/odishatv-khabar/media/post_attachments/uploadimage/library/16_9/16_9_0/17_1626697882.jpg)
17
ନୂଆଦିଲ୍ଲୀ: କରୋନା ଭାଇରସ ଯୋଗୁ ସାରା ଦେଶରେ ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ପରିସ୍ଥିତିରେ ଅସହାୟରେ ଥିବା ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ପିଲାମାନଙ୍କଠାରୁ ଆରମ୍ଭ ଅନେକ ବୟସ୍କ ବ୍ୟକ୍ତି ସହାୟତାର ହାତ ବଢ଼ାଉଛନ୍ତି। ଏହି ସମୟରେ ଜଣେ ୧୭ବର୍ଷର ବାଳକ ନିଜ ପକେଟ୍ ମନିକୁ ଖର୍ଚ୍ଚ ନକରି ଅଭାବୀ ଲୋକଙ୍କୁ ପିପିଏ କିଟ୍ ଓ ହ୍ୟାଣ୍ଡ ସାନିଟାଇଜର ବଣ୍ଟନ କରୁଛନ୍ତି। ବାଳକ ନାଁ ହୁସେନ୍ ଜାକିର।
ଖବର ଅନୁଯାୟୀ, ୧୭ବର୍ଷୀୟ ହୁସେନ୍ କରୋନାରେ ଆକ୍ରାନ୍ତ ହୋଇ ଡାକ୍ତର ଓ ପୋଲିସ କର୍ମଚାରୀଙ୍କର ମୃତ୍ୟୁ ଖବର ଶୁଣି ଚିନ୍ତିତ ଥିଲେ। ଏନେଇ ହୁସେନ୍ ନିଜ ପକେଟ୍ ମନିକୁ ଖର୍ଚ୍ଚ ନକରି ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ୧୫୦୦୦ ଟଙ୍କା ପକେଟ୍ ମନିରୁ ରଖିଥିଲେ। ସେହି ଟଙ୍କାରେ ପିପିଇ କିଟ୍ ଓ ଆବଶ୍ୟକ ସାମଗ୍ରୀ କିଣି ଅଭାବୀ ଲୋକଙ୍କୁ ବଣ୍ଟନ କରିଥିଲେ।
ହୁସେନ୍ଙ୍କ ଏଭଳି ମନୋଭାବକୁ ଦେଖି ତାଙ୍କ ସାଙ୍ଗମାନେ ମଧ୍ୟ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ। ଏହାପରେ ସ୍ଥାନୀୟ ‘ରୋଟାରାକ୍ଟ କ୍ଲବ’ ଏହା ଜାଣିବା ମାତ୍ରା ହୁସେନ୍କୁ କ୍ଲବର ସଭାପତି କରିଥିଲେ। ଖବର ଅନୁଯାୟୀ, ହୁସେନ୍ ହେଉଛନ୍ତି ସେହି କ୍ଳବର ସବୁଠାରୁ କନିଷ୍ଠ ସଭାପତି।
ଏନେଇ ହୁସେନ୍ଙ୍କ ବାପା କହିଛନ୍ତି ଯେ‘ ଦିନେ ହୁସେନ୍ ବହୁତ ଚିନ୍ତିତ ଥିଲେ, ମୁଁ ପଚାରିଲି ତୋର କ’ଣ ହୋଇଛି। ସେ କହିଲା ବାପା ମୋତେ ସାହାଯ୍ୟ କରିବ। ମୁଁ ବହୁତ ଖୁସି ଯେ ମୋ ପୁଅ ଏତେ କମ୍ ବୟସରେ ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରୁଛି।’
ଜଣେ ଚୌକିଦାର କହିଛନ୍ତି, କୋଭିଡ-୧୯ ବିଷୟରେ ଜାଣିବା ପରେ ମୁଁ ବହୁତ ଡରି ଯାଇଥିଲି। ଏନେଇ ମୁଁ ଘରକୁ ଯାଇ ପାରୁନଥିଲି। ଯେତେବେଳେ ହୁସେନ୍ ଏକଥା ଜାଣିଲେ, ସେ ମୋତେ ଡାଲି, ପିପିଇ କିଟ୍ ଓ ସାନିଟାଇଜର ଦେଇଥିଲେ। ଏତେ କମ୍ ବୟସରୁ ଆମକୁ ସାହାଯ୍ୟ କରୁଥିବାରୁ ଆମେ ବହୁତ ଖୁସି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)