Advertisment

ଗର୍ଭବତୀଙ୍କୁ ମାରି ଗହଣା ଲୁଟିଲେ, ସୁଟ୍‌କେଶ୍‌ରେ ଶବ ଭର୍ତ୍ତି କରି ଅନ୍ୟ ସହର ପଳାଇଲେ

ନୋଇଡ଼ା: ଲୋଭ କେତେ ମାରାତ୍ମକ ହୋଇପାରେ। ସୁନାଗହଣା ଲୋଭରେ ଜଣେ ଗର୍ଭବତୀ ମହିଳାଙ୍କୁ ମାରିଦେଲେ ପଡ଼ୋଶୀ ଦମ୍ପତି। କେବଳ ସେତିକି ନୁହେଁ ତାଙ୍କୁ ମାରିବା ପରେ ମୃତଦେହକୁ  ସୁଟ୍‌କେଶ୍‌ରେ ଭର୍ତ୍ତି କରି ଗାଜିଆବାଦ ନେଇ ଫିଙ୍ଗି ଦେଲେ। ଏମିତି ଘଟଣା ଘଟିଛି ଗୌତମବୁଦ୍ଧ ନଗରରେ। ପୁଲିସ ଅଭିଯୁକ୍ତ ଦମ୍ପତିଙ୍କୁ ଗିରଫ କରିଛି। ପୁଲିସ ସୂଚନା ମୁତାବକ, ମୃତ ମହିଳା ହେଉଛନ୍ତି ମାଲା। ଘଟଣାଟି ଏମିତି। ଗୌତମବୁଦ୍ଧ ନଗରର ଏକ ବିଲ୍ଡିଂରେ ଭଡ଼ା ନେଇ ରହୁଥିଲେ ମାଲା ଓ […]

author-image
Otv Khabar Bureau
ଗର୍ଭବତୀଙ୍କୁ ମାରି ଗହଣା ଲୁଟିଲେ, ସୁଟ୍‌କେଶ୍‌ରେ ଶବ ଭର୍ତ୍ତି କରି ଅନ୍ୟ ସହର ପଳାଇଲେ

ନୋଇଡ଼ା: ଲୋଭ କେତେ ମାରାତ୍ମକ ହୋଇପାରେ। ସୁନାଗହଣା ଲୋଭରେ ଜଣେ ଗର୍ଭବତୀ ମହିଳାଙ୍କୁ ମାରିଦେଲେ ପଡ଼ୋଶୀ ଦମ୍ପତି। କେବଳ ସେତିକି ନୁହେଁ ତାଙ୍କୁ ମାରିବା ପରେ ମୃତଦେହକୁ  ସୁଟ୍‌କେଶ୍‌ରେ ଭର୍ତ୍ତି କରି ଗାଜିଆବାଦ ନେଇ ଫିଙ୍ଗି ଦେଲେ। ଏମିତି ଘଟଣା ଘଟିଛି ଗୌତମବୁଦ୍ଧ ନଗରରେ। ପୁଲିସ ଅଭିଯୁକ୍ତ ଦମ୍ପତିଙ୍କୁ ଗିରଫ କରିଛି। ପୁଲିସ ସୂଚନା ମୁତାବକ, ମୃତ ମହିଳା ହେଉଛନ୍ତି ମାଲା।

Advertisment

ଘଟଣାଟି ଏମିତି। ଗୌତମବୁଦ୍ଧ ନଗରର ଏକ ବିଲ୍ଡିଂରେ ଭଡ଼ା ନେଇ ରହୁଥିଲେ ମାଲା ଓ ତାଙ୍କ ସ୍ୱାମୀ। ସେ ଗତ କିଛି ମାସ ତଳେ ବିବାହ କରିଥିଲେ ଓ ଗର୍ଭବତୀ ଥିଲେ। ଗତ ଗୁରୁବାର ଦିନ ମାଲାଙ୍କ ଘରକୁ ତାଙ୍କର କିଛି ପଡ଼ୋଶୀ ଆସିଥିଲେ। ମାଲା ସେମାନଙ୍କୁ ତାଙ୍କ ମହଙ୍ଗା ଲୁଗାପଟା ଓ ଗହଣାଗାଣ୍ଠି ଦେଖାଇଥିଲେ। ସେମାନଙ୍କ ମଧ୍ୟରେ ରିତୁ ନାମକ ମହିଳାଙ୍କର ମାଲାଙ୍କର ଗହଣା ଓ ଦାମୀ ଲୁଗାପଟା ଉପରେ ନଜର ପଡ଼ିଥିଲା।

ରିତୁ ତାଙ୍କ ଘରକୁ ଫେରିଯାଇ ସ୍ୱାମୀଙ୍କୁ ମାଲାଙ୍କ ଗହଣା କଥା କହିଥିଲେ। ଏହା ପରେ ଏକ ବାହାନାରେ ରିତୁ ମାଲାଙ୍କୁ ଫସାଇ ତାଙ୍କ ଘରକୁ ଗହଣା ଓ ଲୁଗାପଟା ଆଣିଆସିବାକୁ କହିଲେ। ସେତେବେଳେ ମାଲାଙ୍କ ସ୍ୱାମୀ ଡ୍ୟୁଟି ଯାଇଥିଲେ। ମାଲାଙ୍କୁ ମାରିବାକୁ ପୂର୍ବରୁ ପ୍ରସ୍ତୁତ ହୋଇଥିଲେ ରିତୁ ଓ ତାଙ୍କ ସ୍ୱାମୀ ସୌରଭ । ସେମାନେ ମାଲାଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ। ମୃତଦେହକୁ କାଟିକୁଟି ତାଙ୍କ ସୁଟ୍‌କେଶ୍‌ରେ ଭର୍ତ୍ତି କରିଦେଇଥିଲେ ଓ ମାଲାଙ୍କର ଗହଣା, ଲୁଗାପଟା ଓ ମୋବାଇଲ୍‌ ନେଇଯାଇଥିଲେ।

Advertisment

ଏହି ଘଟଣା ରାତି ୯ଟା ବେଳେ ଘଟିଥିଲା। ଏହା ପରେ ରିତୁ ଓ ସୌରଭ ସୁଟ୍‌କେଶ୍ ନେଇ ଗାଜିଆବାଦ ପଳାଇଥିଲେ। ତା’ ପରେ ସେଠାରୁ ରିତୁ  ତାଙ୍କ ମାମୁଁ ଘରକୁ ଚାଲିଯାଇଥିଲେ ଆଉ ତାଙ୍କ ସ୍ୱାମୀ ଇନ୍ଦିରାପୁରମ୍‌ରେ ସୁଟ୍‌କେସ୍‌କୁ ଫିଙ୍ଗି ଦେଇଥିଲେ।

ତା’ ପରଦିନ ଗ୍ରେଟର ନୋଇଡାର ବିଶ୍ରାଖ୍‌ ପୁଲିସ୍‌ ଷ୍ଟେସନରେ ମାଲା ନିଖୋଜ ଥିବା ନେଇ ରିପୋର୍ଟ ଦେଇଥିଲେ ରିତୁଙ୍କ ପରିବାର ଲୋକ। ତେବେ ଗାଜିଆବାଦରୁ ଜଣେ ମହିଳାଙ୍କ ମୃତଦେହ ଥିବା ଏକ ସୁଟ୍‌କେଶ୍‌ ପୁଲିସ୍‌କୁ ମିଳିଥିବା ନେଇ ସେହିଦିନ ରାତିରେ ଗାଜିଆବାଦ ପୁଲିସକୁ ସୂଚନା ଆସିଥିଲା ଓ ସୁଟ୍‌କେଶ୍‌ ଉଦ୍ଧାର କରାଯାଇଥିଲା।

ପୂର୍ବରୁ ମାଲାଙ୍କ ପରିବାର ଲୋକେ ତାଙ୍କ ଝିଅକୁ ଯୌତୁକ ପାଇଁ ହତ୍ୟା କରିଥିବା ଅଭିଯୋଗ ଆଣିଥିଲେ ଓ ତାଙ୍କ ସ୍ୱାମୀଙ୍କୁ ଅଟକ ରଖିଥିଲେ। ମାମଲାର ଯାଞ୍ଚ ହେବାରୁ ସତ୍ୟାସତ୍ୟ ଜଣାପଡ଼ିବା ପରେ ତାଙ୍କ ସ୍ୱାମୀଙ୍କୁ ଛାଡ଼ି ଦିଆଯାଇଥିଲା। ତଦନ୍ତ ବେଳେ ରିତୁ ଓ ସୌରଭ ଦୀର୍ଘଦିନ ଧରି ତାଙ୍କ ନୋଇଡ଼ା ସ୍ଥତି ଭଡ଼ାଘରକୁ ନ ଫେରିବାରୁ ପୁଲିସ ସନ୍ଦେହ ତାଙ୍କ ଉପରକୁ ଯାଇଥିଲା।

ମାଲାଙ୍କ ମୋବାଇଲକୁ ଟ୍ରାକ୍‌ କରି ପୁଲିସ ଅଭିଯୁକ୍ତ ଦମ୍ପତିଙ୍କୁ ଗିରଫ କରିବାରେ ସଫଳ ହୋଇଛି।

Advertisment
Advertisment