Advertisment

ବିକ୍ରି ହେବ ମାଲ୍ୟାଙ୍କ ସମ୍ପତ୍ତି

ନୂଆଦିଲ୍ଲୀ: ଏସବିଆଇ ସହିତ ୧୫ଟି ବ୍ୟାଙ୍କରୁ ଋଣ କରି ବିଦେଶ ପଳାଇଥିବା ପଳତାକ ବିଜୟ ମାଲ୍ୟାଙ୍କ ସମ୍ପତ୍ତି ବାଜ୍ୟାପ୍ତି ହେବ। ଏହା ପରେ ସମ୍ପତ୍ତି ବିକ୍ରି କରି ବ୍ୟାଙ୍କ ଗୁଡ଼ିକ ନିଜର ଋଣ ଭରିବେ। ଏଥିପାଇଁ ପିଏମଏଲଏର ସ୍ୱତନ୍ତ୍ର କୋର୍ଟ ଅନୁମତି ଦେଇଛନ୍ତି। ଏହାପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ଏଭଳି ଋଣ ପରିଶୋଧ ପାଇଁ ଗ୍ରୀନ ସିଗନାଲ ଦେଇସାରିଛି। ତେବେ ମାଲ୍ୟାଙ୍କ ଓକିଲ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି। ସେ କହିଥିଲେ ଏହି ନିଷ୍ପତ୍ତି କେବଳ ଡେଟ […]

author-image
Pradesh Pratyush
ବିକ୍ରି ହେବ ମାଲ୍ୟାଙ୍କ ସମ୍ପତ୍ତି

mallya

ନୂଆଦିଲ୍ଲୀ: ଏସବିଆଇ ସହିତ ୧୫ଟି ବ୍ୟାଙ୍କରୁ ଋଣ କରି ବିଦେଶ ପଳାଇଥିବା ପଳତାକ ବିଜୟ ମାଲ୍ୟାଙ୍କ ସମ୍ପତ୍ତି ବାଜ୍ୟାପ୍ତି ହେବ। ଏହା ପରେ ସମ୍ପତ୍ତି ବିକ୍ରି କରି ବ୍ୟାଙ୍କ ଗୁଡ଼ିକ ନିଜର ଋଣ ଭରିବେ। ଏଥିପାଇଁ ପିଏମଏଲଏର ସ୍ୱତନ୍ତ୍ର କୋର୍ଟ ଅନୁମତି ଦେଇଛନ୍ତି। ଏହାପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ଏଭଳି ଋଣ ପରିଶୋଧ ପାଇଁ ଗ୍ରୀନ ସିଗନାଲ ଦେଇସାରିଛି। ତେବେ ମାଲ୍ୟାଙ୍କ ଓକିଲ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି। ସେ କହିଥିଲେ ଏହି ନିଷ୍ପତ୍ତି କେବଳ ଡେଟ ରିକଭରୀ ଟ୍ରିବ୍ୟୁନାଲ ହିଁ ନେଇପାରିବ। ଏହାପରେ ପିଏମଏଲଏ ଏ ବାବଦରେ ୧୮ ଜାନୁଆରୀରେ ଶୁଣାଣି କରିବେ ବୋଲି କହିଛନ୍ତି। ଏହି ସମୟରେ ମାଲ୍ୟା ଏହି ଆଦେଶ ବିରୋଧରେ ବମ୍ୱେ ହାଇକୋର୍ଟରେ ଅପିଲ୍ କରିବେ ବୋଲି ଜଣାପଡ଼ିଛି।

Advertisment

ଏସବିଆଇ ସମେତ ଅନେକ ବ୍ୟାଙ୍କର ୯ ହଜାର କୋଟି ଟଙ୍କାର ଋଣ ନେଇ ବିଜୟ ମାଲ୍ୟା ୨୦୧୬ରେ ଦେଶ ଛାଡ଼ି ପଳାଇଛନ୍ତି। ଏବେ ସେ ଲଣ୍ଡନରେ ରହୁଛନ୍ତି। ଲଣ୍ଡନର ଏକ କୋର୍ଟରେ ଏହି ମାମଲା ଚାଲିଛି। ବିଜୟ ମାଲ୍ୟାଙ୍କୁ ଭାରତ ଆଣିବା ପାଇଁ କେନ୍ଦ୍ର ସରକାର ଏବଂ ଭାରତୀୟ ତଦନ୍ତ ସଂସ୍ଥା ଅନେକ ପ୍ରୟାସ କରୁଛନ୍ତି। ହେଲେ ଏଯାବତ ସଫଳ ହୋଇ ନାହାନ୍ତି।

ବିଜୟ ମାଲ୍ୟା ମାମଲାରେ ଲଣ୍ଡନ କୋର୍ଟ ଡିସେମ୍ୱର ମାସରେ ଏକ ରାୟ ସଂରକ୍ଷିତ ରଖିଛନ୍ତି। ଚଳିତ ମାସ ଏହି ମାମଲାର ରାୟ ଶୁଣାଣି ହେବ ବୋଲି ସୂଚନା ରହିଛି।

Advertisment
Advertisment