police
ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହି ଭାଇରସ୍ର ସଂକ୍ରମଣକୁ ରୋକିବା ପାଇଁ ପୋଲିସ ନିଜର ପରିବାରକୁ ଛାଡି ରାସ୍ତାରେ ଡ୍ୟୁଟି କରୁଛନ୍ତି। ଖରା ବର୍ଷାକୁ ଖାତିର ନକରି ଲୋକମାନଙ୍କର ନିରନ୍ତର ସେବା କରୁଛନ୍ତି। ଏହି ସମୟରେ ମହାରାଷ୍ଟ୍ରରେ କରୋନା ଭାଇରସରେ ଅଧିକ ପ୍ରଭାବିତ ହେଉଛନ୍ତି ପୋଲସ କର୍ମଚାରୀ। ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୯୧ ଜଣ ପୋଲିସ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି।
ମହାରାଷ୍ଟ୍ର ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ଯେ ଗତ ରବିବାର ଦିନ ରାଜ୍ୟରେ ୨୪୯୭ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛି। ଏହା ସହ ରାଜ୍ୟରେ ମୋଟ ସଂକ୍ରମିତ ସଂଖ୍ୟା ୬୭୬୬୫ ଥିବାବେଳେ ମୃତକଙ୍କ ସଂଖ୍ୟା ୨୨୮୬ ହୋଇଛି ।
ସେମାନଙ୍କ ମଧ୍ୟରୁ ୧୦୮୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗତ ୨୪ ଘଣ୍ଟାରେ ୯୧ ଜଣ ପୋଲିସ କର୍ମଚାରୀ କରୋନାରେ ପଜିଟିଭ ଥିବା ଜଣାପଡିଛି। ସେମାନଙ୍କ ମଧ୍ୟରେ ୮ଜଣ ବରିଷ୍ଠ ଅଧିକାରୀ ଥିବା ଜଣାପଡିଛି। ଏପର୍ଯ୍ୟନ୍ତ ୨୫୦୯ ଜଣ ପୋଲିସ କର୍ମୀ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/police_1626696004.jpg)