Advertisment

୫୧ ବର୍ଷ ବୟସରଙ୍କ ପାଦ ଥାପିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ଆଜି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷଙ୍କର ଜନ୍ମଦିନ । ୫୧ ବର୍ଷ ବୟସରଙ୍କ ପାଦ ଥାପିଲେ ରାହୁଲ ଗାନ୍ଧୀ । ରାହୁଲଙ୍କ ଜନ୍ମଦିନକୁ ‘ସେବା ଦିବସ’ ଭାବରେ ପାଳନ କରୁଛି କଂଗ୍ରେସ । କରୋନା ମହାମାରୀ ସ୍ଥିତିକୁ ଦୃଷ୍ଟିରେ ରଖି…

author-image
Prangyan Parimita
ଅଦ୍ୟତନ ହୋଇଛି
୫୧ ବର୍ଷ ବୟସରଙ୍କ ପାଦ ଥାପିଲେ ରାହୁଲ ଗାନ୍ଧୀ

gandhi

ନୂଆଦିଲ୍ଲୀ : ଆଜି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷଙ୍କର ଜନ୍ମଦିନ । ୫୧ ବର୍ଷ ବୟସରଙ୍କ ପାଦ ଥାପିଲେ ରାହୁଲ ଗାନ୍ଧୀ । ରାହୁଲଙ୍କ ଜନ୍ମଦିନକୁ ‘ସେବା ଦିବସ’ ଭାବରେ ପାଳନ କରୁଛି କଂଗ୍ରେସ । କରୋନା ମହାମାରୀ ସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ତାଙ୍କ ଜନ୍ମଦିନ ପାଳନ ନକରିବାକୁ ନିଷ୍ପତ୍ତି ନେଇଛନ୍ତି ରାହୁଲ ଗାନ୍ଧୀ । ରାଜ୍ୟ କଂଗ୍ରେସର ବିଭିନ୍ନ ସଂଗଠନକୁ ଚିଠି ଲେଖି ରାହୁଲ ଗାନ୍ଧୀଙ୍କ ଭାବନା ବିଷୟରେ ଅବଗତ କରାଇଛନ୍ତି ସଂଗଠନର ସାଧାରଣ ସମ୍ପାଦକ କେ.ସି ବେନୁଗୋପାଲ ।

Advertisment

ଜୁନ୍ ୧୯ ରେ ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ଅବସରରେ କୌଣସି ପ୍ରକାର ଉତ୍ସବ ଆୟୋଜନ ନକରିବାକୁ ଦଳର କର୍ମୀଙ୍କୁ ସେ ଅନୁରୋଧ କରିଛନ୍ତି। ଜନ୍ମଦିନ ପାଇଁ କୌଣସି ହୋର୍ଡିଂ କିମ୍ବା ପୋଷ୍ଟର ନଲାଗଇ ସଙ୍କଟ ସମୟରେ ନିଜ ପାଖରେ ଥିବା ସମ୍ବଳରେ ଅଭାବୀ ଲୋକଙ୍କୁ ସାହାଯ୍ୟ କରିବାକୁ ସେ ନିବେଦନ କରିଛନ୍ତି । ଆଜି ଅଭାବୀ ଲୋକଙ୍କୁ ରାସନ, ମେଡିକାଲ କିଟ୍, ମାସ୍କ ଏବଂ ସାନିଟାଇଜର ବଣ୍ଟନ କରିବାର ଯୋଜନା କରିଛ କଂଗ୍ରେସ କମିଟି । ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ଅବସରରେ ଯୁବ କଂଗ୍ରେସ କରୋନା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ ସହଯୋଗ କରିବ । ଅସହାୟ ଲୋକଙ୍କୁ ରାସନ ଯୋଗାଇବା ସହ ସାଧାରଣ ଲୋକଙ୍କୁ ଟିକାକରଣରେ ସାହାଯ୍ୟ କରିବ।

ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବି ଭି କହିଛନ୍ତି, ‘ଜୁନ୍ ୧୯ ରେ ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ଅବସରରେ ଜନସାଧାରଣଙ୍କ ସ୍ୱାର୍ଥ ତଥା ଜନ କଲ୍ୟାଣର ଭାବନାକୁ ଧ୍ୟାନରେ ରଖି ସାରା ଦେଶରେ ଭାରତୀୟ ଯୁବ କଂଗ୍ରେସର କାର୍ଯ୍ୟକର୍ତ୍ତା ଏହି ନିର୍ଦ୍ଦେଶାବଳୀ ଅନୁସରଣ କରୁଛନ୍ତି। ଅଭାବୀ ଲୋକଙ୍କୁ ସାଧ୍ୟମତେ ସାହାଯ୍ୟ ଏବଂ ସହଯୋଗ କରିବାକୁ ସମସ୍ତେ ପଣ କରିଛନ୍ତି ।

Advertisment
Rahul Gandhi
Advertisment
Advertisment