦେଶ ଭୋପାଳର ଏକ ସରକାରୀ ହସ୍ପିଟାଲ୍‌ରେ ଏହି ଘଟଣା ଘଟିଥିବା ଗୁରୁବାର ପୋଲିସ୍‌ ସୂଚନା ଦେଇଛି। ଅଭିଯୁକ୍ତ ଗିରଫ ହେବାର ମାସକ ପରେ ଘଟଣାଟି ସାମ୍ନାକୁ ଆସିଥିଲା।

Advertisment

୪୩ ବର୍ଷୀୟ ମହିଳା ଜଣକ ଭୋପାଳ ମେମୋରିଆଲ୍‌ ହସ୍ପିଟାଲ୍‌ ଆଣ୍ଡ୍‌ ରିସର୍ଚ୍ଚ ସେଣ୍ଟରରେ ଆଡ୍‌ମିଟ୍‌ ହୋଇଥିଲେ। ଜଣେ ପୁରୁଷ ନର୍ସ ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ଏପ୍ରିଲ ୬ରେ ସମ୍ପୃକ୍ତ ମହିଳା ଜଣକ ଜଣେ ଡାକ୍ତରଙ୍କ ନିକଟରେ ଅଭିଯୋଗ କରିବା ସହ ଅଭିଯୁକ୍ତକୁ ଚିହ୍ନଟ କରିଥିଲେ। ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ି ଯାଇଥିଲା। ଫଳରେ ତାଙ୍କୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଥିଲା ବୋଲି ସୂଚନା ମିଳିଛି। ତେବେ ସେହି ଦିନ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଘଟଣାକୁ ନେଇ ନିଶାତପୁରେ ଥାନାରେ ମାମଲା ରୁଜୁ କରାଯାଇଥିଲା। ଏହାପରେ ଅଭିଯୁକ୍ତ ଜଣକ ୪୦ ବର୍ଷୀୟ ସନ୍ତୋଷ ଅହିରୱାର ବୋଲି ଚିହ୍ନଟ କରାଯାଇଥିଲା ଓ ତାଙ୍କୁ ଗିରଫ କରାଯାଇଥିଲା। ତାଙ୍କୁ ଭୋପାଳ ସେଣ୍ଟ୍ରାଲ ଜେଲ୍‌ରେ ରଖାଯାଇଛି।

Advertisment

ଜଣେ ବରିଷ୍ଠ ପୋଲିସ୍‌ ଅଧିକାରୀ କହିଛନ୍ତି ଯେ, ଦୁଷ୍କର୍ମର ଶିକାର ହୋଇଥିବା ମହିଳା ଜଣଙ୍କ ମୃତ୍ୟୁ ପୂର୍ବରୁ ପୋଲିସକୁ ଏକ ଦରଖାସ୍ତ ଦେଇଥିଲେ। ନାଁ ଗୋପନୀୟ ରଖିବା ସହ ଘଟଣା ସମ୍ପର୍କରେ କାହାକୁ ନ କହିବାକୁ ମହିଳା ଜଣକ ଅନୁରୋଧ କରିଥିଲେ।

ସୂଚନା ଅନୁସାରେ, ଅଭିଯୁକ୍ତ ଜଣକ ପୂର୍ବରୁ ଜଣେ ୨୪ ବର୍ଷୀୟ ଷ୍ଟାଫ‌୍‍ ନର୍ସଙ୍କୁ ଯୌନ ଶୋଷଣ କରିଥିଲେ। ସେହିପରି ହସ୍ପିଟାଲ୍‌ରେ ଡ୍ୟୁଟି ବେଳେ ମଦ ପିଇଥିବାରୁ ତାଙ୍କୁ ନିଲମ୍ୱିତ ମଧ୍ୟ କରାଯାଇଥିଲା।

Advertisment
Advertisment