covid19
ଧାନବାଦ: କରୋନା ମହାମାରୀ ଯୋଗୁ ସାରା ଦୁନିଆର ଲୋକେ ଚିନ୍ତିତ ଅଛନ୍ତି। ଏହି ମାରାତ୍ମକ ମହାମାରୀ ଭୟରେ ଲୋକେ ଆତ୍ମହତ୍ୟା କରିବାକୁ ମଧ୍ୟ ପଛାଉ ନାହାନ୍ତି। କିନ୍ତୁ କିଛି ଅପରାଧୀ, ଯିଏ ଏହି ମହାମାରୀକୁ ଏକ ସୁଯୋଗ ଭାବି ଏହାର ପୂରା ଫାଇଦା ଉଠାଇବାରେ ଲାଗି ପଡ଼ିଛନ୍ତି। ଏମିତି ଏକ ଦୃଶ୍ୟ ଝାଡ଼ଖଣ୍ଡର ଧାନବାଦରେ ଥିବା କୋଭିଡ୍-୧୯ ହସ୍ପିଟାଲରେ ଦେଖିବାକୁ ମିଳିଛି, ଯେଉଁଠାରେ ଜଣେ କରୋନା ଆକ୍ରାନ୍ତ ନିଜ ୱାର୍ଡରେ ମଦପାନ୍ୟ କରୁଥିବାର ଖୁବ୍ ମଜା ଉଠାଉଛି।
ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ଏହି ସଂକ୍ରମିତ ବ୍ୟକ୍ତି ନିଜ ହାତରେ ହାତକଡ଼ି ଲଗାଇ ମଦ୍ୟପାନ କରିବା ସହ ପ୍ରଶାସନକୁ ପରିହାସ କରୁଛି। ଅନ୍ୟପକ୍ଷରେ ଏହି ମାମଲାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଶୀଘ୍ର ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।
ସୋସିଆଲ୍ ମିଡିଆରେ ଭାଇରାଲ୍ ଏହି ଫଟୋରେ ଦେଖିବାକୁ ମିଳିଛି ଯେ ସଂକ୍ରମିତ ଅପରାଧୀ ନିଜ ବେଡ୍ ପାଖକୁ ଲାଗିଥିବା ଏକ ଟେବୁଲ୍ ସାମ୍ନାରେ ବସିଛି। ମଦ ପାର୍ଟି ପାଇଁ ଟେବୁଲରେ ସବୁ ପ୍ରକାରର ବନ୍ଦୋବସ୍ତ କରାଯାଇଛି ଏବଂ ହାତକଡ଼ି ଲାଗିଥିବା ହାତରେ ନିଜ ଗ୍ଲାରେ ମଦ ପରଷୁଥିବା ଦେଖିବାକୁ ମିଳିଛି। ଅନ୍ୟଏକ ଫଟୋରେ ମଦକୁ ନିଜ ମୁଣ୍ଡ ଆଗରେ ରଖି ଆରାମରେ ଫଟୋ ଉଠାଉଛି।
ତେବେ ଏହି ହସ୍ପିଟାଲରେ ବେଡ୍ ସବୁ ଖାଲି ପଡ଼ିଥିବାର ଦେଖିବାକୁ ମିଳିଛି। କେବଳ ଯେଉଁ ବ୍ୟକ୍ତି ଏହାର ଫଟୋ ଉଠାଉଛନ୍ତି, ସେ ହିଁ ଏହି ୱାର୍ଡରେ ଉପସ୍ଥିତ ଅଛନ୍ତି। ଏବେ ଏହି ବ୍ୟକ୍ତି ଜଣକ ହୁଏତ କରୋନ ରୋଗୀ କିମ୍ବା ହସ୍ପିଟାଲ୍ କର୍ମଚାରୀ କିମ୍ବା ପୋଲିସକର୍ମୀ ହୋଇପାରନ୍ତି। ତେବେ ଏତିକି ସ୍ପଷ୍ଟ ଯେ ସେହି ୱାର୍ଡରେ ଥିବା ଅନ୍ୟ ବ୍ୟକ୍ତି ଜଣକ ଉକ୍ତ ଅପରାଧିଙ୍କୁ ନିଶ୍ଚୟ ସହାୟତା କରୁଥିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/covid19-6_1625400273.jpg)