Advertisment

କରୋନାକୁ ନେଇ ଆସିଲା ଚିନ୍ତାଜନକ ତଥ୍ୟ; ମୋବାଇଲ ସ୍କ୍ରିନରେ ଏତେ ଦିନ ରହିପାରେ ଭାଇରସ୍‌

ମେଲବର୍ଣ୍ଣ: କରୋନା ଭାଇରସକୁ ନେଇ ଆସିଲା ଚିନ୍ତାଜନକ  ତଥ୍ୟ। ମୋବାଇଲ କାଚ ଓ ବ୍ୟାଙ୍କ ନୋଟରେ ଦୀର୍ଘଦିନ ପର୍ଯ୍ୟନ୍ତ ରହିପାରେ କରୋନା ଭାଇରସ। ସେତିକୁ ନୁହେଁ, ଷ୍ଟେନଲେସ୍‌ ଷ୍ଟିଲ, ପ୍ଲାଷ୍ଟିକରେ ମଧ୍ୟ ଏହା ଦୀର୍ଘ ଦିନ ଧରି ରହିପାରେ। ଏପରି ଏକ ତଥ୍ୟ ହାସଲ କରିଛନ୍ତି ଅଷ୍ଟ୍ରେଲୀୟ ଏଜେନ୍ସି ସିଏସଆଇଆରଓର ଗବେଷକମାନେ । ଅଷ୍ଟ୍ରେଲିଆର ଏହି ଏଜେନ୍ସି ପକ୍ଷରୁ ସୋମବାର କୁହାଯାଇଛି, କାଚ,  ପ୍ଲାଷ୍ଟିକ ଆଦି ଜିନିଷରେ କରୋନା ଭାଇରସ ୩ରୁ ୭ଦିନ ବଞ୍ଚି ରହୁଥିବା ପୂର୍ବରୁ […]

ଅଦ୍ୟତନ ହୋଇଛି
କରୋନାକୁ ନେଇ ଆସିଲା ଚିନ୍ତାଜନକ ତଥ୍ୟ;  ମୋବାଇଲ ସ୍କ୍ରିନରେ ଏତେ ଦିନ ରହିପାରେ ଭାଇରସ୍‌

corona-1111

Advertisment

ମେଲବର୍ଣ୍ଣ: କରୋନା ଭାଇରସକୁ ନେଇ ଆସିଲା ଚିନ୍ତାଜନକ  ତଥ୍ୟ। ମୋବାଇଲ କାଚ ଓ ବ୍ୟାଙ୍କ ନୋଟରେ ଦୀର୍ଘଦିନ ପର୍ଯ୍ୟନ୍ତ ରହିପାରେ କରୋନା ଭାଇରସ। ସେତିକୁ ନୁହେଁ, ଷ୍ଟେନଲେସ୍‌ ଷ୍ଟିଲ, ପ୍ଲାଷ୍ଟିକରେ ମଧ୍ୟ ଏହା ଦୀର୍ଘ ଦିନ ଧରି ରହିପାରେ। ଏପରି ଏକ ତଥ୍ୟ ହାସଲ କରିଛନ୍ତି ଅଷ୍ଟ୍ରେଲୀୟ ଏଜେନ୍ସି ସିଏସଆଇଆରଓର ଗବେଷକମାନେ ।

Advertisment

ଅଷ୍ଟ୍ରେଲିଆର ଏହି ଏଜେନ୍ସି ପକ୍ଷରୁ ସୋମବାର କୁହାଯାଇଛି, କାଚ,  ପ୍ଲାଷ୍ଟିକ ଆଦି ଜିନିଷରେ କରୋନା ଭାଇରସ ୩ରୁ ୭ଦିନ ବଞ୍ଚି ରହୁଥିବା ପୂର୍ବରୁ ଜଣାଥିଲା। ହେଲେ ଏବେ  ଜଣାପଡ଼ୁଛି ୨୮ ଦିନ ଯାଏ କରୋନା ଭୂତାଣୁ ବଞ୍ଚି ରହୁଥିବା କଥା କହିଛନ୍ତି। ଅଷ୍ଟ୍ରେଲିଆର ଏହି ଗବେଷକମାନେ କହିଛନ୍ତି, ଅନ୍ଧାରରେ ୩ ଡିଗ୍ରୀ ସେଲସିଅସ ତାପମାତ୍ରାରେ SARS-CoV-2 କେତେ ସମୟ ଜୀବିତ ରହିପାରେ ସେ ନେଇ ପରୀକ୍ଷା କରାଯାଇଥିଲା। ଗବେଷଣାରୁ ଜଣାପଡ଼ିଥିଲା, ଅଧିକ ଗରମରେ ଏହି ଭାଇରସ କମ୍‌ ସମୟ ଜୀବିତ ରହୁଛି। ସୂଚନାଥାଉ କି, କରୋନା ଭୂତାଣୁ ପୂର୍ବରୁ ଇନପ୍ଲ୍ୟୁଏଞ୍ଜା ଭାଇରସ ୧୭ ଦିନ ଯାଏ ଉପରୋକ୍ତ ଜିନିଷରେ ସକ୍ରିୟ ରହୁଥିଲା।

ବୈଜ୍ଞାନିକମାନେ ଜାଣିବାକୁ ପାଇଥିଲେ, ୨୦ ଡିଗ୍ରୀ ତାପମାତ୍ରାରେ କରୋନା ଭୂତାଣୁ ମୋବାଇଲ ସ୍କ୍ରିନ, ଷ୍ଟିଲ, ବ୍ୟାଙ୍କ ନୋଟ୍‌ ଉପରେ ଦ୍ରୁତମାତ୍ରରେ ବୃଦ୍ଧି ପାଉଛନ୍ତି ଏବଂ ୨୮ ଦିନ ଧରି ଜୀବିତ ରହିପାରୁଛନ୍ତି। ଅନ୍ୟପକ୍ଷେ ୩୦ ଡିଗ୍ରୀ ତାପମାତ୍ରାରେ ଏମାନଙ୍କ ଜୀବିତ ରହିବାର ସମୟସୀମା ହ୍ରାସ ପାଉଛି। ଏହି ତାପମାତ୍ରାରେ କରୋନା ଭୂତାଣୁ ମାତ୍ର ୭ଦିନ ଜୀବିତ ରହିପାରୁଛି। ହେଲ ୪୦ ଡିଗ୍ରୀରେ ମାତ୍ର ୨୪ ଘଣ୍ଟା ରହିପାରୁଛି।

Advertisment

ଗବେଷକମାନେ କହିଛନ୍ତି, କମ‌ ତାପମାତ୍ରାରେ ଭାଇରସ ଅଧିକ ଦିନ ଜୀବିତ ରହିପାରୁଛି। ଷ୍ଟଡିରେ ଏକଥା ମଧ୍ୟ କୁହାଯାଇଛି, କପଡା ଆଦି ଜିନିଷ ଉପରେ ଏହି ଭାଇରସ ୧୪ ଦିନରୁ ଅଧିକ ଦିନ ପର୍ଯନ୍ତ ରହିପାରେ ନାହିଁ । ଏହି ସମୟରେ କୌଣସି ଲୋକ ଭୂତାଣୁ ସଂସ୍ପର୍ଶରେ ଆସିଲେ ସଂକ୍ରମିତ ହେବାର ଆଶଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ