Advertisment

୨୪ ଘଣ୍ଟାରେ ସବୁ ଦେଶକୁ ପଛରେ ପକାଇଲା ଭାରତ

ନୂଆଦିଲ୍ଲୀ: ଭାରତରେ ଦ୍ରୁତ ଗତିରେ ବ୍ୟାପି ଚାଲିଛି କରୋନାଭାଇରସ୍। ଗତ ୨୪ ଘଣ୍ଟାରେ ଦେଶରେ ୫୨ହଜାର ୯୭୨ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୭୭୧ ଜଣଙ୍କର ମୃତ୍ୟୁ ହୋଇଛି। ଗତ ୨୪ ଘଣ୍ଟାରେ ସର୍ବାଧିକ କରୋନା ମାମଲାରେ ଭାରତ ଆମେରିକା ଓ ବ୍ରାଜିଲକୁ ପଛରେ ପକାଇ ଦେଇଛି। ଆମେରିକାରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୪୭ହଜାରରୁ ଅଧିକ ଏବଂ ବ୍ରାଜିଲରେ ୨୫ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏବେ ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ଲକ୍ଷରୁ […]

ଅଦ୍ୟତନ ହୋଇଛି
୨୪ ଘଣ୍ଟାରେ ସବୁ ଦେଶକୁ ପଛରେ ପକାଇଲା ଭାରତ

corona

Advertisment

ନୂଆଦିଲ୍ଲୀ: ଭାରତରେ ଦ୍ରୁତ ଗତିରେ ବ୍ୟାପି ଚାଲିଛି କରୋନାଭାଇରସ୍। ଗତ ୨୪ ଘଣ୍ଟାରେ ଦେଶରେ ୫୨ହଜାର ୯୭୨ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୭୭୧ ଜଣଙ୍କର ମୃତ୍ୟୁ ହୋଇଛି। ଗତ ୨୪ ଘଣ୍ଟାରେ ସର୍ବାଧିକ କରୋନା ମାମଲାରେ ଭାରତ ଆମେରିକା ଓ ବ୍ରାଜିଲକୁ ପଛରେ ପକାଇ ଦେଇଛି। ଆମେରିକାରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୪୭ହଜାରରୁ ଅଧିକ ଏବଂ ବ୍ରାଜିଲରେ ୨୫ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

Advertisment

ଏବେ ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ଲକ୍ଷରୁ ଅଧିକ ହୋଇଛି, ଯେଉଁଥିରେ ୩୮ହଜାର ୧୩୫ ଜଣଙ୍କର ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ୧୨ଲକ୍ଷରୁ ଅଧିକ ଲୋକେ ସୁସ୍ଥ ହୋଇଥିବା ବେଳେ ୫ଲଓ ୭୯ହଜାରରୁ ଅଧିକ ଆକ୍ଟିଭ୍ ଅଛନ୍ତି। ଦେଶରେ କରୋନା ସଂକ୍ରମଣର ଅଧିକ ମାମଲା ମହାରାଷ୍ଟ୍ର, ଦିଲ୍ଲୀ ପରେ ଏବେ ବିହାର, ଉତ୍ତର ପ୍ରଦେଶ ଓ ଆନ୍ଧ୍ର ପ୍ରଦେଶରେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି।

ଗତ ୨୪ ଘଣ୍ଟାରେ ଭାରତରେ ୫୨ହଜାର ୯୭୨, ଆମେରିକାରେ ୪୭ହଜାର ୫୧୧, ବ୍ରାଜିଲ୍ ୨୫ହଜାର ୮୦୦, ପେରୁ ୨୧ହଜାର ୩୫୮, କଲମ୍ବିଆ ୧୧ ହଜାର ୪୭୦, ଦକ୍ଷିଣ ଆଫ୍ରିକା ୮୧୯୫, ରୁଷରେ ୫୩୮୭, ଆର୍ଜେଣ୍ଟିନା ୫୩୭୬, ଫିଲିପିନ୍ସ ୪୯୫୩ ଏବଂ ମେକ୍ସିକୋରେ ୪୮୫୩ ପଜିଟିଭ୍ ଚିହ୍ନଟ ହୋଇଛି।

Advertisment

ଆମେରିକାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୮ଲକ୍ଷ ଅତିକ୍ରମ କରିସାରିଛି, ଯେଉଁଥିରେ ୧ଲକ୍ଷ ୫୮ହଜାର ୩୬୫ ଜଣଙ୍କର ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ୨୩ଲକ୍ଷରୁ ଅଧିକ ଲୋକେ ସୁସ୍ଥ ହୋଇଥିବା ବେଳେ ୨୨ଲକ୍ଷରୁ ଅଧିକ ଆକ୍ଟିଭ୍ ଅଛନ୍ତି। କରୋନାର ସର୍ବାଧିକ ମାମଲା ଆମେରିକାରେ ରହିଛି। ଏହାପରେ ବ୍ରାଜିଲର ନମ୍ବର ଆସିବ।

ବ୍ରାଜିଲରେ ୨୭ଲକ୍ଷରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ଯେଉଁଥିରୁ ୯୪ହଜାରରୁ ଅଧିକ ଲୋକଙ୍କର ମୃତ୍ୟ ହୋଇଛି। ଏପର୍ଯ୍ୟନ୍ତ କରୋନାରୁ ୧୯ ଲକ୍ଷରୁ ଅଧିକ ଲୋକେ ସୁସ୍ଥ ହୋଇଥିବା ବେଳେ ୭ଲକ୍ଷ ୫୫ହଜାରରୁ ଅଧିକ ଆକ୍ଟିଭ୍ ଅଛନ୍ତି।

Advertisment

ସେହିପରି ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି ୮୨ ଲକ୍ଷ ଅଧିକ ହୋଇସାରିଛି, ଯେଉଁଥିରୁ ୬ଲକ୍ଷ ୯୩ହଜାର ଲୋକଙ୍କର ମୃତ୍ୟୁ ହୋଇସାରିଛି। ଏପର୍ଯ୍ୟନ୍ତ ୧ କୋଟି ୧୪ ଲକ୍ଷ ଲୋକ ଏହି ମହାମାରୀରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସାରା ଦୁନିଆରେ ୨୧୫ ଦେଶ କରୋନାରେ ପ୍ରଭାବିତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ