Advertisment

ସମ୍ପୂର୍ଣ୍ଣ ରୂପେ ଅନଲକ୍ ହେଲା ଉତ୍ତରପ୍ରଦେଶ : ସମସ୍ତ ଜିଲ୍ଲାରେ କରୋନା କଟକଣା କୋହଳ

ଲକ୍ଷ୍ନୌ : ଉତ୍ତରପ୍ରଦେଶକୁ ସମ୍ପୂର୍ଣ୍ଣ ଅନଲକ୍ ଘୋଷଣା କରାଯାଇଛି । ସଂକ୍ରମଣ ହ୍ରାସ ପାଇଥିବାରୁ ସମସ୍ତ ଜିଲ୍ଲାରୁ କରୋନା କର୍ଫ୍ୟୁ ହଟାଇ ଦିଆଯାଇଛି । ମିରଟ, ଗୋରଖପୁର ଏବଂ ଲକ୍ଷ୍ନୌ ରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୦୦ ରୁ କମ୍ ହେବା…

author-image
Prangyan Parimita
ଅଦ୍ୟତନ ହୋଇଛି
ସମ୍ପୂର୍ଣ୍ଣ ରୂପେ ଅନଲକ୍ ହେଲା ଉତ୍ତରପ୍ରଦେଶ : ସମସ୍ତ ଜିଲ୍ଲାରେ କରୋନା କଟକଣା କୋହଳ

curfew

ଲକ୍ଷ୍ନୌ : ଉତ୍ତରପ୍ରଦେଶକୁ ସମ୍ପୂର୍ଣ୍ଣ ଅନଲକ୍ ଘୋଷଣା କରାଯାଇଛି । ସଂକ୍ରମଣ ହ୍ରାସ ପାଇଥିବାରୁ ସମସ୍ତ ଜିଲ୍ଲାରୁ କରୋନା କର୍ଫ୍ୟୁ ହଟାଇ ଦିଆଯାଇଛି । ମିରଟ, ଗୋରଖପୁର ଏବଂ ଲକ୍ଷ୍ନୌ ରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୦୦ ରୁ କମ୍ ହେବା ପରେ ବର୍ତ୍ତମାନ ସମସ୍ତ ଜିଲ୍ଲାରେ କରୋନା କଟକଣା କେହାଳ କରାଯାଇଛି । ସେପଟେ ସମସ୍ତ ଜିଲ୍ଲାରେ ଏବେ ବି ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ । ଏବେ କେବଳ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି ରହିବ । ସମସ୍ତ ଜିଲ୍ଲାରେ କରୋନା କଟକଣା କୋହଳ ହେବାପରେ ସରକାର ନୂଆ ଗାଇଡଲାଇନ୍ ଜାରି କରିଛନ୍ତି ।

Advertisment

ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୯୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସମସ୍ତ ଜିଲ୍ଲାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୦୦ରୁ କମ ଅଛନ୍ତି । ସେହିପରି ଆରୋଗ୍ୟ ହାର ବୃଦ୍ଧି ପାଇ ୯୭.୧୦ ପ୍ରତିଶତରେ ପହଞ୍ଚିଛି । ସୋମବାର ଦିନ ଅତିରିକ୍ତ ମୁଖ୍ୟ ଶାସନ ସଚିବ (ସ୍ୱାସ୍ଥ୍ୟ) ଅମିତ ମୋହନ ପ୍ରସାଦ ସୋମବାର କହିଛନ୍ତି, ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଛି ଏବଂ ସଂକ୍ରମଣ ହାର ମଧ୍ୟ ହ୍ରାସ ପାଉଛି। ରବିବାର ଦିନ ରାଜ୍ୟରେ ୨.୮୦ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଇଛି ଏବଂ ଏପର୍ଯ୍ୟନ୍ତ ରାଜ୍ୟରେ ମୋଟ ୫.୧୬ କୋଟିରୁ ଅଧିକ ନମୁନା ପରୀକ୍ଷା କରାଯାଇଛି ।

ଏପଟେ ଦେଶରେ କରୋନା କଟକଣା କୋହଳ କରାଯାଉଥିବା ବେଳେ ସେପଟେ ଡବ୍ଲ୍ୟୁଏଚଓ ଭାରତକୁ ଚେତାବନୀ ଦେଇଛି । ତୁରନ୍ତ କଟକଣା କୋହଳ କରିବା ନିଷ୍ପତ୍ତି ଉପରେ ବିଚାର କରିବା ଜରୁରୀ । ସଂକ୍ରମଣ କମୁଥିବାରୁ ଶୀଘ୍ର ପ୍ରତିବନ୍ଧକ ହଟାଇବା ବିପଦକୁ ଖୋଲାଖୋଲି ଆମନ୍ତ୍ରଣ କରିବା ସହ ସମାନ । ଭାରତରେ କରୋନା ପ୍ରତିବନ୍ଧ କୋହଳ କରୁଥିବା ବେଳେ ଏପରି ଚେତାବନୀ ଦେଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ । ସେ କହିଛନ୍ତି, ଡେଲଟା ଭାରିଏଣ୍ଟ ସମେତ ଅନ୍ୟ ଭାରିଏଣ୍ଟର ଦ୍ୱାରା ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରତିବନ୍ଧ ହଟାଇବା ବିପଜ୍ଜନପ ସାବ୍ୟସ୍ତ ହୋଇପାରେ ।

Advertisment

ଯେଉଁମାନେ ଏବେ ସୁଦ୍ଧା କରୋନା ଭ୍ୟାକ୍ସିନ ନେଇନାହାନ୍ତି, ସେମାନଙ୍କ ପାଇଁ ଏହା ଅଧିକ ବିପଦପୂର୍ଣ୍ଣ ହେବ । ଦେଶରେ ଦୁଇ ମାସ ଧରି କରୋନାର ଦ୍ୱିତୀୟ ଲହରୀ ସହ ଲଢ଼େଇ କରିବା ପରେ ଏବେ ଧୀରେ ଧୀରେ ସଂକ୍ରମଣ ସାମାନ୍ୟ ହେଉଛି । ଏହାକୁ ଦୃଷ୍ଟିରେ ରଖି କିଛି ରାଜ୍ୟରେ କରୋନା କଟକଣା କୋହଳ କରାଯାଉଛି । ଅନ୍ୟ କିଛି ରାଜ୍ୟରେ ଏବେ ବି ପ୍ରତିବନ୍ଧକ ବଳବତ୍ତର ରହିଛି ।

Advertisment
Advertisment