Advertisment

ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍‌ ଓଲଟିଲା, ୬ ଗୁରୁତର

ଲକ୍ଷ୍ନୌ: ମହାମାରୀ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ ଲକ୍‌ଡାଉନ୍‌ର ଅବଧିକୁ ବଢ଼ାଇ ଦିଆଯାଇଛି। ଏନେଇ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ଫେରିବା ପାଇଁ ବିଭିନ୍ନ ପ୍ରକାର ଉପାୟମାନ ଅବଲମ୍ୱନ କରୁଥିବାର ଦେଖିବାକୁ ମିଳିଛି। ଏହି ସମୟରେ ପ୍ରବାସୀ ଶ୍ରମିକଙ୍କ ଏକ ବସ୍‌ ଉତ୍ତରପ୍ରଦେଶର ହମିରପୁରଠାରେ ଦୁର୍ଘଟଣାଗ୍ରସ୍ତ ହୋଇ ୬ଜଣ ଯାତ୍ରୀ ଗୁରୁତର ଆହାତ ହୋଇଥିବା ଜଣାପଡିଛି। ଖବର ଅନୁଯାୟୀ, ବସ୍‌ଟି ନୋଏଡା ଠାରୁ ମହୋବା ଅଞ୍ଚଳକୁ ଯାଉଥିଲା। ବାଟରେ ବସ୍‌ ଡ୍ରାଇଭରଙ୍କ […]

author-image
Mahasweta Baral
ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍‌ ଓଲଟିଲା, ୬ ଗୁରୁତର

bus

ଲକ୍ଷ୍ନୌ: ମହାମାରୀ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ ଲକ୍‌ଡାଉନ୍‌ର ଅବଧିକୁ ବଢ଼ାଇ ଦିଆଯାଇଛି। ଏନେଇ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ଫେରିବା ପାଇଁ ବିଭିନ୍ନ ପ୍ରକାର ଉପାୟମାନ ଅବଲମ୍ୱନ କରୁଥିବାର ଦେଖିବାକୁ ମିଳିଛି। ଏହି ସମୟରେ ପ୍ରବାସୀ ଶ୍ରମିକଙ୍କ ଏକ ବସ୍‌ ଉତ୍ତରପ୍ରଦେଶର ହମିରପୁରଠାରେ ଦୁର୍ଘଟଣାଗ୍ରସ୍ତ ହୋଇ ୬ଜଣ ଯାତ୍ରୀ ଗୁରୁତର ଆହାତ ହୋଇଥିବା ଜଣାପଡିଛି।

Advertisment

ଖବର ଅନୁଯାୟୀ, ବସ୍‌ଟି ନୋଏଡା ଠାରୁ ମହୋବା ଅଞ୍ଚଳକୁ ଯାଉଥିଲା। ବାଟରେ ବସ୍‌ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଏହି ଦୁର୍ଘଟଣା ଘଟିଛି ବୋଲି କୁହାଯାଉଛି। ଏହି ବସ୍‌ରେ ମହିଳାଙ୍କ ସମେତ ୩୧ ଜଣ ଯାତ୍ରୀ ଥିଲେ। କୋତାବଲି ଅଞ୍ଚଳରେ ଥିବା ସିଟି ଫରେଷ୍ଟ ନିକଟରେ ବସ୍‌ଟ ଓଲଟି ପଡିଥିବା ଜଣାପଡିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତ କରିଛି।

ଏହା ପୂର୍ବରୁ କୁଶୀନଗରରେ ମଧ୍ୟ ଏକ ପ୍ରବାସୀ ଶ୍ରମିକଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୧୨ ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇଥିଲେ। ଶାହି ପେଟ୍ରୋଲ ପମ୍ପ ନିକଟରେ ଥିବା କୁଶୀନଗରର NH ୨୮ ରେ, ବିହାରକୁ ଯାଉଥିବା ଏକ ବସ୍ ପିଆଜ ଭର୍ତ୍ତି ଟ୍ରକ ସହ ଧକ୍କା ହୋଇଥିଲା।  ବସ୍‌ଟି ନୋଏଡାରୁ ବିହାରର ଭାଗଲପୁର ଅଞ୍ଚଳକୁ ଯାଉଥିଲା।

Advertisment

ଏହା ପରେ ସ୍ଥାନୀୟ ଲୋକ ପୋଲିସ କର୍ମଚାରୀଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ଆହାତମାନଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। ୧୨ ଜଣ ଆହାତଙ୍କ ମଧ୍ୟରୁ ୭ଜଣଙ୍କ ଅବସ୍ଥା ଗୁରୁତର ରହିଛି।

Advertisment
Advertisment