Advertisment

ଛାତରୁ ଡେଇଁ ପଡ଼ିଲେ କରୋନା ସଂକ୍ରମିତ ସାମ୍ବାଦିକ

ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ଏମ୍ସ ଟ୍ରମା ସେଣ୍ଟରରେ ଜଣେ କରୋନା ସଂକ୍ରମିତ ବ୍ୟକ୍ତି ଚାରି ମହଲା ବିଶିଷ୍ଟ କୋଠାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ତେବେ ଆତ୍ମହତ୍ୟା କରିଥିବା ବ୍ୟକ୍ତି ଜଣକ ପେସାରେ ସାମ୍ବାଦିକ ବୋଲି କୁହାଯାଉଛି। ଗୁରୁତର ଅବସ୍ଥାରେ ସାମ୍ବାଦିକଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଚିକିତ୍ସାଧୀନ ବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ପୋଲିସର କହିବା ଅନୁଯାୟୀ, ଆତ୍ମହତ୍ୟା କରିଥିବା ତରୁଣ ସିସୋଦିଆ କରୋନାରେ ସଂକ୍ରମିତ ଥିଲେ। ଏମ୍ସର କୋଭିଡ୍ ବିଭାଗରେ ତାଙ୍କର ଚିକିତ୍ସା ଚାଲିଥିଲା। କିନ୍ତୁ ହଠାତ୍ […]

author-image
Ranjeet Kumar Jena
ଛାତରୁ ଡେଇଁ ପଡ଼ିଲେ କରୋନା ସଂକ୍ରମିତ ସାମ୍ବାଦିକ

journalist

ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ଏମ୍ସ ଟ୍ରମା ସେଣ୍ଟରରେ ଜଣେ କରୋନା ସଂକ୍ରମିତ ବ୍ୟକ୍ତି ଚାରି ମହଲା ବିଶିଷ୍ଟ କୋଠାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ତେବେ ଆତ୍ମହତ୍ୟା କରିଥିବା ବ୍ୟକ୍ତି ଜଣକ ପେସାରେ ସାମ୍ବାଦିକ ବୋଲି କୁହାଯାଉଛି। ଗୁରୁତର ଅବସ୍ଥାରେ ସାମ୍ବାଦିକଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଚିକିତ୍ସାଧୀନ ବେଳେ ତାଙ୍କର ମୃତ୍ୟୁ ହୋଇଥିଲା।

Advertisment

ପୋଲିସର କହିବା ଅନୁଯାୟୀ, ଆତ୍ମହତ୍ୟା କରିଥିବା ତରୁଣ ସିସୋଦିଆ କରୋନାରେ ସଂକ୍ରମିତ ଥିଲେ। ଏମ୍ସର କୋଭିଡ୍ ବିଭାଗରେ ତାଙ୍କର ଚିକିତ୍ସା ଚାଲିଥିଲା। କିନ୍ତୁ ହଠାତ୍ କାହିଁକି ସେ ଏଭଳି ପଦକ୍ଷେପ ନେଲେ, ତାହା ଜଣାପଡ଼ି ନାହିଁ।

ଏହି ଘଟଣା ଘଟିବା ପରେ ପୋଲିସ୍ ତରୁଣଙ୍କ ପରିବାରକୁ ସୂଚନା ଦେଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ପୋଲିସ୍ ଏହି ମାମଲାରେ କାହାରିକୁ ପଚରାଉଚୁରା କରିନାହିଁ। ଏହି ମାମଲାରେ ପୋଲିସ୍ ଆଗକୁ ହସ୍ପିଟାଲ୍ ଓ ପରିବାରକୁ ପଚରାଉଚୁରା କରିପାରେ।

Advertisment

ତରୁଣଙ୍କ ମୃତଦେହ ନିକଟରୁ କୌଣସି ପରିଚୟପତ୍ର ମିଳିନାହିଁ, କିନ୍ତୁ ଏତିକି ଜଣାପଡ଼ିଛି ଯେ ସେ ଏକ ଗଣମାଧ୍ୟମ ସଂସ୍ଥାରେ କାମ କରୁଥିଲେ। କୁହାଯାଉଛି ଯେ କରୋନାରେ ସଂକ୍ରମିତ ହେବାରୁ ତାଙ୍କୁ ଚାକିରିରୁ ବିଦା କରିଦିଆଯାଇଥିଲା।

Advertisment
Advertisment