/odishatv-khabar/media/post_attachments/uploadimage/library/16_9/16_9_0/buldhana_1622696140.jpg)
buldhana
- ସଂକ୍ରମିତଙ୍କ ଶୌଚାଳୟ ସଫା କଲା କୁନି ପୁଅ
- ପାରିଶ୍ରମିକ ରୂପରେ ମିଳିଳା ୫୦ ଟଙ୍କା
- ଗ୍ରାମ ପଞ୍ଚାୟତ ସମିତିର ସଦସ୍ୟ ନିଲମ୍ବିତ
ବୁଲଢ଼ାଣା : ସଂକ୍ରମଣ ସମୟରେ କୁନି ପୁଅର ଜୀବନ ସହ ଖେଳ । ଆଠ ବର୍ଷର କୁନି ପୁଅ ସଫା କଲା କୋଭିଡ କେୟାର ସେଣ୍ଟରର ଶୌଚାଳୟ । ପ୍ରତିବଦରେ ହାତରେ ଧରାଇ ଦିଆଗଲା ମାତ୍ର ୫୦ ଟଙ୍କା । ମହରାଷ୍ଟ୍ର ବୁଲଢ଼ାଣାରେ ଆଠ ବର୍ଷର ଶିଶୁ ଦ୍ୱାରା ଟଏଲେଟ୍ ସଫା ଘଟଣା ଏବେ ସାମ୍ନାକୁ ଆସିଛି । କୁନି ପୁଅଟି ଟଏଲେଟ୍ ସଫା କରୁଥିବାରୁ ଭିଡିଓ ଏବେ ଭାଇରାଲ ହେଉଛି । ତେବେ ଭିଡିଓ ଭାଇରାଲ ହେବା ପରେ ଏହି ଆଧାରରେ ଗ୍ରାମ ପଞ୍ଚାୟତ ସମିତିର ସଦସ୍ୟକୁ ନିଲମ୍ବିତ କରାଯାଇଛି ।
ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳୁଛି, ପିଲାଟି କୋଭିଡ ସେଣ୍ଟରର ଶୌଚାଳୟ ସଫା କରୁଛି । ଏଥିପାଇଁ ଜଣେ ବ୍ୟକ୍ତି ତାକୁ ମରାଠୀ ଭାଷାରେ ନିର୍ଦ୍ଦେଶ ଦେଉଛନ୍ତି । ବିଗତ ତିନି ଦିନରେ ଭାଇରାଲ ହେଉଥିବା ଏହି ଭିଡିଓ ମହାରାଷ୍ଟ୍ର ବୁଲଢ଼ାଣା ଜିଲ୍ଲାର ମରୋଡ ଗାଁର ବୋଲି ଜଣାପଡ଼ିଛି । ଗାଁର ଜିଲ୍ଲା ପରିଷଦ ସ୍କୁଲରେ ଏହି ଘଟଣା ଘଟିଛି ।
ବର୍ତ୍ତମାନ ସେଠାରେ ଅନେକ ସଂଖ୍ୟାରେ କରୋନା ରୋଗୀ ଭର୍ତ୍ତି ହୋଇଛନ୍ତି । ଜିଲ୍ଲା ଅଧିକାରୀ ଭୋଭିଡ କେୟାର ସେଣ୍ଟରେ ପରିଦର୍ଶନରେ ଆସୁଥିବା ଖବର ପାଇବା ପରେ ଭାଲେଣି ପଡ଼ିଥିଲା । ଅନେକ ଦିନ ଧରି ସଫା ହୋଇନଥିବା ଟଏଲେଟ୍ ସଫା କରାଇବା ପାଇଁ ଗାଁ ସମିତି ଲୋକ ଖୋଜିଥିଲେ । ହେଲେ କରୋନା ରୋଗୀ ଭର୍ତ୍ତି ଥିବାରୁ କେହି ଏଥିରେ ରାଜି ହୋଇନଥିଲେ ।
ସେପଟେ ପଞ୍ଚାୟତ ସମିତିର ଜଣେ ଅଧିକାରୀ ନିଜର ବାହବା ପଣିଆ ଦେଖାଇବା ପାଇଁ ଜଣେ ୮ ବର୍ଷର କୁନି ପୁଅ ଦ୍ୱାରା ଟଏଲେଟ୍ ସଫା କରାଇଥିଲେ । ତେବେ ପ୍ରଥମେ ପ୍ରଥମେ କୁନି ପୁଅଟି ଟଏଲେଟ୍ ସଫା କିରବା ପାଇଁ ରାଜି ହୋଇ ନଥିଲା । ହେଲେ ସଫା ନକେଲ ବାଡ଼ିରେ ମାଡ଼ ମାରିବା ପାଇଁ ଧମକାଇଥିଲେ ପଞ୍ଚାୟତ ଅଧିକାରୀ ଜଣକ । ମାଡ଼ ଖାଇବା ଭୟରେ ଟଏଲେଟ ସଫା କରିବାକୁ ରାଜି ହୋଇଥିଲା । ତେବେ ଶୌଚାଳୟ ସଫା କିରବା ବଦଳରେ ତାକୁ୫୦ ଟଙ୍କା ମିଳିଛି ବୋଲି କହିଛି କୁନି ଶିଶୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)