Advertisment

କରୋନା ଆକ୍ରାନ୍ତ ବି ଦେବେ ଭୋଟ୍

ନୂଆଦିଲ୍ଲୀ: ନିର୍ବାଚନରେ କରୋନା ଆକ୍ରାନ୍ତ ବି ଦେଇପାରିବେ ଭୋଟ। ଏହି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା। ଭୋଟ ଗ୍ରହଣର ଶେଷ ପର୍ଯ୍ୟାୟରେ ସୁରକ୍ଷା ବ୍ୟବସ୍ଥା ସହ କରୋନା ଆକ୍ରାନ୍ତ ଭୋଟ ଦେଇପାରିବେ। ତେବେ ଭୋଟ ଗ୍ରହଣ ସମୟ ସୀମା ବି ୧ ଘଣ୍ଟା ବୃଦ୍ଧି ନେଇ ସେ ଘୋଷଣା କରିଛନ୍ତି। ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ଏଥର ପ୍ରାର୍ଥୀମାନେ ଅନଲାଇନରେ ପ୍ରାର୍ଥିପତ୍ର ଓ ସତ୍ୟପାଠ […]

author-image
Ranjeet Kumar Jena
କରୋନା ଆକ୍ରାନ୍ତ ବି ଦେବେ ଭୋଟ୍

vote

ନୂଆଦିଲ୍ଲୀ: ନିର୍ବାଚନରେ କରୋନା ଆକ୍ରାନ୍ତ ବି ଦେଇପାରିବେ ଭୋଟ। ଏହି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା। ଭୋଟ ଗ୍ରହଣର ଶେଷ ପର୍ଯ୍ୟାୟରେ ସୁରକ୍ଷା ବ୍ୟବସ୍ଥା ସହ କରୋନା ଆକ୍ରାନ୍ତ ଭୋଟ ଦେଇପାରିବେ। ତେବେ ଭୋଟ ଗ୍ରହଣ ସମୟ ସୀମା ବି ୧ ଘଣ୍ଟା ବୃଦ୍ଧି ନେଇ ସେ ଘୋଷଣା କରିଛନ୍ତି।

Advertisment

ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ଏଥର ପ୍ରାର୍ଥୀମାନେ ଅନଲାଇନରେ ପ୍ରାର୍ଥିପତ୍ର ଓ ସତ୍ୟପାଠ ଦାଖଲ କରିବେ। ନିର୍ବାଚନ ପ୍ରଚାରରେ ମାତ୍ର ୨ଟି ଗାଡ଼ି ବ୍ୟବହାରକୁ ଅନୁମତି ମିଳିଛି। ଘରକୁ ଘର ବୁଲି ପ୍ରଚାର ବେଳେ ପ୍ରାର୍ଥୀଙ୍କୁ ମିଶାଇ ୫ଜଣ ରହିପାରିବେ। ଦିବ୍ୟାଙ୍ଗଙ୍କ ସୁବିଧା ପାଇଁ ସବୁ ବୁଥ୍ ଗ୍ରାଉଣ୍ଡ ଫ୍ଲୋରରେ କରାଯିବ।

ସବୁ ବୁଥରେ ରାମ୍ପ୍, ଟଏଲେଟ୍, ବିଶ୍ରାମ ସ୍ଥଳ ରହିବ। ଗୋଟିଏ ବୁଥରେ ସର୍ବାଧିକ ୧ ହଜାର ଭୋଟର ଭୋଟ ଦେବା ପାଇଁ ବ୍ୟବସ୍ଥା କରାଯିବ। ଭୋଟ ଦେବା ପୂର୍ବରୁ ବୁଥରେ ସବୁ ଭୋଟରଙ୍କ ଥର୍ମାଲ ସ୍କାନିଂ ହେବ। ସୋସିଆଲ ମିଡିଆର ଅପବ୍ୟବହାର କଲେ ଆଇନାନୁଯାୟୀ ଦଣ୍ଡବିଧାନ କରାଯିବ। ଫେକ୍ ନ୍ୟୁଜ୍, ଉତ୍ତେଜନା ସୃଷ୍ଟିକାରୀ ପୋଷ୍ଟକୁ ବରଦାସ୍ତ କରାଯିବନି ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନର।

Advertisment
Advertisment
Advertisment