Advertisment

୩ ହଜାର ତଳକୁ ଖସିଲା ମୃତ୍ୟୁ ହାର; ଆଖି ବୁଜିଲେ ୨,୮୮୭ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ କରୋନା ଦ୍ୱିତୀୟ ଲହରର ପ୍ରଭାବ ଧୀରେ ଧୀରେ କମୁଥିବା ଦେଖିବାକୁ ମିଳୁଛି। କିଛି ଦିନ ହେବ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ତଳକୁ ଖସିଥିବାବେଳେ ଆଜି ମୃତ୍ୟୁ ସଂଖ୍ୟା ମଧ୍ୟ କମିଛି।  ଆଜି ୨ ହଜାର ୮୮୭ ସଂକ୍ରମିତଙ୍କ…

ଅଦ୍ୟତନ ହୋଇଛି
୩ ହଜାର ତଳକୁ ଖସିଲା ମୃତ୍ୟୁ ହାର; ଆଖି ବୁଜିଲେ ୨,୮୮୭ ସଂକ୍ରମିତ

antibody cocktail

Advertisment

ନୂଆଦିଲ୍ଲୀ: ଦେଶରେ କରୋନା ଦ୍ୱିତୀୟ ଲହରର ପ୍ରଭାବ ଧୀରେ ଧୀରେ କମୁଥିବା ଦେଖିବାକୁ ମିଳୁଛି। କିଛି ଦିନ ହେବ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ତଳକୁ ଖସିଥିବାବେଳେ ଆଜି ମୃତ୍ୟୁ ସଂଖ୍ୟା ମଧ୍ୟ କମିଛି।  ଆଜି ୨ ହଜାର ୮୮୭ ସଂକ୍ରମିତଙ୍କ ଜୀବନ ନେଇଛି କରୋନା

Advertisment

ଆଜିର ମୃତକଙ୍କୁ ମିଶାଇଲେ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୩୭ ହଜାର ୯୮୯କୁ ବୃଦ୍ଧି ପାଇଛି। ସେହିପରି ଗତ ୨୪ ଘଣ୍ଟାରେ ୧ ଲକ୍ଷ ୩୪ ହଜାର ୧୫୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୮୪ ଲକ୍ଷ ୪୧ ହଜାର ୯୮୬କୁ ବୃଦ୍ଧି ପାଇଛି । ଦେଶରେ ଏବେ ୧୭ ଲକ୍ଷ ୧୩ ହଜାର ୪୧୩ ଆକ୍ଟିଭ କେସ ଥିବା ବେଳେ ଏଯାଏଁ ସୁସ୍ଥ ହେଲେଣି ୨ କୋଟି ୬୩ ଲକ୍ଷ ୯୦ ହଜାର ୫୮୪ ଜଣ ।

ଏଯାବତ୍ ୨୨ କୋଟି ୧୦ ଲକ୍ଷ ୪୩ ହଜାର ୬୯୩ ଡୋଜ୍ ଟିକାକରଣ ହୋଇଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଥାଉ କି,  ମଙ୍ଗଳବାର ଦୈନିକ ସଂକ୍ରମିତ ୧.୨୭ ଲକ୍ଷ ଚିହ୍ନଟ ହୋଇଥିଲାବେଳେ ଗତକାଲି ଅର୍ଥାତ ବୁଧବାର ୧.୩୨ ଲକ୍ଷ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ।

Advertisment

ଏବେ ଦେଶରେ କରୋନା ମୃତ୍ୟୁ ସହାର ୧.୧୮ ଥିବାବେଳେ ସଂକ୍ରମିତ ହାର ରହିଛି ୬ ପ୍ରତିଶତରୁ ଅଧିକ। ଚିକିତ୍ସିତ ରୋଗୀଙ୍କ ସଂଖ୍ୟା ୭ ପ୍ରତିଶତରୁ କମ ଥିବାବେଳେ ଆରୋଗ୍ୟ ହାର ୯୨ ପ୍ରତିଶତରୁ ଅଧିକ। ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଦେଖିଲେ ଭାରତର ସ୍ଥାନ ଭାରତରେ ୨ୟରେ ରହିଛି। ସଂକ୍ରମିତଙ୍କ ତାଲିକା ଦୃଷ୍ଟିରୁ ଦେଖିଲେ ମଧ୍ୟ ଭାରତର ସ୍ଥାନ ୨ୟରେ ରହିଛି।

Corona Cases In India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ