Advertisment

୩ ମାସ ପରେ ୫୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ; ୧,୧୬୭ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହାର ଦ୍ରୁତ ଗତିରେ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ଗ୍ରାଫ ଏବେ ତଳମୁହାଁ ରହିଛି। ଦୀର୍ଘ ୩ ମାସ ପରେ ଏବେ ଦୈନିକ କରୋନା ରୋଗୀଙ୍କ ସଂଖ୍ୟା ୪୦ ହଜାର ପାଖାପାଖି ପହଞ୍ଚିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ…

ଅଦ୍ୟତନ ହୋଇଛି
୩ ମାସ ପରେ ୫୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ; ୧,୧୬୭ ମୃତ

corona national

Advertisment

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହାର ଦ୍ରୁତ ଗତିରେ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ଗ୍ରାଫ ଏବେ ତଳମୁହାଁ ରହିଛି। ଦୀର୍ଘ ୩ ମାସ ପରେ ଏବେ ଦୈନିକ କରୋନା ରୋଗୀଙ୍କ ସଂଖ୍ୟା ୪୦ ହଜାର ପାଖାପାଖି ପହଞ୍ଚିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଆଜି ଦେଶରେ ୪୨ ହଜାର ୬୪୦ ପଜିଟିଭ ଚିହ୍ନଟ ହୋଇଛନ୍ତି।

Advertisment

ଆଜିର ସଂଖ୍ୟାକୁ ମିଶାଇଲେ ଦେଶରେ ଆକ୍ରାନ୍ତ ସଂଖ୍ୟା ୨ କୋଟି ୯୯ ଲକ୍ଷ ୭୭ ହଜାର ୮୬୧କୁ ବୃଦ୍ଧି ପାଇଛି। ସେହିପରି ଦେଶରେ ଆଜି ୧,୧୬୭ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା  ୩ ଲକ୍ଷ ୮୯ ହଜାର ୩୦୨କୁ ବୃଦ୍ଧି ପାଇଛି। ଦେଶରେ ଏବେ କରୋନା ଆକ୍ଟିଭ କେସ ରହିଛି ୬,୬୨,୫୨୧। ବର୍ତ୍ତମାନ ସୁଦ୍ଧା ୨,୮୯,୨୬,୦୩୮ ଜଣ ସୁସ୍ଥ ହୋଇ ଫେରିଛନ୍ତି।

ସବୁଠାରୁ ଅଧିକ ସଂକ୍ରମିତ ରରାଜ୍ୟ ମହରାଷ୍ଟ୍ରରେ କରୋନା ସଂକ୍ରମଣ ପ୍ରଭାବ କମୁଥିବା ଦେଖିବାକୁ ମିଳିଛି। ଏଠାରେ ସୋମବାର ୬,୨୭୦ ଜଣ ସଂକ୍ରମିତ ଠାବ ହୋଇଥିଲେ। ଦୀର୍ଘ ୪ ମାସ ଭିତରେ ସବୁଠାରୁ କମ୍‌ ସଂଖ୍ୟକ ସଂକ୍ରମିତ  ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ଆକ୍ଟିଭ କେସ୍‌  ୫୯,୭୯,୦୫୧ ହୋଇଛି।

Advertisment

ଦେଶରେ ଏଯାବତ୍ ୨୮ କୋଟି ୮୭ ଲକ୍ଷ ୬୬ ହଜାର ୨୦୧ ଡୋଜ୍ ଟିକାକରଣ ହୋଇଛି। ତେବେ ଦେଶରେ ଚିନ୍ତା ବଢ଼ାଉଛି କରୋନା ଭୂତାଣୁର ଡେଲ୍‌ଟା ପ୍ଲସ୍ ଭାରିଆଣ୍ଟ। କାରଣ ଗୋଟିଏ ପରେ ଗୋଟିଏ ରାଜ୍ୟରେ ଚିହ୍ନଟ ହେଉଥିବାବେଳେ ମହାରାଷ୍ଟ୍ରରେ ୨୧ଟି ନୂଆ ମାମଲା ସାମ୍ନାକୁ ଆସିଛି। ଏନେଇ ସ୍ପଷ୍ଟ କରିଛନ୍ତି ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ। ଏହା ଏବେ   ମହାରାଷ୍ଟ୍ର ସରକାରଙ୍କର ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି। ଦେଶରେ ବିଶେଷ କରି ମହାରାଷ୍ଟ୍ର ଏବଂ କେରଳରେ ଏକାଧିକ ମାମଲା ସାମ୍ନାକୁ ଆସିଲାଣି।

ତେବେ ବିଶେଷଜ୍ଞଙ୍କ ଆଶଙ୍କା, ଏଭଳି ଯଦି ଲାଗି ରହେ ତାହେଲେ ଡେଲଟା ଭେରିଏଣ୍ଟର ଏହି ନୂଆ ମ୍ୟୁଟେସନ ଯୋଗୁ ଦେଶବ୍ୟାପି ଆସିପାରେ କରୋନାର ତୃତୀୟ ଲହର। ତେଣୁ ଏନେଇ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି।

Advertisment

ଅନ୍ୟପକ୍ଷେ ତୃତୀୟ ଲହରୀ ସମ୍ପର୍କରେ ସୂଚନା ଦେଇ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ  କହିଛନ୍ତି କୌଣସ ମତେ ତୃତୀୟ ଲହରୀକୁ ଏଡାଇ ହେବ ନାହିଁ। ମାର୍ଚ୍ଚ ଶେଷରେ ଆରମ୍ଭ ହୋଇଥିବା ଲକଡାଉନ ଅବଧିରେ ଧୀରେ ଧୀରେ ଶେଷ ହେବାରେ ଲାଗିଛି । ଏବେ ଦେଶର ବିଭିନ୍ନ ସ୍ଥାନରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ କିଛି ସମୟ ପୂର୍ବରୁ ତୃତୀୟ ତରଙ୍ଗ ବିଷୟରେ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି।

Odisha Corona News Today Corona 3rd Wave
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ