Advertisment

ଟୁଲ୍‌କିଟ ମାମଲାରେ ଦିଶା ରବିଙ୍କୁ ବେଲ୍‌ ଦେଲେ କୋର୍ଟ

ନୂଆଦିଲ୍ଲୀ: ପରିବେଷବିତ ଦିଶା ରବିଙ୍କୁ ମିଳିଲା ବେଲ୍। କୃଷକ ଆନ୍ଦୋଳନ ସମ୍ପର୍କିତ ଟୁଲ୍‌କିଟ ଘଟଣାରେ ଗିରଫ ହୋଇଥିବା ଦିଶାଙ୍କୁ ମଙ୍ଗଳବାର ଦିଲ୍ଲୀର ଏକ କୋର୍ଟ ବେଲ୍ ଦେଇଛନ୍ତି। ଟୁଲ୍‌କିଟ ଘଟଣାରେ ଦିଶାଙ୍କୁ ତାଙ୍କ ବେଙ୍ଗାଲୁରୁ ସ୍ଥିତ ବାସଭବନରୁ ଗିରଫ କରିଥିଲା ପୋଲିସ୍। ଏକ ଲକ୍ଷ୍ୟ ଟଙ୍କା ବେଲ୍‌ ବଣ୍ଡ ଓ ଦୁଇଟି ସିକ୍ୟୁରିଟି ସହିତ ଅତିରିକ୍ତ ସେସନ ବିଚାରପତି ଧର୍ମେନ୍ଦ୍ର ରାଣା ଦିଶାଙ୍କ ବେଲ୍‌ ଅର୍ଡର୍‌କୁ ପାସ୍ କରିଛନ୍ତି। ଏନେଇ ବିଚାରପତି କହିଛନ୍ତି “ତଦନ୍ତରେ ଦୁର୍ବଳତା ଦେଖି […]

ଟୁଲ୍‌କିଟ ମାମଲାରେ ଦିଶା ରବିଙ୍କୁ ବେଲ୍‌ ଦେଲେ କୋର୍ଟ

disha ravi

Advertisment

ନୂଆଦିଲ୍ଲୀ: ପରିବେଷବିତ ଦିଶା ରବିଙ୍କୁ ମିଳିଲା ବେଲ୍। କୃଷକ ଆନ୍ଦୋଳନ ସମ୍ପର୍କିତ ଟୁଲ୍‌କିଟ ଘଟଣାରେ ଗିରଫ ହୋଇଥିବା ଦିଶାଙ୍କୁ ମଙ୍ଗଳବାର ଦିଲ୍ଲୀର ଏକ କୋର୍ଟ ବେଲ୍ ଦେଇଛନ୍ତି। ଟୁଲ୍‌କିଟ ଘଟଣାରେ ଦିଶାଙ୍କୁ ତାଙ୍କ ବେଙ୍ଗାଲୁରୁ ସ୍ଥିତ ବାସଭବନରୁ ଗିରଫ କରିଥିଲା ପୋଲିସ୍। ଏକ ଲକ୍ଷ୍ୟ ଟଙ୍କା ବେଲ୍‌ ବଣ୍ଡ ଓ ଦୁଇଟି ସିକ୍ୟୁରିଟି ସହିତ ଅତିରିକ୍ତ ସେସନ ବିଚାରପତି ଧର୍ମେନ୍ଦ୍ର ରାଣା ଦିଶାଙ୍କ ବେଲ୍‌ ଅର୍ଡର୍‌କୁ ପାସ୍ କରିଛନ୍ତି।

Advertisment

ଏନେଇ ବିଚାରପତି କହିଛନ୍ତି “ତଦନ୍ତରେ ଦୁର୍ବଳତା ଦେଖି ଦିଶା ବେଲ୍‌ର ନିୟମ ଭାଙ୍ଗିବାର କୌଣସି କାରଣ ପାଇଲି ନାହିଁ। ତାଙ୍କ ନାଁରେ ପୂର୍ବରୁ ବି କୌଣସି ଅପରାଧିକ ମାମଲା ନାହିଁ।

ଦିଶାଙ୍କୁ ତାଙ୍କ ଓକିଲଙ୍କ ସହିତ କୋର୍ଟ ପରିଶରରେ ବସିଥିବା ଦେଖାଯାଇଥିଲା। ଏକ ଲକ୍ଷ ଟଙ୍କାର ବଣ୍ଡ ବେଲ୍ ମିଳିବା ପରେ ଆପତ୍ତି କରିଥିଲେ ଦିଶାଙ୍କ ଓକିଲ। ଦିଶାଙ୍କ ପରିବାର ଏତେ ମୋଟା ଅଙ୍କର ଟଙ୍କା ଦେଇପାରିବେ ନାହିଁ ବୋଲି ସେ କୋର୍ଟଙ୍କୁ କହିଥିଲେ। ଦିଶାଙ୍କୁ କୋର୍ଟ ରୁମ୍‌ ଆଣିବା ବେଳେ ପରିବାର ଲୋକଙ୍କୁ ଦେଖି କାନ୍ଦି ପକାଇଥିଲେ ଦିଶା।

Advertisment

ସୂଚନା ଥାଉକି ଗତକାଲି ଦିଶାଙ୍କୁ ରିମାଣ୍ଡରେ ନେଇଥିଲା ଦିଲ୍ଲୀ ପୋଲିସ୍। ଆଜି ଆଉ ୪ ଦିନ ପାଇଁ ରିମାଣ୍ଡରେ ନେବା ପାଇଁ ପଟିଆଲା ହାଉସ୍‌କୋର୍ଟରେ ପୋଲିସ ପକ୍ଷରୁ ଆବେଦନ କରାଯାଇଥିଲା।  ତେବେ କୋର୍ଟ କିନ୍ତୁ ମାତ୍ର ୨୪ ଘଣ୍ଟା ପାଇଁ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ।

ତେବେ ଏହା ପୂର୍ବରୁ ଆଜି ଟୁଲକିଟ ସମ୍ପର୍କରେ ୩ ଅଭିଯୁକ୍ତଙ୍କୁ ପଚରାଉଚରା କରିଥିଲା ପୋଲିସ୍। ଏମାନେ ହେଲେ ପରିପେଷବିତ୍ତ ଦିଶା ରବି, ଇଞ୍ଜିନୟର ଶାନ୍ତନୁ ମୁଲୁକ ଏବଂ ଲୟର ନିକିତା ଜାକବ। ବମ୍ବେ ହାଇକୋର୍ଟ ମୁଲୁକ ଓ ଜାକବଙ୍କୁ ମଧ୍ୟ ବେଲ୍ ଦେଇଛନ୍ତି।

Advertisment

ଦିଲ୍ଲୀ ପୋଲିସ ସାଇବର ସେଲ୍ ଏହି ତିନିଜଣଙ୍କ ନାଁରେ ଯାମିନ ବିହୀନ ଗିରଫ ପରୱାନା ଜାରି କରିଥିଲା। ଏହି ୩ଜଣଙ୍କ ନାଁରେ ଟୁଲକିଟ୍‌କୁ ତିଆରି କରିବା ଓ ଏଡିଟ୍‌ କରିବା ଅଭିଯୋଗ ଥିଲା। କୃଷକ ଆନ୍ଦୋଳନ ଚାଲିଥିବା ବେଳେ ଭାରତର ଛବି ଖରାପ କରିବା ପାଇଁ ଟୁଲ୍‌କିଟ ପ୍ରସ୍ତୁତ କରାଯାଇଥିଲା ବୋଲି ପୋଲିସ ଅଭିଯୋଗ କରିଥିଲା। ଦିଶା ରବି, ମୁଲୁକ ଏବଂ ଜାକବ ଜୁମ୍‌ କଲ୍‌ରେ ସାମିଲ୍ ହୋଇ ଖାଲିସ୍ତାନୀଙ୍କୁ ସମର୍ଥନ କରୁଥିଲେ। ଏଥିରେ ପୋଏଟିକ ଜଷ୍ଟିସ୍‌ ଫାଉଣ୍ଡେସନ୍‌(ପିଏଫ୍‌ଜେର) ଜଣେ ସଦସ୍ୟ ମଧ୍ୟ ସାମିଲ ଥିବା କୋର୍ଟରେ ଅଭିଯୋଗ କରିଛି ଦିଲ୍ଲୀ ପୋଲିସ୍।

ସେହିଭଳି ଦିଶା ରବିଙ୍କ ବେଲ୍ ସପକ୍ଷରେ ଯୁକ୍ତି ରଖୁଥିବା ଦିଶାଙ୍କ ଓକିଲ କହିଥିଲେ. ଯେ ଦିଶା ଖଲିସ୍ତାନୀ ଆନ୍ଦୋଳନରେ କିଛି କରି ନାହାନ୍ତି। ଏବଂ ଟୁଲ୍‌କିଟ ଦେଶର ଛବି ଖରାପ କରିବାକୁ ନୁହେଁ ବରଂ ଘଟଣା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷରେ ତିଆରି କରାଯାଇଥିଲା।

Farmer Protest In Republic Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ