Advertisment

'କରୋନା ସଂକ୍ରମିତଙ୍କ ପାଇଁ ପ୍ରଥମ ୭୨ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ'

ନୂଆଦିଲ୍ଲୀ: କରୋନା ପାଇଁ ୭୨ ଘଣ୍ଟାର ମହୌଷଧି। କୌଣସି ବ୍ୟକ୍ତି ସଂକ୍ରମିତ ହେବାର ପ୍ରଥମ ୭୨ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ। ଏହି ସମୟରେ ତାଙ୍କ କଣ୍ଟାକ୍ଟ ଟ୍ରେସିଂ ସହ ଓ କୋଭିଡ ନିୟମ ମାନିଲେ କରୋନାକୁ ସହଜରେ ହରାଇ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। କରୋନାରେ ସବୁଠୁ ଅଧିକ ଆକ୍ରାନ୍ତ ୧୦ ରାଜ୍ୟ ଆନ୍ଧ୍ର, କର୍ଣ୍ଣାଟକ, ତାମିଲନାଡୁ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ପଂଜାବ, ବିହାର, ଗୁଜରାଟ, ତେଲେଙ୍ଗାନା ଓ ୟୁପି ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ସ୍ଥିତି ସମୀକ୍ଷା କରିଥିଲେ। […]

author-image
Ranjeet Kumar Jena
'କରୋନା ସଂକ୍ରମିତଙ୍କ ପାଇଁ ପ୍ରଥମ ୭୨ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ'

modi

ନୂଆଦିଲ୍ଲୀ: କରୋନା ପାଇଁ ୭୨ ଘଣ୍ଟାର ମହୌଷଧି। କୌଣସି ବ୍ୟକ୍ତି ସଂକ୍ରମିତ ହେବାର ପ୍ରଥମ ୭୨ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ। ଏହି ସମୟରେ ତାଙ୍କ କଣ୍ଟାକ୍ଟ ଟ୍ରେସିଂ ସହ ଓ କୋଭିଡ ନିୟମ ମାନିଲେ କରୋନାକୁ ସହଜରେ ହରାଇ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

Advertisment

କରୋନାରେ ସବୁଠୁ ଅଧିକ ଆକ୍ରାନ୍ତ ୧୦ ରାଜ୍ୟ ଆନ୍ଧ୍ର, କର୍ଣ୍ଣାଟକ, ତାମିଲନାଡୁ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ପଂଜାବ, ବିହାର, ଗୁଜରାଟ, ତେଲେଙ୍ଗାନା ଓ ୟୁପି ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ସ୍ଥିତି ସମୀକ୍ଷା କରିଥିଲେ। ଏହି ରାଜ୍ୟମାନେ କରୋନାକୁ ମାତ୍ ଦେଲେ ହିଁ ମହାମାରୀ ଉପରେ ବିଜୟ ନିଶ୍ଚିତ ବୋଲି ମୋଦି କହିଛନ୍ତି।

ତାସହ ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଗୁଜରାଟ, ୟୁପି, ବିହାର, ଆନ୍ଧ୍ର ଓ ପଶ୍ଚିମବଙ୍ଗକୁ ଅଧିକ ଟେଷ୍ଟ କରିବାକୁ ପଡ଼ିବ। ଏସବୁ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଓ ଟେଷ୍ଟିଂ ହାର କମ୍ ଅଛି। ମୃତ୍ୟୁ ହାର ୧ ପ୍ରତିଶତରୁ କମ୍ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ମୋଦି କହିବା ସହ ଦେଶରେ ଏବେ ପ୍ରତିଦିନ ୭ ଲକ୍ଷ ଟେଷ୍ଟିଂ ହେଉଛି।

Advertisment

ସେପଟେ ଆଜି ଦେଶରେ ଏବେ ମାତ୍ର ୨୮ ପ୍ରତିଶତ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି। ୬୯ ପ୍ରତିଶତରୁ ଅଧିକ ଲୋକେ ସୁସ୍ଥ ହୋଇ ଘରକୁ ଫେରିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪୫ ହଜାରକୁ ପାର କରିଥିବାବେଳେ ୨୪ ଘଣ୍ଟାରେ ୫୩ ହଜାର ୬୦୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ୮୭୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Advertisment
Advertisment