/odishatv-khabar/media/post_attachments/uploadimage/library/16_9/16_9_0/vaccine-3_1625534403.jpg)
vaccine
ନୂଆଦିଲ୍ଲୀ: କରୋନା ଭାଇରସ୍ ମହାମାରୀ ବିରୋଧରେ ଚାଲିଥିବା ଲଢ଼େଇରେ ଏବେ ଆଶ୍ୱସ୍ତି ମିଳିବାକୁ ଯାଉଛି। ଅକ୍ସଫୋର୍ଡ ୟୁନିଭର୍ସିଟି ଯେଉଁ କରୋନା ଭ୍ୟାକସିନର ଟ୍ରାଏଲ୍ କରିଥିଲା, ତାହା ପ୍ରାୟତ ସଫଳ ହୋଇଛି। କେବଳ ଏତିକି ନୁହେଁ, ଏହି ଭ୍ୟାକସିନର ଉତ୍ପାଦନର ପ୍ରସ୍ତୁତି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି।
ଅକ୍ସଫୋର୍ଡ ୟୁନିଭର୍ସିଟି ଦ୍ୱାରା ତିଆରି କରାଯାଇଥିବା କରୋନାଭାଇରସ୍ ଭ୍ୟାକସିନ୍ ଭାରତରେ ଆସନ୍ତାବର୍ଷ ଆରମ୍ଭରେ ସାମୂହିକ ପ୍ରସ୍ତୁତି ଆରମ୍ଭ ହେବ। ଏନେଇ ସେରମ ଇନଷ୍ଟିଚ୍ୟୁଟ୍ ସିଇଓ ଅଦର ପୁନାୱାଲା ସୂଚନା ଦେଇଛନ୍ତି। ତେବେ ବଡ଼ କଥା ହେଉଛି ଭାରତରେ ଏହି ଭ୍ୟାକସିନର ପ୍ରତିଟି ଜୋଡ୍ର ମୂଲ୍ୟ ୧ହଜାର ଟଙ୍କା ରହିବ ବୋଲି ପୂନାୱାଲା କହିଛନ୍ତି।
ସେରମ ଇନଷ୍ଟିଚ୍ଯୁଟ୍ ଅଫ୍ ଇଣ୍ଡିଆ ପକ୍ଷରୁ ଟିକାର ପରୀକ୍ଷଣ କରାଯାଉଛି। ଏହି ସଫଳତା ଆଧାରରେ ଆସନ୍ତା ବର୍ଷ ଟିକା ବଜାରକୁ ଆସିବ ବୋଲି ଲକ୍ଷ୍ୟ ରଖାଯାଇଛି। ଏନେଇ ଆଷ୍ଟ୍ରାଜେନେକା ଅକ୍ସଫୋର୍ଡ ଓ ସେରମ୍ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ବୁଝାମଣା ହୋଇଛି। ଭାରତ ପାଇଁ ୧୦୦ କୋଟି ଟିକା ପ୍ରସ୍ତୁତ ହେବ ବୋଲି ସୂଚନା ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)