/odishatv-khabar/media/post_attachments/uploadimage/library/16_9/16_9_0/corona-1_1622620244.jpg)
corona
- ମହାମାରୀକୁ ମାତ ଦେବାପରେ ୨-୬ ସପ୍ତାହ ସାବଧାନ ରୁହନ୍ତୁ
- ପିଲାଙ୍କ ଠାରେ ପୁଣି ଦେଖାଦେଉଛି କରୋନା ପରି ଲକ୍ଷଣ
ନୂଆଦିଲ୍ଲୀ : ଶିଶୁଙ୍କ ଠାରେ କରୋନା ସଂକ୍ରମଣ ମାମଲାକୁ ଗମ୍ଭୀରତାର ସହ ନେଉଛନ୍ତି ସରକାର । କରୋନାର ତୃତୀୟ ଲହରୀରେ ଶିଶୁଙ୍କ ପାଇଁ ଅଧିକ ଭୟ ରହିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ପୂର୍ବ ତୁଳନାରେ ଅଧିକ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଏପରିସ୍ଥଳେ ସରକାର ସେମାନଙ୍କ ପାଇଁ ଶୀଘ୍ର ଗାଇଡଲାଇନ୍ ଆଣିବା ପାଇଁ ପ୍ରସ୍ତୁତ ହେଉଛନ୍ତି ।
ନୀତି ଆୟୋଗ ସଦସ୍ୟ ଡକ୍ଟର ଭି.କେ ପଲଙ୍କ ଅନୁସାରେ, ଏବେ ସୁଦ୍ଧା ଯେଉଁ ଶିଶୁ ସଂକ୍ରମିତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଶିଶୁଙ୍କ ଠାରେ ଲକ୍ଷଣ ନାହିଁ । ମୋଟ ସଂକ୍ରମିତ ଶିଶୁଙ୍କ ମଧ୍ୟରୁ ୨-୩ ପ୍ରତିଶତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡ଼ୁଛି । ଶିଶୁଙ୍କ ଦୁଇ ପ୍ରକାରର ଲକ୍ଷଣ ଦେଖାଯାଉଛି। ପ୍ରଥମ ଅନେକ ଶିଶୁଙ୍କ ଠାରେ ଜ୍ୱର, କାଶ ଏବଂ ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଆଦି ଲକ୍ଷଣ ଦେଖିବାକୁ ମିଳୁଛି, ଯେଉଁମାନେ ଚିକିତ୍ସିତ ହେଉଛନ୍ତି ।
ଅନ୍ୟପଟେ କିଛି ଶିଶୁଙ୍କ ଠାରେ ନୂଆ ଲକ୍ଷଣ ଦେଖିବାକୁ ମିଳୁଛି । ଡକ୍ଟର ଭି.କେ ପାଲ କହିଛନ୍ତି, କରୋନାରୁ ସୁସ୍ଥ ହେବାର ୨-୬ ସପ୍ତାହ ମଧ୍ୟରେ ଅନେକ ଶିଶୁଙ୍କ ଠାରେ ଜ୍ୱର, ଶରୀରରେ କୁଞ୍ଚନ, ନାଲି ଆଖି, ଝାଡ଼ା, ବାନ୍ତି ଏବଂ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେବା ଭଳି ଲକ୍ଷଣ ଦେଖାଉଛନ୍ତି । ସେମାନଙ୍କ ରିପୋର୍ଟ ନେଗେଟିଭ୍ ଥିଲେ ହେଁ ଲକ୍ଷଣ ଗୁଡ଼ିକ କରୋନା ସହିତ ସମାନ। ଏହିପରି ଲକ୍ଷଣ ଗୁଡ଼ିକୁ ମଲ୍ଟି ସିଷ୍ଟମ ଇନଫ୍ଲାମେଟୋରୀ ସିଣ୍ଡ୍ରୋମ କୁହାଯାଏ ।
ଏଭଳି ଲକ୍ଷଣକୁ ଦୃଷ୍ଟିରେ ରଖି ସରକାର ଏକ ବିଶେଷଜ୍ଞଙ୍କ କମିଟି ଗଠନ କରିଛନ୍ତି । ଶିଶୁଙ୍କ ଠାରେ ଦେଖାଯାଉଥିବା ଏହି ଲକ୍ଷଣ ସମ୍ପର୍କରେ ସେମାନେ ଅନୁଧ୍ୟାନ କରୁଛନ୍ତି । ଖୁବ ଶୀଘ୍ର ବିଶେଷଜ୍ଞଙ୍କ ଏହି ଟିମ୍ ଶିଶୁଙ୍କ ପାଇଁ ଏକ ଗାଇଡଲାଇନ ଜାରି କରିବ। ସେପଟେ ନୀତି ଆୟୋଗ ସଦସ୍ୟ କହିଛନ୍ତି, ଶିଶୁଙ୍କ ଠାରେ ଦେଖାଯାଉଥିବା ଲକ୍ଷଣ ପାଇଁ ଚକିତ୍ସା ପଦ୍ଧତି ଉପଲବ୍ଧ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)