Advertisment

ସଜେଇ ହେଲାଣି ଅଯୋଧ୍ୟା, ଭୋଗରେ ଲାଗିବ ୧ଲକ୍ଷ ୧୧ହଜାର ଲଡ଼ୁ

ନୂଆଦିଲ୍ଲୀ: ସଜେଇ ହେଉଛି ଅଯୋଧ୍ୟା। ଶ୍ରୀରାମ ମନ୍ଦିର ପାଇଁ ଭୂମି ପୂଜନ ପାଇଁ ତୈୟାର ହେଉଛି ଶ୍ରୀରାମଙ୍କ ସହର। ମନ୍ଦିର ଚାରିପଟକୁ ବିଭିନ୍ନ ରଙ୍ଗ ବେରଙ୍ଗରେ ସଜା ଯାଉଛି। ତାସହ ସହରର ଗଳି କନ୍ଧିରେ ଏବେ ରାମଙ୍କ ଗାଥାକୁ ଚିତ୍ରରେ ଅଙ୍କା ଯାଉଛି। ପ୍ରଭୁ ଶ୍ରୀରାମଙ୍କ ଜନ୍ମଠୁ ରାମାୟଣର ବିଭିନ୍ନ କାହାଣୀକୁ ଲୋକେ ଯେପରି ପ୍ରତି ମୁହୂର୍ତ୍ତରେ ଅନୁଭବ କରିବେ ସେ ନେଇ କଳାକାର ତା ତୂଳୀରେ ଚିତ୍ର କରୁଛି। ସେହିପରି ଆସନ୍ତା ୫ ତାରିଖରେ ଭୂମି […]

author-image
Ranjeet Kumar Jena
ସଜେଇ ହେଲାଣି ଅଯୋଧ୍ୟା, ଭୋଗରେ ଲାଗିବ ୧ଲକ୍ଷ ୧୧ହଜାର ଲଡ଼ୁ

ram-mandir

ନୂଆଦିଲ୍ଲୀ: ସଜେଇ ହେଉଛି ଅଯୋଧ୍ୟା। ଶ୍ରୀରାମ ମନ୍ଦିର ପାଇଁ ଭୂମି ପୂଜନ ପାଇଁ ତୈୟାର ହେଉଛି ଶ୍ରୀରାମଙ୍କ ସହର। ମନ୍ଦିର ଚାରିପଟକୁ ବିଭିନ୍ନ ରଙ୍ଗ ବେରଙ୍ଗରେ ସଜା ଯାଉଛି। ତାସହ ସହରର ଗଳି କନ୍ଧିରେ ଏବେ ରାମଙ୍କ ଗାଥାକୁ ଚିତ୍ରରେ ଅଙ୍କା ଯାଉଛି।

Advertisment

ପ୍ରଭୁ ଶ୍ରୀରାମଙ୍କ ଜନ୍ମଠୁ ରାମାୟଣର ବିଭିନ୍ନ କାହାଣୀକୁ ଲୋକେ ଯେପରି ପ୍ରତି ମୁହୂର୍ତ୍ତରେ ଅନୁଭବ କରିବେ ସେ ନେଇ କଳାକାର ତା ତୂଳୀରେ ଚିତ୍ର କରୁଛି। ସେହିପରି ଆସନ୍ତା ୫ ତାରିଖରେ ଭୂମି ପୂଜନ ବେଳେ ଲକ୍ଷାଧିକ ଲଡ଼ୁ ଭୋଗ ଲାଗିବା ନେଇ ପ୍ରସ୍ତୁତ କରାଯାଉଛି। ବିଭିନ୍ନ ଛାଉଣୀରେ ଏବେ ଲଡ଼ୁ ପ୍ରସ୍ତୁତ କରିବାରେ ଲୋକେ ଲାଗିଛନ୍ତି। ଭୂମି ପୂଜନ ଦିନ ୧୧୧ଟି ଥାଳିରେ ସଜ୍ଜିତ ଏହି ଲଡ଼ୁ ପ୍ରଭୁ ଶ୍ରୀରାମଙ୍କ ଦରବାରକୁ ପଠାଯିବ। ଏହିସବୁ ଲଡ଼ୁକୁ ଏକ ଷ୍ଟିଲ୍ ଡବାରେ ପ୍ୟାକ୍ କରାଯିବ।

https://twitter.com/ANINewsUP/status/1289082240131973120?s=20

ଆସନ୍ତା ୫ରେ ପ୍ରଧାନମନ୍ତ୍ରୀ ମୋଦି ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ କରିବେ। ଯେଉଁଠି ୨୨ କିଲୋର ରୂପା ଇଟା ଦ୍ୱାରା ଶିଳାନ୍ୟାସ ହେବ। ଭୂମି ପୂଜନରେ ସାମଜିକ ଦୂରତାକୁ ଅଧିକ ଫୋକସ୍ ଦିଆଯିବ। ଭୂମି ପୂଜନ ପାଇଁ କେଉଁଭଳି ପ୍ରସ୍ତୁତି ଚାଲିଛି, ତାହା ଦେଖିବା କେନ୍ଦ୍ରୀୟ ଟିମ୍ ଅଯୋଧ୍ୟା ପହଞ୍ଚିଛନ୍ତି। ଏହା ପୂର୍ବରୁ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ ଓ ପ୍ରଭାରୀ ନୀଳକଣ୍ଠ ତିୱାରୀ ମଧ୍ୟ ଅଯୋଧ୍ୟା ଯାଇଛନ୍ତି।

Advertisment
Advertisment
Advertisment