Advertisment

କରୋନାରେ ପୋଲିସ କର୍ମୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ଯୋଗୁ ପୁଣି ଜଣେ ପୋଲିସ କର୍ମୀଙ୍କର ମୃତ୍ୟୁ ଘଟିଛି। ଉତ୍ତର-ପୂର୍ବ ଦିଲ୍ଲୀରେ ଜଣେ କନଷ୍ଟେବଲଙ୍କର ଗତ ଜୁନ୍‌ ୩ରେ ମୃତ୍ୟୁ ହୋଇଛି। ତାଙ୍କ ନାଁ ରାହୁଲ। ରାହୁଲଙ୍କର ମୃତ୍ୟୁ ପରେ ତାଙ୍କ ରିପୋର୍ଟ ପଜିଟିଭ ଥିବା ଜଣାପଡିଛି। ଭାଇରସ ଯୋଗୁ ଏପର୍ଯ୍ୟନ୍ତ ଦିଲ୍ଲୀରେ ୪ଜଣ ପୋଲିସ କର୍ମୀଙ୍କର ମୃତ୍ୟୁ ଘଟିଛି। ଖବର ଅନୁଯାୟୀ, କନଷ୍ଟେବଲ ରାହୁଲ ସଫଦରଜଙ୍ଗ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା। ଯଦିଓ ତାଙ୍କର ଜୁନ୍‌ ୩ରେ ମୃତ୍ୟୁ ଘଟିଥିଲା, କିନ୍ତୁ […]

କରୋନାରେ ପୋଲିସ କର୍ମୀଙ୍କ ମୃତ୍ୟୁ

police

Advertisment

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ଯୋଗୁ ପୁଣି ଜଣେ ପୋଲିସ କର୍ମୀଙ୍କର ମୃତ୍ୟୁ ଘଟିଛି। ଉତ୍ତର-ପୂର୍ବ ଦିଲ୍ଲୀରେ ଜଣେ କନଷ୍ଟେବଲଙ୍କର ଗତ ଜୁନ୍‌ ୩ରେ ମୃତ୍ୟୁ ହୋଇଛି। ତାଙ୍କ ନାଁ ରାହୁଲ। ରାହୁଲଙ୍କର ମୃତ୍ୟୁ ପରେ ତାଙ୍କ ରିପୋର୍ଟ ପଜିଟିଭ ଥିବା ଜଣାପଡିଛି। ଭାଇରସ ଯୋଗୁ ଏପର୍ଯ୍ୟନ୍ତ ଦିଲ୍ଲୀରେ ୪ଜଣ ପୋଲିସ କର୍ମୀଙ୍କର ମୃତ୍ୟୁ ଘଟିଛି।

Advertisment

ଖବର ଅନୁଯାୟୀ, କନଷ୍ଟେବଲ ରାହୁଲ ସଫଦରଜଙ୍ଗ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା। ଯଦିଓ ତାଙ୍କର ଜୁନ୍‌ ୩ରେ ମୃତ୍ୟୁ ଘଟିଥିଲା, କିନ୍ତୁ ଶନିବାର ଦିନ ତାଙ୍କର କରୋନା ରିପୋର୍ଟ ଆସିଥିଲା, ​​ଯେଉଁଥିରେ ସେ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଛି। କନଷ୍ଟେବଳ ରାହୁଲ ଫୁସଫୁସ ସଂକ୍ରମଣ ଯୋଗୁ ଗତ ୬ମାସ ହେବ ସେ ଛୁଟିରେ ରହି ଚିକିତ୍ସିତ ହେଉଥିଲେ।

ଏହାପୂର୍ବରୁ ଦିଲ୍ଲୀ ପୋଲିସର ଜଣେ  କାର୍ଯ୍ୟରତ ସବ୍‌ ଇନ୍ସପେକ୍ଟରଙ୍କର  କରୋନା ଭାଇରସରେ ମୃତ୍ୟୁ ଘଟିଥିଲା। ମୃତ ଏଏସଆଇଙ୍କ ନାଁ ବିକ୍ରମ (୫୪ ବର୍ଷ)। ବିକ୍ରମ ସୁଲତାନପୁରୀ ଥାନାରେ କାର୍ଯ୍ୟ କରୁଥିଲେ। ମେ’ ୨୮ରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ରିପୋର୍ଟ ପଜିଟିଭ ଆସିବା ପରେ ବିକ୍ରମଙ୍କୁ କୋଭିଡ-୧୯ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି  ଜଣେ ଏଏସଆଇ ଓ କନଷ୍ଟେବଲଙ୍କ କରୋନାରେ ମୃତ୍ୟୁ ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ