Advertisment

କରୋନାକୁ ନେଇ ନୂଆ ତଥ୍ୟ; ସୁସ୍ଥଙ୍କ ଠାରେ ଦେଖାଯାଉଛି ଏସବୁ ଲକ୍ଷଣ, ମସ୍ତିଷ୍କ ଉପରେ ପଡ଼ୁଛି ଏମିତି ପ୍ରଭାବ

ନୂଆଦିଲ୍ଲୀ: ସାରା ବିଶ୍ୱକୁ ଦୋହଲାଇ ଦେଇଥିବା କରୋନା ଭାଇରସ ଉପରେ ଏବେ ଗବେଷଣା ଜାରି ରହିଛି। ଗବେଷଣାରେ ଅନେକ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ରୋଗର ନୂଆ ନୂଆ ଲକ୍ଷଣ ଜଣାପଡ଼ିବା ସହିତ ଭାଇରସର ବଞ୍ଚି ରହିବା ଉପରେ ବି ନୂଆ ତଥ୍ୟ ଦେଖିବାକୁ ମିଳୁଛି। କରୋନାକୁ ନେଇ ସଦ୍ୟ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ କରୋନାରୁ ସୁସ୍ଥ ହୋଇଥିବା ଲୋକମାନଙ୍କ ମଧ୍ୟରେ ବ୍ରେନ୍‌ ଫଗ ସମସ୍ୟା ଦେଖା ଦେଉଛି। ବ୍ରେନ ଫଗ୍‌ ଏମିତି […]

ଅଦ୍ୟତନ ହୋଇଛି
କରୋନାକୁ ନେଇ ନୂଆ ତଥ୍ୟ; ସୁସ୍ଥଙ୍କ ଠାରେ ଦେଖାଯାଉଛି ଏସବୁ ଲକ୍ଷଣ, ମସ୍ତିଷ୍କ ଉପରେ ପଡ଼ୁଛି ଏମିତି ପ୍ରଭାବ

brain-fog

Advertisment

ନୂଆଦିଲ୍ଲୀ: ସାରା ବିଶ୍ୱକୁ ଦୋହଲାଇ ଦେଇଥିବା କରୋନା ଭାଇରସ ଉପରେ ଏବେ ଗବେଷଣା ଜାରି ରହିଛି। ଗବେଷଣାରେ ଅନେକ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ରୋଗର ନୂଆ ନୂଆ ଲକ୍ଷଣ ଜଣାପଡ଼ିବା ସହିତ ଭାଇରସର ବଞ୍ଚି ରହିବା ଉପରେ ବି ନୂଆ ତଥ୍ୟ ଦେଖିବାକୁ ମିଳୁଛି। କରୋନାକୁ ନେଇ ସଦ୍ୟ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ କରୋନାରୁ ସୁସ୍ଥ ହୋଇଥିବା ଲୋକମାନଙ୍କ ମଧ୍ୟରେ ବ୍ରେନ୍‌ ଫଗ ସମସ୍ୟା ଦେଖା ଦେଉଛି।

Advertisment

ବ୍ରେନ ଫଗ୍‌ ଏମିତି ଏକ ଅବସ୍ଥା, ଯେଉଁଥିରେ ରୋଗୀର ସ୍ମରଣ ଶକ୍ତି ହ୍ରାସ ପାଇବା ସହିତ ଦ୍ୱନ୍ଦ୍ୱ, ବାଉଳିହେବା ଓ ମାନସିକ ଏକାଗ୍ରତାରେ ସମସ୍ୟା ଦେଖାଦେବା ଓ ମୁଣ୍ଡ ବୁଲାଇବା ଭଳି ସ୍ଥିତି ଦେଖାଯାଇଥାଏ। ସାରା ବିଶ୍ୱରେ କରୋନାରୁ ସୁସ୍ଥ ହୋଇଥିବା ଅନେକ ରୋଗୀ ଏଭଳି ଅଭିଯୋଗ କରିଛନ୍ତି। ତେବେ ବୈଜ୍ଞାନିକମାନେ ମଧ୍ୟ ଏଭଳି ସ୍ଥିତିକୁ ନେଇ ପୂର୍ବରୁ ଚେତାବନୀ ଦେଇସାରିଛନ୍ତି।

publive-image

ଆମେରିକାସ୍ଥିତ ଇଣ୍ଡିଆନା ୟୁନିଭର୍ସିଟି ସ୍କୁଲ୍‌ ଅଫ୍‌ ମେଡିସିନ ପକ୍ଷରୁ ହୋଇଥିବା ଏକ ଗବେଷଣାରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଏହି ଗବେଷଣା ସଂସ୍ଥାନ ପକ୍ଷରୁ କରୋନାରୁ ସୁସ୍ଥ ହୋଇଥିବା ୪ ହଜାର ଲୋକଙ୍କୁ ନେଇ ଗବେଷଣା କରାଯାଇଥିଲା। ଏଥିରୁ ୫୦ ପ୍ରତିଶତରୁ ଅଧିକ ଲୋକଙ୍କ ଠାରେ ବ୍ରେନ୍ ଫଗ୍‌ ସମସ୍ୟା ଦେଖା ଦେଇଥିଲା। ଏଥିରେ ଶାରିରୀକ, ସ୍ନାୟବିକ ଏବଂ ମାନସିକ ସମସ୍ୟା ଦେଖା ଦେଇଥାଏ। ଯାହା ସାଧାରଣ ଲୋକ ଠାରୁ ରୋଗୀର ଦୈନିକ କାର୍ଯ୍ୟରେ ଭିନ୍ନତା ପରିଲକ୍ଷିତ ହୋଇଥାଏ।

Advertisment

Brain Fog: 9 Causes (Plus Symptoms for Each)ଗବେଷଣା ଅନୁସାରେ, କରୋନାରୁ ସୁସ୍ଥ ହୋଇଥିବା ଲୋକମାନେ ପୂର୍ବପରି ନିଜନିଜ କ୍ଷେତ୍ରରେ କାର୍ଯ୍ୟ କରିପାରୁ ନାହାନ୍ତି। କରୋନାରୁ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟକର୍ମୀମାନଙ୍କର ସ୍ମରଣଶକ୍ତିରେ ବି ହ୍ରାସ ପାଇଥିବାର ଦେଖାଯାଇଛି। ଜଣେ ରୋଗୀ ଏକ ମିନିଟ ପୂର୍ବରୁ କଣ କହିଥିଲେ ତାହା ସ୍ୱାସ୍ଥ୍ୟକର୍ମୀମାନେ ମନେ ରଖିପାରୁ ନାହାନ୍ତି। ସେହିଭଳି କରୋନାରୁ ସୁସ୍ଥ ହୋଇଥିବା କିଛି ବ୍ୟକ୍ତି ଡିମେନ୍ସିଆ(ମାନସିକ ଅସନ୍ତୁଳନ) ରୋଗରେ ପଡ଼ିଯାଇଥିବା ଅନୁଭବ କରୁଥିବା ଜଣାପଡ଼ିଛି।

ପୂର୍ବରୁ ମଧ୍ୟ ହୋଇଥିଲା ଗବେଷଣା

କରୋନା ଭାଇରସ ମସ୍ତିଷ୍କ ଉପରେ ପ୍ରଭାବ ପକାଇବା ନେଇ କେବଳ ଇଣ୍ଡିଆନା ୟୁନିଭର୍ସିଟି ଗବେଷଣା କରିନି, ଅତୀତରେ ମଧ୍ୟ ଏହା ଉପରେ ଗବେଷଣା ହୋଇସାରିଛି। ଏହା ପୂର୍ବରୁ ଅଗଷ୍ଟ ମାସରେ ୟୁନିଭର୍ସିଟି ଅଫ୍‌ ପ୍ୟାରିସ୍‌ ମଧ୍ୟ ଏପରି ଏକ ଗବେଷଣା କରିଥିଲା। ଯେଉଁଥିରେ ୩୪ ପ୍ରତିଶତ କରୋନା ଆରୋଗ୍ୟଙ୍କ ସ୍ମରଣଶକ୍ତି ହ୍ରାସ ନେଇ ଅଭିଯୋଗ କରିଥିଲେ। ସେହିପରି ୨୮ ପ୍ରତିଶତ କାମ ଉପରେ ଧ୍ୟାନ କେନ୍ଦ୍ରିଭୂତ ହେଉ ନଥିବା ଅଭିଯୋଗ କରିବା ସହିତ ୩୧ ପ୍ରତିଶତ ନିଦ୍ରାଜନିତ ସମସ୍ୟା ଭୋଗୁଥିବା ଅଭିଯୋଗ କରିଥିଲେ। କରୋନାରୁ ସୁସ୍ଥ ହେବାର ୪ ମାସ ପର୍ଯ୍ୟନ୍ତ ସୁସ୍ଥ ବ୍ୟକ୍ତିଙ୍କଠାରେ ଏଭଳି ସମସ୍ୟା ଦେଖା ଦେଇଥିଲା ବୋଲି ଗବେଷଣାରୁ ଜଣାପଡ଼ିଥିଲା। ୟୁନିଭର୍ସିଟି ଅଫ୍‌ ପ୍ୟାରିସ୍‌ ମାତ୍ର ୧୨୦ ରୋଗୀଙ୍କୁ ନେଇ ଏହି ଗବେଷଣା କରିଥିଲା।

Advertisment

publive-image

ସେହିଭଳି ଅନ୍ୟ ଏକ ଗବେଷଣାରେ ଜଣାପଡ଼ିଥିଲା ଯେ ଯଦିଓ କରୋନା ଭାଇରସ୍‌ ଶ୍ୱାସକ୍ରିୟାରେ ସମସ୍ୟା ଜନିତ ଏକ ରୋଗ ବୋଲି କୁହାଯାଏ ତେବେ ଏହାର ଅନ୍ୟ ଏକ ଭାଇରସ୍ SARS-CoV-2 ମସ୍ତିଷ୍କ ଉପରେ ପ୍ରଭାବ ପକାଏ। ଜନ ହପକିନ୍ସ ୟୁନିଭର୍ସିଟିର ଗବେଷକମାନେ ଏଭଳି ତଥ୍ୟ ପାଇଥିଲେ।

ଏହି ଗବେଷଣାରୁ ଜଣାପଡ଼ିଥିଲା ଯେ କରୋନା ଭାଇରସ ବ୍ରେନ୍‌ ସେଲ୍‌ରୁ ଅମ୍ଳଜାନ କାଢିନେବା ସହିତ ସେଲ୍‌ଗୁଡ଼ିକୁ ଶୁଷ୍କ କରିଦିଏ। ଫଳରେ ରୋଗୀଙ୍କର ମୁଣ୍ଡବିନ୍ଧା, ଦ୍ୱନ୍ଦ୍ୱ ଏବଂ ବାଉଳି ହେବା ଭଳି ଲକ୍ଷଣ ଦେଖାଯାଏ।

publive-image

କରୋନାରେ ଅନ୍ୟ କିଛି ଲକ୍ଷଣ

ନିକଟରେ ଆମେରିକା ଓ ସ୍ପେନ୍‌ର ଗବେଷକମାନେ କରୋନାକୁ ନେଇ ଦୁଇଟି ନୂଆ ଗବେଷଣା କରିଥିଲେ। କରୋନାରୁ ସୁସ୍ଥ ହେବାର ମାସକ ପରେ ରୋଗୀ ଦୁର୍ବଳ ଅନୁଭବ କରୁଥିବାର ଅଭିଯୋଗ କରିଥିଲେ। ଅମେରିକା କରିଥିବା ଗବେଷଣାରୁ ଏହା ଜଣାପଡ଼ିଥିଲା। କେବଳ ସେତିକି ନୁହେଁ କରୋନା ପୀଡ଼ିତଙ୍କ ଠାରେ ଗନ୍ଧ ବାରି ନପାରିବା, ଧ୍ୟାନକେନ୍ଦ୍ରିତ ନ କରିପାରିବା, ଶ୍ୱାସକ୍ରିୟଜନିତ ସମସ୍ୟା, ଦ୍ୱନ୍ଦ୍ୱ, ମୁଣ୍ଡବିନ୍ଧା, ତୀବ୍ର ହୃଦ୍‌ସ୍ପନ୍ଦନ, ଛାତି ଯନ୍ତ୍ରଣା, ସ୍ମରଣଶକ୍ତି ହ୍ରାସ, ବଡ଼ ଜୋର୍‌ରେ ପ୍ରଶ୍ୱାସଗ୍ରହଣ କଲେ ଯନ୍ତ୍ରଣା, ମୁଣ୍ଡ ବୁଲାଇବା, ଅନିୟମିତ ଭାବେ ବାରମ୍ବାର ହୃଦ୍‌ସ୍ପନ୍ଦନ, ଏକ ମିନିଟ୍‌ରେ ୧୦୦ରୁ ଅଧିକ ଥର ହୃଦ୍‌ସ୍ପନ୍ଦନ (କରୋନା ରୋଗୀଙ୍କର ଏକ ସାଧାରଣ ଲକ୍ଷଣ) ଭଳି ସମସ୍ୟା ଜଣାପଡ଼ିଥିଲା।Tachycardia: Causes, symptoms, diagnosis, and treatments

ସେହିଭଳି ସ୍ପେନ୍‌ ଗବେଷଣାରେ ଜଣାପଡ଼ିଛି ଯେ କରୋନାରୁ ସୁସ୍ଥ ହୋଇଥିବା ୭୫ ପ୍ରତିଶତ ଲୋକଙ୍କଠାରେ ଶ୍ୱାସକ୍ରିୟାରେ କଷ୍ଟ ଭଳି ଅଧିକ ଦିନ ଧରି ତିଷ୍ଠି ରହୁଥିବା ରୋଗ ଦେଖା ଦେଇଥିଲା। ଗବେଷଣା ଅନୁସାରେ ପ୍ରତି ୧୦ ଜଣଙ୍କ ଠାରେ ସ୍ନାୟବିକ ସମସ୍ୟା ଦେଖା ଦେଇଥିଲା। ଏଗୁଡ଼ିକ ମଧ୍ୟରୁ ଫୁସ୍‌ଫୁସ୍‌ କାର୍ଯ୍ୟଦକ୍ଷତାରେ ହ୍ରାସ ପାଇବା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ବୋଲି ଗବେଷଣାରେ ଜଣାପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ