Advertisment

Corona Cases In World: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩.୪୮ ଲକ୍ଷ ପଜିଟିଭ

ନୂଆଦିଲ୍ଲୀ: କରୋନା ଭାଇରସର ପ୍ରଭାବ ସାରା ବିଶ୍ୱରେ ଏକ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଲାଣି।  ଗତ କିଛି ଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ହ୍ରାସ ପାଇଥିଲା। ହେଲେ ପୁଣି ଆଜି ଉପର ମୁହାଁ ହୋଇଛି ।  ବିଶ୍ୱର ୨୧୪ ଦେଶରେ ଆତଙ୍କ ଖେଳାଇଥିବା କରୋନା ଭାଇରସରେ ୨୪ ଘଣ୍ଟାରେ ୩.୪୮ ଲକ୍ଷ ପଜିଟିଭ ଚିହ୍ନଟ ହୋଇଛନ୍ତି। ବିଶ୍ୱରେ ୬୪୨୪ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଭାରତ, ଆମେରିକା ପରି ବ୍ରାଜିଲ, ଫ୍ରାନ୍ସ, ଆର୍ଜେଣ୍ଟିନା, ଋଷ ଏବଂ କଲମ୍ବିଆରେ […]

Corona Cases In World: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩.୪୮ ଲକ୍ଷ ପଜିଟିଭ

corona-world

Advertisment

ନୂଆଦିଲ୍ଲୀ: କରୋନା ଭାଇରସର ପ୍ରଭାବ ସାରା ବିଶ୍ୱରେ ଏକ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଲାଣି।  ଗତ କିଛି ଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ହ୍ରାସ ପାଇଥିଲା। ହେଲେ ପୁଣି ଆଜି ଉପର ମୁହାଁ ହୋଇଛି ।  ବିଶ୍ୱର ୨୧୪ ଦେଶରେ ଆତଙ୍କ ଖେଳାଇଥିବା କରୋନା ଭାଇରସରେ ୨୪ ଘଣ୍ଟାରେ ୩.୪୮ ଲକ୍ଷ ପଜିଟିଭ ଚିହ୍ନଟ ହୋଇଛନ୍ତି। ବିଶ୍ୱରେ ୬୪୨୪ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଭାରତ, ଆମେରିକା ପରି ବ୍ରାଜିଲ, ଫ୍ରାନ୍ସ, ଆର୍ଜେଣ୍ଟିନା, ଋଷ ଏବଂ କଲମ୍ବିଆରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ସାରା ପୃଥିବୀରେ ବର୍ତ୍ତମାନ ସୁଦ୍ଧା ୩ କୋଟି ୬୭ ଲକ୍ଷ ଲୋକ କରୋନା ସଂକ୍ରମିତ ହୋଇ ସାରିଲେଣି। ଏଥିମଧ୍ୟରୁ ୧୦ଲକ୍ଷ ୬୬ ହଜାର ଲୋକଙ୍କର ମୃତ୍ୟୁ ଘଟିଲାଣି। ଅର୍ଥାତ୍‌ ସଂକ୍ରମିତ ମଧ୍ୟରୁ୨.୯୦ ଜଣଙ୍କର ମୃତ୍ୟୁ ଘଟୁଛି। ବିଶ୍ୱରେ ବର୍ତ୍ତମାନ ୮୦ ଲକ୍ଷରୁ ଅଧିକ ଆକ୍ଟିଭ କେସ ରହିଛି।

ଭାରତରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି। ସଂକ୍ରମିତଙ୍କ ତାଲିକାରେ ଆମେରିକା ପ୍ରଥମ ସ୍ଥାନରେ ରହିଛି। ବର୍ତ୍ତମାନସୁଦ୍ଧା ୭୮ ଲକ୍ଷ ଲୋକ କରୋନା ସଂକ୍ରମିତ ହୋଇ ସାରିଥିବାବେଳେ ଗତ ୨୪ ଘଣ୍ଟାରେ ୫୪ ହଜାରରୁ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ବ୍ରାଜିଲ୍‌ରେ ୨୪ ଘଣ୍ଟାରେ ୨୭ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି।

Advertisment

ସେହିପରି ଗତ ୨୪ ଘଣ୍ଟାରେ ଭାରତରେ ୭୦, ୪୯୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଦେଶରେ ଆକ୍ରନ୍ତଙ୍କ ସଂଖ୍ୟର ୬୯ ଳକ୍ଷ ଛୁଇଁଛି। ସେହିପରି ଦେଶରେ ଆକ୍ଟିଭ କେସ ୯ ଲକ୍ଷ ପାଖାପାଖି ରହିଛି। ସେହିପରି ଦେଶରେ ମୃତ୍ୟୁ ସଂଖ୍ୟା ୧, ୦୬, ୪୯୦ ଛୁଇଁଥିବାବେଳେ ଗତ ୨୪ ଘଣ୍ଟାରେ ୯୬୪ ଜଣଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ