Advertisment

ଦେଶରେ ଚିହ୍ନଟ ହେଲେ ୬୨,୨୨୪ କରୋନା ପଜିଟିଭ, ଆଖି ବୁଜିଲେ ୨୫୪୨

ନୂଆଦିଲ୍ଲୀ: ଦେଶରେ କମୁଛି ସଂକ୍ରମଣ। ଗତ ୯ ଦିନ ହେବ ପିଜିଟିଭିଟି ରେଟ୍ ୫ ପ୍ରତିଶତରୁ କମ ରହିଥିବା ବେଳେ ଏହା ଏବେ ୩.୨୨ ପ୍ରତିଶତକୁ ଖସି ଆସିଛି । ସାପ୍ତାହିକ ପଜିଟିଭିଟି ରେଟ୍ ୫ ପ୍ରତିଶତରୁ ୪.୧୭ ପ୍ରତିଶତକୁ ଖସି…

ଅଦ୍ୟତନ ହୋଇଛି
ଦେଶରେ ଚିହ୍ନଟ ହେଲେ ୬୨,୨୨୪ କରୋନା ପଜିଟିଭ, ଆଖି ବୁଜିଲେ ୨୫୪୨

news varient

Advertisment

ନୂଆଦିଲ୍ଲୀ: ଦେଶରେ କମୁଛି ସଂକ୍ରମଣ। ଗତ ୯ ଦିନ ହେବ ପିଜିଟିଭିଟି ରେଟ୍ ୫ ପ୍ରତିଶତରୁ କମ ରହିଥିବା ବେଳେ ଏହା ଏବେ ୩.୨୨ ପ୍ରତିଶତକୁ ଖସି ଆସିଛି । ସାପ୍ତାହିକ ପଜିଟିଭିଟି ରେଟ୍ ୫ ପ୍ରତିଶତରୁ ୪.୧୭ ପ୍ରତିଶତକୁ ଖସି ଆସିଛି । ଦେଶରେ ଆରୋଗ୍ୟ ହାର ୯୫.୮୦ ପ୍ରତିଶତ ରହିଛି ।

Advertisment

ସୂଚନାଥାଉ କି, ଆଜି ଦେଶରେ ୬୨ ହଜାର ୨୨୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୨ କୋଟି ୯୬ ଲକ୍ଷ ୩୩ ହଜାର ୧୦୫କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ୨୫୪୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ୍ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୭୯ ହଜାର ୫୭୩କୁ ବୃଦ୍ଧି ପାଇଛି ।

ସେହିପରି  ଆକ୍ଟିଭ କେସ ୮ ଲକ୍ଷ ୬୫ ହଜାର ୪୩୨ ଥିବାବେଳେ ସୁସ୍ଥ ହେଲେଣି ୨ କୋଟି ୮୩ ଲକ୍ଷ ୮୮ ହଜାର ୧୦୦ ଜଣ। ଏଯାଏ ୨୬ କୋଟି ୧୯ ଲକ୍ଷ ୭୨ ହଜାର ୧୪ ଡୋଜ୍ ଟିକାକରଣ ହୋଇଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ମହାରାଷ୍ଟ୍ରରେ ମଙ୍ଗଳବାର ୭, ୬୫୨ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବାବେଳେ ୧୫, ୧୭୬ ଜଣ ରୋଗୀ ସୁସ୍ଥ ହୋଇ ଫେରିଛନ୍ତି। ଏହି ସମୟରେ ୧, ୪୫୮ ଜଣ ରୋଗୀ ଆଖି ବୁଜିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୯.୨୪ ଲକ୍ଷ ଲୋକ ସଂକ୍ରମିତ ହୋଇଥିବାବେଳେ ୫୬.୬୯ ଲୋକ ସୁସ୍ଥ ହୋଇ ଫରିଛନ୍ତି। ୧.୧୪ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଛି। ୧.୩୮ ଲକ୍ଷ ରୋଗୀଙ୍କ ଚିକିତ୍ସା ଚାଲୁ ରହିଛି।

ଆହୁରି ପଢନ୍ତୁ: ଡେଲଟା ଭାରିଏଣ୍ଟ୍ ବିରୋଧରେ ବଡ଼ କବଚ ଭ୍ୟାକ୍ସିନର ଦୁଇ ଡୋଜ୍

ଦିଲ୍ଲୀରେ ମଙ୍ଗଳବାର ୨୨୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୩୬୪ ଜଣ ସୁସ୍ଥ ହୋଇଥିବାବେଳେ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ସୁଦ୍ଧା ୧୪.୩୧ ଳକ୍ଷ ଲୋକ କରୋନା ସଂକ୍ରମିତ ହୋଇଥିବାବେଳେ ୧୪.୦୩ ଲକ୍ଷ ଲୋକ ସୁସ୍ଥ ହୋଇ ଫେରିଛନ୍ତି। ରାଜ୍ୟରେ ୨୪, ୮୫୧ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ୩, ୦୭୮ ଜଣଙ୍କ ଚିକିତ୍ସା ଚାଲିଛି।

Advertisment

ଅନ୍ୟପକ୍ଷେ ସାରା ବିଶ୍ୱକୁ ଦେଖିଲେ ଜଣାଯାଏ,ବର୍ତ୍ତମାନ ସୁଦ୍ଧା ୧୭.୭୦ କୋଟିରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୮.୨୭ ଲକ୍ଷ ଜଣଙ୍କର ମୃତ୍ୟୁ ଘଟିଛି। ୧୬.୧୨ କୋଟି ଲୋକ କରୋନାକୁ ମାତ୍‌ ଦେଇ ସୁସ୍ଥ ହୋଇଛନ୍ତ। ବର୍ତ୍ତମାନ ସୁଦ୍ଧା ୧.୨୬ କୋଟି ଲୋକଙ୍କର ଚିକିତ୍ସା ଚାଲିଛି। ଏମାନଙ୍କ ମଧ୍ୟରୁ ୧.୧୯ କୋଟି ଲୋକଙ୍କ ପାଖରେ କରୋନା ଲକ୍ଷଣ ଥିବାବେଳେ ୮୪, ୬୨୮ ଜଣଙ୍କ ସ୍ଥିତି ଗମ୍ଭୀର ରହିଛି।

Corona News Today
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ