/odishatv-khabar/media/post_attachments/uploadimage/library/16_9/16_9_0/c-corona_1624865646.jpg)
corona
ନୂଆଦିଲ୍ଲୀ : ସଂକ୍ରମଣ କମୁଛି, ମୃତ୍ୟୁ ସଂଖ୍ୟା ବି କମୁଛି । କରୋନାର ଦ୍ୱିତୀୟ ଲହରୀ ଦୁର୍ବଳ ହେଉଥିବା ବେଳେ ତୃତୀୟ ଲହରୀ ଆଶଙ୍କା ଭୟ ସୃଷ୍ଟି କରୁଛି । ଏହାରି ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୬,୧୪୮ ଟି ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଶ୍ୱସ୍ତିକର ଖବର ହେଲା ୮୧ ଦିନ ପରେ ଦେଶରେ ୧୦୦୦ରୁ କମ୍ ମୃତ୍ୟୁ ସଂଖ୍ୟା ରେକର୍ଡ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ ଗୋଟିଏ ଦିନରେ ଦେଶରେ ୯୭୯ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି ।
ବର୍ତ୍ତମାନ ସୁଦ୍ଧା ଦେଶରେ ତିନି କୋଟିରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଆଶ୍ୱସ୍ତି ବିଷୟ ହେଲା ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୮,୫୭୮ ରୋଗୀଙ୍କୁ ଡିସଚାର୍ଜ ମିଳିଥିବା ବେଳେ ଦୁଇ କୋଟି ମଧ୍ୟରୁ ୯୩ ଲକ୍ଷ ଲୋକଙ୍କ କରୋନାକୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେପଟେ ଦେଶରେ ଏବେ ସୁଦ୍ଧା ମୋଟ୍ ୩,୯୬,୭୩୦ ଜଣ କରୋନାରେ ଜୀବନ ହାରିଛନ୍ତି । ଏପ୍ରିଲ ୧୨ ପର ଠାରୁ ଏହା ପ୍ରଥମ ଥର ପାଇଁ ଦେଶରେ ମୃତ୍ୟୁ ସଂଖ୍ୟା ହଜାରେରୁ ତଳକୁ ରହିଛି । ରବିବାର ଦିନ ଶେଷ ହୋଇଥିବା ସପ୍ତାହରେ କରୋନା କାରଣରୁ ହାରାହାରି ମୃତ୍ୟୁ ସଂଖ୍ୟାରେ ୩୮ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି ।
India reports 46,148 new #COVID19 cases, 58,578 recoveries and 979 deaths in the last 24 hours as per the Union Health Ministry
Total cases: 3,02,79,331
Total recoveries: 2,93,09,607
Active cases: 5,72,994
Death toll: 3,96,730Recovery rate: 96.80% pic.twitter.com/po62eUmMhC
— ANI (@ANI) June 28, 2021
ହ୍ରାସ ପାଉଥିବା ସଂକ୍ରମଣ ମଧ୍ୟରେ ଡେଲଟା ପ୍ଲସ୍ ଦେଶବାସୀଙ୍କ ପାଇଁ ଚିନ୍ତା ବଢ଼ାଇଛି । ତେବେ ଏଥିରୁ ବଁଚିବା ପାଇଁ ଟିକାକରଣ ହିଁ ସର୍ବୋତ୍ତମ ପଦକ୍ଷେପ ବୋଲି କହିଛନ୍ତି ସରକାର । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଟିକା ମହାମାରୀକୁ ରୋକିବାର ଏକମାତ୍ର ଉପାୟ ଏବଂ ବର୍ତ୍ତମାନ ସମୟରେ ଟିକା ନନେବା ଅଧିକ ବିପଜ୍ଜନକ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)