/odishatv-khabar/media/post_attachments/uploadimage/library/16_9/16_9_0/corona-patient-died_1620213530.jpg)
corona patient died
ନୂଆଦିଲ୍ଲୀ: ଗୁରୁଗ୍ରାମ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପାଖାପାଖି ୮ ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସେକ୍ଟର ୫୬ରେ ଏହି ହସ୍ପିଟାଲ ରହିଛି। ଜାତୀୟ ଗଣମାଧ୍ୟମ ସଂସ୍ଥା Aaj Takର ଏକ ରିପୋର୍ଟ ଅନୁସାରେ, ଏପ୍ରିଲ ୩୦ ବିଳମ୍ବ ରାତିରେ ଅକ୍ସିଜେନ ସପ୍ଲାଏ ବନ୍ଦ ହେବା ଯୋଗୁ ରୋଗୀଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଘଟଣା ଜଣାପଡିବା ପରେ, ହସ୍ପିଟାଲର ଡାକ୍ତର, ନର୍ସ ଓ ମେଡିକାଲ ଷ୍ଟାଫ ଫେରାର ହୋଇଯାଇଛନ୍ତି। ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି।
ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି,ଏହି ଘଟଣା ପରେ ଜିଲ୍ଲା ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି। ଉକ୍ତ ହସ୍ପିଟାଲର ଜଣେ ଷ୍ଟାଫଙ୍କ କହିବା ଅନୁଯାୟୀ, ଏପ୍ରିଲ ୩୦ ବିଳମ୍ବିତ ରାତିରେ ସେ ମେଡିକାଲ ଷ୍ଟୋରରେ ଥିଲେ। ଏହି ସମୟରେ ଅକ୍ସିଜେନ ସରି ଯାଇଥିଲା। ଫଳରେ ୮ ଜଣ ରୋଗୀ ପ୍ରାଣ ହରାଇଥିଲେ।
ଘଟଣା ଘଟିବାର ୬ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ, ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବିରୋଧରେ କୌଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି।
କର୍ଣ୍ଣାଟକର ଚାମରାଜନଗରର ଏକ ସରକାରୀ ଡାକ୍ତରଖାନାରେ ରବିବାର ଅକ୍ସିଜେନ ଅଭାବରୁ ୨୪ ଜଣଙ୍କ ଜୀବନ ଯାଇଛି । ଏମାନଙ୍କ ମଧ୍ୟରୁ ୨୩ ଜଣ ରୋଗୀ କୋଭିଡ ସଂକ୍ରମିତ ଥିଲେ ।
ଆଜି ଦେଶରେ ୩ ଲକ୍ଷ ୮୨ ହଜାର ୩୧୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ଦେଶରେ ୩, ୭୮୦ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଆଜିର ସଂକ୍ରମିତଙ୍କୁ ମିଶାଇଲେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୬ ଲକ୍ଷ ୬୫ ହଜାର ୧୪୮କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ବର୍ତ୍ତମାନ ସୁଦ୍ଧା କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୨୬ ହଜାର ୧୮୮ରେ ପହଞ୍ଚିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)