corona
ନୂଆଦିଲ୍ଲୀ: ଭାରତରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଇଟାଲିକୁ ଟପି ଭାରତ ଏବେ ୫ମ ସ୍ଥାନରେ ଅଛି। କରୋନା ସମ୍ପର୍କିତ ତଥ୍ୟ ସଂଗ୍ରହ କରୁଥିବା ୱେବସାଇଟ୍ ୱାର୍ଲ୍ଡୋମିଟର କହିବା ଅନୁଯାୟୀ, ଭାରତରେ ୬୩,୧୭୦ଟି ଆକ୍ଟିଭ କେସ୍ ରହିଛି। ଇଟାଲୀ ଅପେକ୍ଷା ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ଅଧିକ ବୋଲି ଜଣାପଡିଛି।
ସୂଚନାଥାଉ କି, ଇଟାଲୀ ହେଉଛି ସେହି ଦେଶ ଯେଉଁଠାରେ ଚୀନ ଅପେକ୍ଷା କରୋନା ଭାଇରସ ଶୀଘ୍ର ବିସ୍ତାର କରିଥିଲା। ବର୍ତ୍ତମାନ ସୁଦ୍ଧା କୋଭିଡ-୧୯ରେ ୩୨,୩୩୦ ଲୋକଙ୍କର ମୃତ୍ୟୁ ହୋଇଛି ଇଟାଲୀରେ। ସେଠାରେ ଆକ୍ରାନ୍ତଙ୍କ ସଖ୍ୟା ଦୁଇ ଲକ୍ଷରୁ ଅଧିକ ଥିବା ଜଣାପଡିଛି। କିନ୍ତୁ ଭାରତରେ ସମୁଦାୟ ୧.୧୧ଲକ୍ଷ ଆକ୍ରାନ୍ତ ହୋଇଥିବା ଜଣାପଡିଛି।
ଏହି ସପ୍ତାହ ଆରମ୍ଭରୁ ଭାରତରେ ପ୍ରତିଦିନ ୫୦୦୦ ରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛି। ଆକ୍ଟିଭ କେସ୍ଗୁଡିକରେ, ଆମେରିକା, ରୁଷ, ବ୍ରାଜିଲ ଓ ଫ୍ରାନ୍ସରେ ଭାରତ ଅପେକ୍ଷା ଅଧିକ ଆକ୍ଟିଭ କେସ୍ ରହିଛି। ଏହି ଦେଶଗୁଡିକୁ ମଧ୍ୟରୁ ଆମେରିକା ସବୁଠାରୁ ବେଶି ପ୍ରଭାବିତ ହୋଇଥିବା ଦେଶ, ସେଠାରେ କରୋନାରେ ଆକ୍ଟିଭ କେସ୍ ସଂଖ୍ୟା ୧୧ଲକ୍ଷରୁ ଅଧିକ ଥିବା ଜଣାପଡିଛି। ରୁଷୁରେ ୨.୨୦ ଲକ୍ଷ ଆକ୍ଟିଭ କେସ୍, ବ୍ରାଜିଲରେ ୧.୫୭ ଲକ୍ଷ ଥିବାବେଳେ ଫ୍ରାନ୍ସରେ ୬୦ ହଜାରରୁ ଅଧିକ ଆକ୍ଟିଭ କେସ୍ ରହିଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିବା ଅନୁଯାୟୀ, ଭାରତରେ କରୋନାରେ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ପ୍ରାୟ ୪୦% ଥିବା ଜଣାପଡିଛି। ୨୫ମାର୍ଚ୍ଚରେ ଲକ୍ଡାଉନ୍ ଆରମ୍ଭ ହେବା ପୂର୍ବରୁ କରୋନାରେ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ପ୍ରାୟ ୭ ପ୍ରତିଶତ ଥିଲା। ହସ୍ପିଟାଲରେ ସାତ ପ୍ରତିଶତରୁ କମ୍ ରୋଗୀ ଥିବା ଜଣାପଡିଛି। ଭାରତରେ କରୋନାରେ ମୃତ୍ୟୁ ହାର ମଧ୍ୟ କମ୍ ରହିଛି। ଏପର୍ଯ୍ୟନ୍ତ ଏଠାରେ ୩,୪୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ଜଣାପଡିଛି। କିନ୍ତୁ ଆମେରିକାରେ ୯୫ହଜାର ଲୋକ କୋଭିଡ-୧୯ରେ ପ୍ରାଣ ହରାଇଛନ୍ତି। ଏହା ବ୍ୟତୀତ ଇଂଲଣ୍ଡରେ କୋଭିଡ-୧୯ରେ ୩୫,୭୦୪ ଜଣଙ୍କର ମୃତ୍ୟୁ ହୋଇଛି। ଇଟାଲୀରେ ୩୨,୩୩୦ରୁ ଅଧିକ ଥିବାବେଳେ ଫ୍ରାନ୍ସରେ ୨୮,୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି।
ଯଦି ଆମେ ପ୍ରତି ୧୦ଲକ୍ଷରେ ମୃତ୍ୟୁ ଘଟୁଥିବା ସଂଖ୍ୟାକୁ ଦେଖିଲେ, ସୋନ ମରିନା, ବେଲଜୟମ୍ ଓ ଆଣ୍ଡୋରା ମୃତ୍ୟୁ ସଂଖ୍ୟାରେ ସବୁଠୁ ଅଧିକ। ସୋନ ମରିନାରେ ପ୍ରତି ୧୦ଲକ୍ଷ ଜନସଂଖ୍ୟାରେ ହାରାହାରି ୧,୨୦୯ ଜଣଙ୍କର ମୃତ୍ୟୁ ଘଟୁଛି। କିନ୍ତୁ ସ୍ପେନ୍ରେ ୫୯୬, ଇଟାଲୀରେ ୫୩୫, ୟୁକେରେ ୫୨୭ ଥିବାବେଳେ ଫ୍ରାନ୍ସରେ ୪୩୧ ରହିଛି। ଭାରତରେ ପ୍ରତି ୧୦ଲକ୍ଷ ମଧ୍ୟରୁ କରୋନରେ ମୃତ୍ୟୁ ହାର ପ୍ରାୟ ୨ ପ୍ରତିଶତ । ପ୍ରତି ୧୦ଲକ୍ଷ ମଧ୍ୟରୁ ୮୧ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/corona-15_1626694487.jpg)