Advertisment

ପୁଣି ଜଣେ ବିଧାୟକ କରୋନା ପଜିଟିଭ

ଲକ୍ଷ୍ନୌ: ସମଗ୍ର ଦେଶରେ କରୋନା ଭାଇରସ ତା’ର କାୟାକୁ ବିସ୍ତାର କରିବାରେ ଲାଗିଛି। କରୋନାକୁ ଦୂର କରିବା ପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ମଧ୍ୟ ନେଉଛନ୍ତି। ଏବେ ଉତ୍ତରପ୍ରଦେଶ ବାରାଣାସୀର ଅଜଗରା ବିଧାନସଭାର ବିଧାୟକ କୈଳାଶ ସୋନକର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ୟୁପିର ପୂର୍ବତନ କ୍ୟାବିନେଟ୍‌ ମନ୍ତ୍ରୀ ଓମ୍‌ ପ୍ରକାଶ ରାଜଭରଙ୍କ ପାର୍ଟି ସୁହେଲଦେବ ଭାରତୀୟ ସମାଜ ପାର୍ଟିର ଜଣେ ବିଧାୟକ ହେଉଛନ୍ତି କୈଳାଶ ସୋନକର। ଖବର ଅନୁଯାୟୀ, କୈଳାଶ ସୋନକର ପରୀକ୍ଷା ପାଇଁ ତାଙ୍କ […]

ପୁଣି ଜଣେ ବିଧାୟକ କରୋନା ପଜିଟିଭ

coronaa

Advertisment

ଲକ୍ଷ୍ନୌ: ସମଗ୍ର ଦେଶରେ କରୋନା ଭାଇରସ ତା’ର କାୟାକୁ ବିସ୍ତାର କରିବାରେ ଲାଗିଛି। କରୋନାକୁ ଦୂର କରିବା ପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ମଧ୍ୟ ନେଉଛନ୍ତି। ଏବେ ଉତ୍ତରପ୍ରଦେଶ ବାରାଣାସୀର ଅଜଗରା ବିଧାନସଭାର ବିଧାୟକ କୈଳାଶ ସୋନକର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ୟୁପିର ପୂର୍ବତନ କ୍ୟାବିନେଟ୍‌ ମନ୍ତ୍ରୀ ଓମ୍‌ ପ୍ରକାଶ ରାଜଭରଙ୍କ ପାର୍ଟି ସୁହେଲଦେବ ଭାରତୀୟ ସମାଜ ପାର୍ଟିର ଜଣେ ବିଧାୟକ ହେଉଛନ୍ତି କୈଳାଶ ସୋନକର।

Advertisment

ଖବର ଅନୁଯାୟୀ, କୈଳାଶ ସୋନକର ପରୀକ୍ଷା ପାଇଁ ତାଙ୍କ ନମୁନାକୁ ବାରାଣାସୀ ପଠାଇଥିଲେ। ରିପୋର୍ଟରେ ସେ ପିଜିଟିଭ ଥିବା ଜଣାପଡିଛି। ବର୍ତ୍ତମାନ ସେ ଦିଲ୍ଲୀରେ ଚିକିତ୍ସିତ ହେଉଛନ୍ତି। ବିଧାୟକ କୈଳାଶ ବାରାଣାସୀର କ୍ୟାଣ୍ଟ୍‌ ଅଞ୍ଚଳର ସିକ୍‌ରୋଲ୍‌ର ବାସିନ୍ଦା। ସେ କରୋନାରେ ଆକ୍ରାନ୍ତ ହେବା ପରେ ସହି ଅଞ୍ଚଳକୁ ହଟସ୍ପଟ ଭାବେ ଘୋଷଣା କରାଯାଇଛି। ତାଙ୍କ ଘରର ଅନ୍ୟ ସଦସ୍ୟମାନଙ୍କର ମଧ୍ୟ ନମୁନା ସଂଗ୍ରହ କରାଯିବ।

ସୂଚନାଥାଉକି, ଏହାପୂର୍ବରୁ ଚାରିଜଣ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏବେ ଆଉ ଦୁଇଜଣ ବିଧାୟକଙ୍କ ଠାରେ ଏହି ଭାଇରସ ଦେଖାଦେଇଛି। ସେ ଦୁହଁଙ୍କ ମଧ୍ୟରୁ ଜଣେ ହେଉଛି ଭାରତୀୟ ଜନତା ପାର୍ଟି ଦଳର ବିଧାୟକ ଓ ଅନ୍ୟଟି କଂଗ୍ରେସ ଦଳର ମହିଳା ବିଧାୟକ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ