Advertisment

କରୋନାର ଭୟଙ୍କର ଚିତ୍ର: ସୁରୁତ୍‌ ଶ୍ମଶାନରେ ଅନ୍ତିମସଂସ୍କାର ପାଇଁ ଶବର ଲାଗିଛି ଲମ୍ବା ଲାଇନ୍‌

କରୋନାର ଦ୍ୱିତୀୟ ଲହର ବଳ ଜୁଟାଇବା ପରେ ଆଉ ଥରେ ଉତ୍କଟ ଓ ଦୟନୀୟ ସ୍ଥିତି ଦେଖାଦେଇଛି। ଖାଲି ହସ୍ପିଟାଲ ନୁହେଁ, ଶ୍ମଶାନ ଘାଟରେ ବି ଅଣନିଶ୍ୱାସୀ ଓ ଆକାମାକ୍ତା ମଣିଷ।

author-image
Sarbeswar
କରୋନାର ଭୟଙ୍କର ଚିତ୍ର: ସୁରୁତ୍‌ ଶ୍ମଶାନରେ ଅନ୍ତିମସଂସ୍କାର ପାଇଁ ଶବର ଲାଗିଛି ଲମ୍ବା ଲାଇନ୍‌

Corona

  • ୧୦ ରାଜ୍ୟରେ ସଂକ୍ରମଣର ଉତ୍କଟ ସ୍ଥିତି
  • ମହାରାଷ୍ଟ୍ରରେ ଆଜିଠୁ ସପ୍ତାହାନ୍ତ ଲକଡାଉନ୍
  • ସୁରତରେ ସାମ୍ନାକୁ ଆସିଲା ଦୟନୀୟ ଚିତ୍ର
  • ଶବଦାହ ପାଇଁ ଶ୍ମଶାନରେ ଲମ୍ବା ଲାଇନ୍
  • ସୁରତରେ ମେଡିକାଲରେ ରୋଗୀଙ୍କୁ ମିଳୁନି ବେଡ୍
Advertisment

ସୁରତ(ଶୈଳେଶ ଚମ୍ପାନେରିଆ): ପ୍ରଥମ ଲହରଠୁ ଆହୁରି ଭୟାନକ ହେଉଛି କରୋନାର ଦ୍ୱିତୀୟ ଲହର। ମହାରାଷ୍ଟ୍ର ସମେତ ୧୦ ରାଜ୍ୟରେ ଉତ୍କଟ ହେଲାଣି ସଂକ୍ରମଣର ସ୍ଥିତି। ଏହାରି ଭିତରେ ଓଡ଼ିଆ ବହୁଳ ସୁରତ ସହରରେ ଦେଖିବାକୁ ମିଳିଛି କରୋନା କହରର ଦୟନୀୟ ସ୍ଥିତି। ମେଡିକାଲରେ ରୋଗୀ ଚିକିତ୍ସା ସାଙ୍ଗକୁ ଶ୍ମଶାନରେ ଶବଦାହ ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି ଲୋକେ।

କରୋନାର ଦ୍ୱିତୀୟ ଲହର ବଳ ଜୁଟାଇବା ପରେ ଆଉ ଥରେ ଉତ୍କଟ ଓ ଦୟନୀୟ ସ୍ଥିତି ଦେଖାଦେଇଛି। ଖାଲି ହସ୍ପିଟାଲ ନୁହେଁ, ଶ୍ମଶାନ ଘାଟରେ ବି ଅଣନିଶ୍ୱାସୀ ଓ ଆକାମାକ୍ତା ମଣିଷ। ଏମିତି ଦୃଶ୍ୟ ସୁରତ ସହରରେ ଦେଖିବାକୁ ମିଳିଛି। ସ୍ଥାନୀୟ ଉମରା ଅଞ୍ଚଳରେ ଥିବା ଏକ ଶ୍ମଶାନକୁ ଆଗରୁ ଆସୁଥିଲା ଦୈନିକ ୧୫ରୁ ୨୦ ଜଣଙ୍କ ମୃତଦେହ। ହେଲେ କରୋନାର ଦ୍ୱିତୀୟ ଲହର ଶକ୍ତିଶାଳୀ ହେବା ପରଠୁ ଅନ୍ତିମ ସଂସ୍କାର ପାଇଁ ଶବଙ୍କ ମଧ୍ୟରେ ଲାଗିଛି ଲମ୍ବା ଲାଇନ୍। ଏବେ ଦୈନିକ ପ୍ରାୟ ୬୦ରୁ ୮୦ ଜଣଙ୍କ ମୃତଦେହ ଆସୁଥିବା ସୂଚନା ମିଳିଛି। ଫଳରେ ଶବଦାହ ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି ମୃତକଙ୍କ ଆତ୍ମୀୟ ସୋଦର। ସେହିଭଳି ସୁରତ ସହରରେ ବିଭିନ୍ନ ମେଡିକାଲ ଆଗର ସ୍ଥିତି ଆହୁରି ଖରାପ ହୋଇଛି।

Advertisment

ପଜିଟିଭଙ୍କ ସଂଖ୍ୟାରେ ଦ୍ରୁତ ବୃଦ୍ଧି ପରେ ସହରର ବିଭିନ୍ନ ମେଡିକାଲ ଆଗରେ ଲାଗୁଛି ମାଳ ମାଳ ଆମ୍ବୁଲାନ୍ସ। ଏପଟେ ମେଡିକାଲ ଭିତରର ଅବସ୍ଥା ବି ସାଂଘାତିକ। ବେଡ୍ କଥା ଛାଡ଼ନ୍ତୁ, ରୋଗୀଙ୍କ ପାଇଁ ତଳେ ପଡ଼ିବାକୁ ବି ସ୍ଥାନ ନାହିଁ। ସୁରତରେ ପ୍ରାୟ ୭ ଲକ୍ଷରୁ ଅଧିକ ଓଡ଼ିଆଙ୍କ ଉପସ୍ଥିତି ଥିବାରୁ ସଂକ୍ରମଣର  ଭୟାବହତା ପାଇଁ ଚିନ୍ତାରେ ବହୁ ପ୍ରବାସୀ ଓଡ଼ିଆ।

ଏପଟେ ପ୍ରଥମ ଲହରଠୁ ଦେଶରେ ଆହୁରି ଭୟଙ୍କର ରୂପ ଧାରଣ କରି ବ୍ୟାପିବାରେ ଲାଗିଛି ସଂକ୍ରମଣ। ଲଗାତର ଚତୁର୍ଥ ଦିନ ଲାଗି ଆଜି ଦେଶରେ ୧ ଲକ୍ଷ ଉପରେ ରହିଛି ସଂକ୍ରମଣର ଟ୍ରେଣ୍ଡ୍। ଗତ ୨୪ ଘଣ୍ଟାରେ ୧ଲକ୍ଷ ୪୫ ହଜାର ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜୀବନ ହରାଇଛନ୍ତି ୭୯୪ ଜଣ। ସର୍ବାଧିକ ସଂକ୍ରମିତ ମହାରାଷ୍ଟ୍ରରେ ଚିହ୍ନଟ ହୋଇଛନ୍ତି। ଆଉ ୫୮ ହଜାର ୯୯୩ ସଂକ୍ରମିତ ପ୍ରାଣ ହରାଇଛନ୍ତି ୩୦୦ରୁ ଅଧିକ କରୋନା ସଂକ୍ରମିତ। ଏଣେ ଭୂତାଣୁର ଭୟାବହତାକୁ ଦେଖି ସାରା ମହାରାଷ୍ଟ୍ରରେ ଲାଗୁ ହୋଇଛି ସପ୍ତାହାନ୍ତ ଲକଡାଉନ୍। ଫଳରେ ମୁମ୍ବାଇ, ପୁଣେ, ଥାଣେ ଭଳି ପ୍ରମୁଖ ସହର ଜନଶୂନ୍ୟ ହୋଇପଡ଼ିବା ସାଙ୍ଗକୁ ଦିନ ବେଳେ ସୃଷ୍ଟି ହୋଇଛି ଖାଁ ଖାଁ ସ୍ଥିତି। ମହାରାଷ୍ଟ୍ରରେ ସଂକ୍ରମଣର ବ୍ୟାପକତାକୁ ଦେଖି ବହୁ ପ୍ରବାସୀ ରାଜ୍ୟ ଛାଡୁଥିବା ଦେଖିବାକୁ ମିଳିଛି।

ଏପଟେ ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପରେ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ କର୍ଣ୍ଣାଟକ ରାଜ୍ୟ ସରକାର କିଛି କିଛି ସହରରେ ନାଇଟ୍ କର୍ଫ୍ୟୁ ସହ କଟକଣାକୁ ଅଧିକ କଡ଼ାକଡ଼ି କରିଛନ୍ତି।

Advertisment
Advertisment